୭୦୦ କୋଟି ଟଙ୍କାରୁ ଅଧିକ ସାଇବର ଠକେଇର ଖୁଲାସା, ସ୍କାନରରେ ଚୀନ୍‌ର ମାଷ୍ଟରମାଇଣ୍ଡ

Published By : Prameya-News7 Bureau | July 24, 2023 IST

ନୂଆଦିଲ୍ଲୀ, ୨୪/୦୭: ୭୦୦ କୋଟିରୁ ଅଧିକ ଠକେଇ ସାଇବର ଠକେଇର ଖୁଲାସା। ହାଇଦ୍ରାବାଦ ପୋଲିସ ଚୀନ୍‌ ହ୍ୟାଣ୍ଡେଲର୍ସଙ୍କ ସହ ଜଡ଼ିତ ଏକ ବଡ଼ ଠକେଇର ଖୁଲାସାର କରିଛି। ଗୋଟିଏ ବର୍ଷରେ ହାରାହାରି ୧୫ ହଜାର ଭାରତୀୟଙ୍କଠାରୁ ୭୦୦ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି। ହାଇଦ୍ରାବାଦ ପୋଲିସ୍‌ କହିଛି ଏହି ଟଙ୍କା ଦୁବାଇ ହୋଇ ଚୀନ ପଠାଯାଇଥିଲା। ଠକେଇ ସହ ଜଡ଼ିତ କିଛି କ୍ରିପ୍ଟୋ କାରବାର ଆତଙ୍କି ସଂଗଠନ ହିଜବୁଲ୍ଲାହ ସହ ମଧ୍ୟ ହୋଇଛି।

ହାଇଦ୍ରାବାଦ ପୋଲିସ୍‌ ଅନୁଯାୟୀ, ଲୋକଙ୍କୁ ରିଭ୍ୟୁ, ଲାଇକ୍‌, ରେଟିଂ ଆଦି ବାହାନାରେ ଆୟ କରିବାର ପ୍ରଲୋଭନ ଦେଖାଇ ଜାଲରେ ଫସାଯାଉଥିଲା। ତେବେ ମାମଲାରେ ଦେଶରୁ ୯ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୪ ଜଣକୁ ହାଇଦ୍ରାବାଦରୁ, ୩ ଜଣକୁ ମୁମ୍ବାଇ ଏବଂ ୨ ଜଣକୁ ଅହମଦାବାଦରୁ ଗିରଫ କାରଯାଇଛି । ଏମାନେ ସମସ୍ତେ ଚାଇନିଜ୍‌ ହ୍ୟାଣ୍ଡେଲରଙ୍କ ଇସାରାରେ କାମ କରୁଥିଲେ। ହାଇଦ୍ରାବାଦ ପୋଲିସ୍‌ କମିଶନର ସିଭି ଆନନ୍ଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏନେଇ କେନ୍ଦ୍ରୀୟ ଏଜେନ୍ସୀଙ୍କୁ ସୂଚିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ସାଇର କ୍ରାଇମ ୟୁନିଟ୍‌କୁ ସବୁ ତଥ୍ୟ ଦିଆଯାଇଛି। ପୋଲିସ୍‌ ଏହି ମାମଲାରେ ଆଉ ୬ ଅଭିଯୁକ୍ତଙ୍କୁ ଖୋଜୁଛି।

ଆହୁରି ପଢ଼ନ୍ତୁ: ୧୬ ଦେଶଙ୍କୁ ଟାର୍ଗେଟ କରି ସାଇବର ଆକ୍ରମଣ ଚଳାଇଛନ୍ତି ଚୀନ୍‌ ଗୁପ୍ତଚର, ଗୁଗଲ ସମର୍ଥିତ ଫାର୍ମର ବୟାନ ପରେ ଚାଞ୍ଚଲ୍ୟ

ପ୍ରକୃତ​‌ରେ ସାଇବର କ୍ରାଇମ ପୋଲିସ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା। ଯାଞ୍ଚ ସମୟରେ ହିଁ ପୂରା ମାମଲା ସାମ୍ନାକୁ ଆସିଥିଲା। ଉକ୍ତ ବ୍ୟକ୍ତିଙ୍କୁ ଟେଲିଗ୍ରାମରେ ରିଭ୍ୟୁ କରିବାର ପାର୍ଟ ଟାଇମ୍‌ ଜବ୍‌ ଅଫର୍‌ ହୋଇଥିଲା। ପ୍ରଥମେ ହଜାର ଟଙ୍କା ନିବେଶରେ ୮୦୦ ଟଙ୍କା ଲାଭ । ପରେ ପରେ ୨୫ ହଜାର ନିବେଶ ଉପରେ ୨୦ ହଜାର ଲାଭ ଦେଇ ବିଶ୍ବାସ ଜିତିଥିଲେ। ପରେ ଅଧିକ ଆୟ ଲୋଭ ଦେଖାଇ ତାଙ୍କୁ ଅଧିକ ନିବେଶ କରାଯାଇଥିଲା। କିନ୍ତୁ ଏହି ଟଙ୍କା ଫେରସ୍ତ ମିଳିନଥିଲା। ଏହି ଭଳି ଭାବରେ ବ୍ୟକ୍ତିଙ୍କ ସହ ୨୮ ଲକ୍ଷର ଠକେଇ ହୋଇଥିଲା।

