ଭିଡିଓ ଭାଇରାଲ୍ ହେବା ପରେ ଦୁଃଖ ପ୍ରକାଶ କଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା; କହିଲେ- ଆଜି ମୋ ସହ ଘଟିଲା, କାଲି ଆପଣଙ୍କ ସହ….

Published By : Prameya-News7 Bureau | November 06, 2023 IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ଡିପ୍‌ଫେକ୍ ଭିଡିଓ। ଯାହାକୁ ନେଇ ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଆଇଟି ମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସେ ଏକ୍ସରେ ପୋଷ୍ଟ କରି ଏନେଇ ଚିନ୍ତା ବ୍ୟକ୍ତ କରିବା ସହ ସାଧାରଣ ଏହାକୁ ରୋକିବାକୁ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ରଶ୍ମିକା।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ଯେ ଅନ୍‌ଲାଇନ୍‌ରେ ଭାଇରାଲ୍ ହେଉଥିବା ମୋର ଡିପ୍‌ଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର। କେବଳ ମୋ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୁରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଆଜି ଜଣେ ମହିଳା ଓ ଜଣେ ଅଭିନେତ୍ରୀ ହିସାବରେ, ମୁଁ ମୋ ପରିବାର, ବନ୍ଧୁବର୍ଗ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି।

ରଶ୍ମିକା ଆହୁରି କହିଛନ୍ତି ଯେ ଯଦି ମୁଁ ସ୍କୁଲ୍ ଓ କଲେଜ୍‌ରେ ପଢ଼ୁଥିବା ବେଳେ ମୋ ସହ ଏଭଳି ଘଟିଥାନ୍ତା ତେବେ ମୁଁ ସତରେ କଳ୍ପନା ବି କରୁପାରୁନି ଯେ ମୁଁ ଏହାକୁ କେମିତି ସମ୍ଭାଳିଥାନ୍ତି। ତେଣୁ ଏହାର ଏକ ସମାଜ ହିସାବରେ ଏହାର ଅଧିକ ଦୁରୁପଯୋଗ ହେବା ପୂର୍ବରୁ ସମସ୍ୟାକୁ ଉଠାଇବା ନିହାତି ଆବଶ୍ୟକ ବୋଲି ରଶ୍ମିକା କହିଛନ୍ତି। ସେ ନିଜର ପୋଷ୍ଟକୁ ସାଇବର ପୁଲିସ, ସାଇବର ଦୋଷ ଆଦିକୁ ଟ୍ୟାଗ୍ କରିଛନ୍ତି।

ଅଭିଷେକ ନାମକ ଜଣେ ସାମ୍ବାଦିକ ପ୍ରଥମେ ଭିଡିଓଟିକୁ ଶେୟାର କରିବା ସହ ଏଆଇର ଭୟାବହତା ସମ୍ପର୍କରେ ଚିନ୍ତା ବ୍ୟକ୍ତ କରିଥିଲେ। ଏହାପରେ ଅମିତାଭ ବଚ୍ଚନ ଉକ୍ତ ପୋଷ୍ଟକୁ ଶେୟାର କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଘଟଣାରେ ଚିନ୍ତା ବ୍ୟକ୍ତ କରିବା ସହ ଏଭଳି ଘଟଣା ଘଟିଲେ କାର୍ଯ୍ୟାନୁଷ୍ଠାନ ନେଇ ସେ ସତର୍କ କରାଇ ଦେଇଛନ୍ତି।   

ଡିପ୍‌ଫେକ୍ ଭିଡିଓ କ’ଣ ?

ମେକାନିକାଲ ଲର୍ଣ୍ଣିଂ ପାଠରେ ଡିପ୍‌ଫେକ୍ ନାମକ ଏକ ବିଷୟ ରହିଛି। ଏହି ଟେକ୍ନୋଲୋଜୀ ଦ୍ୱାରା ଅରଜିନାଲ୍ ଫଟୋ, ଭିଡିଓ ଓ ଅଡିକୁ ନକଲି କରି ଅବିକଳ ଅସଲି ପରି ଦେଖାଯାଇଥାଏ। ଏହାର ସଦୁପଯୋଗ ନ ହୋଇ ଅଧିକ ଦୁରୁପ ଯୋଗ କରାଯାଉଛି। ଲୋକଙ୍କୁ ଧାକା ଦେବା ପାଇଁ ଏହି ଟେକ୍ନୋଲୋଜୀର ବ୍ୟବହାର ହେଉଛି। ତେବେ ଅରଜିନାଲ୍ ଲୋକଙ୍କର ହାବଭାବ, ଯେମିତିକ ଆଖି ପତା ପକାଇବା, କଥା କହିବା ବେଳେ ଓଠର ଗତି ବଦଳିବା, ବିଶେଷ କରି ନକଲି ଭିଡିଓ ଜାଣିବାର ସବୁଠାରୁ ବଡ଼ ଦିଗ ହେଲା ଆଖି। କାରଣ ଏଡିଟ୍‌ରେ ଏହା ମୁଣ୍ଡର ଗତି ସହ ସମାନ ଭାବରେ ଗତି କରେ ନାହଁ। ଏସବୁ କାରଣରୁ ଆପଣ ନକଲି ଓ ଅସଲି ଜାଣିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.