ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଆତଙ୍କବାଦୀ ଆକ୍ରମଣ ଘଟଣା ସାମନକୁ ଆସିଛି । ଏହି ଆତଙ୍କବାଦୀ ଆକ୍ରମଣରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି । ପଖତୁନଖ୍ୱାର ଡାଉନ କୁର୍ରମ ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ ମହିଳାଙ୍କ ସମେତ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଅତି କମରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି । ପାସେଞ୍ଜର ଗାଡ଼ି ଲୋୟର କର୍ରମର ଓଚୁଟ କାଲି ଏବଂ ମନ୍ଦୁରୀ ଦେଇ ପେସାୱର ଯାତ୍ରା କରୁଥିଲା । ସେଠାରେ ପୂର୍ବରୁ ଲୁଚି ରହିଥିବା ଆତଙ୍କବାଦୀ ଯାତ୍ରୀବାହୀ ଗାଡ଼ି ଉପରେ ଆଖିବୁଜା ଗୁଳି ମାଡ଼ କରିଥିଲେ ।
ପ୍ରାନ୍ତର ମୁଖ୍ୟ ସଚିବ ନଦୀମ ଅସଲମ ଚୌଧୁରୀ ଆକ୍ରମଣ କଥାକୁ ସ୍ପଷ୍ଟ କରିବା ସହ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଛନ୍ତି । ହସ୍ପିଟାଲରେ ଭର୍ତ୍ତି ଲୋକଙ୍କ ମଧ୍ୟରେ ଅନେକ ଗୁରୁତର ଥିବା ଯୋଗୁଁ ମୃତଖଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସେ କହିଛନ୍ତି । ତାଙ୍କ କହିବା ଅନୁସାରେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ଘଟଣାକୁ କଡ଼ା ନିନ୍ଦା କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।