ଅବସର ପୂର୍ବରୁ ବଡ଼ ଉପହାର ଦେଇ ଯିବେ CJI, ସୁପ୍ରିମକୋର୍ଟରେ ଏବେ ସବୁ ଶୁଣାଣିର ହେବ ସିଧାପ୍ରସାରଣ

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ସୁପ୍ରିମକୋର୍ଟ ସମସ୍ତ ମାମଲାର ଶୁଣାଣିର ସିଧାପ୍ରସାରଣ (Live Streaming) କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୂତ୍ର ଅନୁସାରେ ସର୍ବୋଚ୍ଚ ଅଦାଲତଙ୍କ ସମସ୍ତ ଖଣ୍ଡପୀଠର ଲାଇଭ-ଷ୍ଟ୍ରିମିଂ ସୁବିଧା ଦେଉଥିବା ଏକ ଆପ୍‌ର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ରହିଛି । ବର୍ତ୍ତମାନ କେବଳ ସାମ୍ୱିଧାନିକ ଖଣ୍ଡପୀଠରେ ହେଉଥିବା ଶୁଣାଣିର ସିଧାପ୍ରସାରଣ ହେଉଛି । କିନ୍ତୁ ଏବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଉଦ୍ୟମରେ ଏହାକୁ ସବୁ ଖଣ୍ଡପୀଠ ଯାଏ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି ।    

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ପରେ ୨୦୨୨ରେ ସୁପ୍ରିମକୋର୍ଟ ସାମ୍ୱିଧାନିକ ଖଣ୍ଡପୀଠରେ ଥିବା ମାମଲାର ଶୁଣାଣିକୁ ୟୁଟ୍ୟୁବ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ପାଇଁ ବ୍ୟବସ୍ଥା କରାଯାଇଥିଲା । ଯାହା ଆଜି ଯାଏ ଜାରି ରହିଛି । ୨୦୨୨ ସେପ୍ଟେମ୍ୱର ୨୭ରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ସାମ୍ୱିଧାନିକ ଖଣ୍ଡପୀଠରେ ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା, ସେତେବେଳେ ଏହାକୁ ୮ ଲକ୍ଷ ଲୋକ ଦେଇଥିଲେ । ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରି କୋର୍ଟ କହିଥିଲେ ଯେ ଏହି ପଦକ୍ଷେପ ଦୂର-ଦୂରାନ୍ତର ଲୋକଙ୍କ ଅସୁବିଧା ଦୂର କରିବାରେ ମାଇଲ୍‌ଖୁଣ୍ଟ ହେବ । ଦେଶର ପ୍ରତିଟି କୋଣର ନାଗରିକଙ୍କୁ ସୁପ୍ରିମକୋର୍ଟଙ୍କ କାର୍ଯ୍ୟ ଦେଖିବାର ସୁଯୋଗ ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.