ଯାଞ୍ଚରେ ପୋଲିସ୍‌କୁ ଜଣାପଡ଼ିଥିଲା ଯେ, ଏହି ୨୮ ଲକ୍ଷ ଟଙ୍କା ୬ ବ୍ୟାଙ୍କ୍‌ ଆକାଉଣ୍ଟରେ ଟ୍ରାନ୍ସଫର କରିଥିଲେ। ଆଉ ଏଠାରୁ ଟଙ୍କା ଭିନ୍ନ ଭିନ୍ନ ଭାରତୀୟ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ଆଉ ପରେ ଦୁବାଇ ପଠାଯାଇଥିଲା। ଏହି ଅର୍ଥରେ ସେଠାରେ କ୍ରିପ୍ଟୋକରେନ୍ସୀ କିଣାଯାଇଥିଲା । ଯାଞ୍ଚ ସମୟରେ ଅଧିକାରୀଙ୍କୁ ୪୮ ବ୍ୟାଙ୍କ ଆକାଉଣ୍ଟ ମିଳିଥିଲା। ପ୍ରଥମେ ଅନୁମାନ କରାଯାଉଥିଲା ଯେ ଏହା ୫୮୪ କୋଟି ଟଙ୍କାର ଥିଲା। କିନ୍ତୁ ପରେ ୧୨୮ କୋଟି ଟଙ୍କାର ସୂଚନା ମିଳିଥିଲା। ଘୋଟାଲାରେ ସମୁଦାୟ ୧୧୩ ଭାରତୀୟ ବ୍ୟାଙ୍କ୍‌ ଆକାଉଣ୍ଟର ବ୍ୟବହାର କରାଯାଇଥିଲା। ଏହି ଠକମାନେ ଚୀନ ଅପରେଟରଙ୍କ ସହ ଯୋଗାଯୋଗରେ ଥିଲେ ଯେଉଁମାନେ ଘୋଟାଲାର ମାଷ୍ଟରମାଇଣ୍ଡ।

ଆହୁରି ପଢ଼ନ୍ତୁ: ସାଇବର ଠକଙ୍କୁ ବଡ଼ ପ୍ରହାର; ୫ହଜାର ପୋଲିସକର୍ମୀଙ୍କ ୧୪ ଗାଁର ୩ଶହ ସ୍ଥାନରେ ରେଡ୍, ୧୨୫ ଅପରାଧି ଗିରଫ

ଏଭଳି ଏକ ଆକାଉଣ୍ଟ ହାଇଦ୍ରାବାଦ ସ୍ଥିତ ରାଧିକା ମାର୍କେଟିଙ୍ଗ କମ୍ପାନିର ନାଁରେ ଥିଲା ଏବଂ ମୁନବ୍ବର ନାମକ ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜୀକୃତ ଥିବା ଫୋନ୍‌ ନମ୍ବର ସହ ଜଡ଼ିତ ଥିଲା। ମୁନବ୍ବର ତିନି ସହଯୋଗୀ ଅରୁଲ ଦାସ, ଶାହ ସୁମୈର ଏବଂ ସମୀର ଖାନ ୩୩ ମାର୍କେଟିଙ୍ଗ୍‌ କମ୍ପାନିର ୬୫ ଆକାଉଣ୍ଟ ଖୋଲିଥିଲେ। ତାଙ୍କୁ ପ୍ରତି ଆକାଉଣ୍ଟ ପାଇଁ ୨ ଲକ୍ଷ ଟଙ୍କା ପେମେଣ୍ଟ କରାଯାଇଥିଲା ଏବଂ ପୋଲିସ୍‌ ପରେ ତାଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ସମୟରେ ପୋଲିସ୍‌କୁ ଆଉ ତିନି ଜଣ ମନୀଷ, ବିକାଶ ଏବଂ ରାଜେଶ ବିଷୟରେ ଜଣାପଡ଼ିଥିଲା ଯାହାଙ୍କୁ ପୋଲିସ୍‌ ଖୋଜୁଛି।

୬୫ ଆକାଉଣ୍ଟର ବ୍ୟବହାର ଚୀନ ମାଷ୍ଟରମାଇଣ୍ଡ-କେଭିନ ଜୁନ୍‌, ଲି ଲୁ ଲ୍ୟାଙ୍ଗଝାଉ ଏବଂ ଶାଶା ଦ୍ବାରା କରଯାଇଥିଲା। ଏହା ଦ୍ବାରା ୧୨୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଟ୍ରାନ୍ସଫର କରଯାଇଥିଲା। ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, ମୁମ୍ବାଇରୁ ମଧ୍ୟ ତିନି ଲୋକଙ୍କୁ ଗିରଫ କରାଯାଇଛି ଆଉ ତାଙ୍କ ପାଖରେ ଦୁବାଇ ସ୍ଥିତ ହାରାହାରି ଛଅ ଜଣକ ସୂଚନା ରହିଛି। ଯେଉଁମାନେ ଏହି ଘୋଟାଲାରେ ସାମିଲ ଥିଲେ। ପୋଲିସ ସେମାନଙ୍କୁ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.