ଦୁଇ ବର୍ଷ ପରେ ସ୍ବାମୀ ପାଖକୁ ଫେରିଆସିଲେ, ପ୍ରେମିକ ଆକ୍ରମଣରେ ସ୍ବାମୀ ଗୁରୁତର

Published By : Prameya-News7 Bureau | May 28, 2024 IST

ଆନନ୍ଦପୁର ୨୮।୫: ଦୁଇ ବର୍ଷ ଧରି ସ୍ବାମୀକୁ ଛାଡି ପ୍ରେମିକ ଘରେ ରହୁଥିଲେ । ପ୍ରେମିକର ନିର୍ଯାତନା ସହି ନପାରି ସ୍ବାମୀ ନିକଟକୁ ଫେରି ଆସିଲେ । ପ୍ରତିହିଂସା ପରାୟଣ ହୋଇ ରାଗରେ ମାରଣାସ୍ତ୍ରରେ ସ୍ବାମୀକୁ ଆକ୍ରମଣ କଲା ପ୍ରେମିକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମାଙ୍କଡ କେନ୍ଧା ଗାଁରେ । 

ସୋମବାର ବିଳମ୍ବିତ ରାତିରେ ସ୍ବାମୀ ଦୈତାରୀ ନାୟକ ଘରେ ଥିବା ସମୟରେ ପ୍ରେମିକ ପାଗଳ ନାୟକ ହଠାତ ଏକ ଟାଙ୍ଗିଆ ଧରି ଆକ୍ରମଣ କରିଥିଲା । ରାମଚନ୍ଦ୍ରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

You Can Read :

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.