ଦ୍ୱିତୀୟ ପାଳିରେ ମୁଁ ଅଧିକ ଶକ୍ତିଶାଳୀ, ଦେଶ ଚଳାଉଛି, ବିଶ୍ୱ ବି ଚଳାଉଛି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Published By : Prameya-News7 Bureau | April 29, 2025 IST

INDIATODAY

ନୂଆଦିଲ୍ଲୀମୁଁ ବର୍ତ୍ତମାନ ଦେଶ ଚଳାଉଛି ଏବଂ ସାରା ବିଶ୍ୱ ବି ଚଳାଉଛି। ମିଡିଆକୁ ଇଣ୍ଟରଭ୍ୟୁ ଦେଇ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମାଗାଜିନ ‘ଦ ଆଟଲାଣ୍ଟିକ୍’କୁ ଏକ ସାକ୍ଷାତକାର ଦେଇ ଟ୍ରମ୍ପ୍ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳକୁ ପ୍ରଥମ କାର୍ଯ୍ୟକାଳଠାରୁ ଭିନ୍ନ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ସେ "ଦେଶ ଏବଂ ବିଶ୍ୱ ଉଭୟ" ଚଳାଉଛନ୍ତି। ତାଙ୍କର ଆକ୍ରମଣାତ୍ମକ ଏଜେଣ୍ଡାକୁ ଉଭୟ ଆମେରିକା ଓ ସାରା ବିଶ୍ୱ ଅନୁସରଣ କରୁଛି ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି “ ପ୍ରଥମ ପାଳି ସରକାରରେ ମୋର ଦୁଇଟି କାମ ଥିଲା- ଦେଶ ଚଳାଇବା ଏବଂ ବଞ୍ଚିବା, ମୋ ପାଖରେ ଏହି ସମସ୍ତ କୂଟିଳ ଲୋକ ଥିଲେ। ଏବଂ ଦ୍ୱିତୀୟ ପାଳିରେ ମୁଁ ମୁଁ ଦେଶ ଏବଂ ବିଶ୍ୱ ଚଳାଉଚି। ମୁଁ ଯାହା କରୁଛି ତାହା ଖୁବ୍ ମଜା ଲାଗୁଛି। ତୁମେ(ଉପସ୍ଥାପକ) ଜାଣ, ମୁଁ ଯାହା କରେ ତାହା ଖୁବ୍ ଗହନ କଥା ହୋଇଥାଏ।”

ପଢନ୍ତୁ- ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲା ପାକିସ୍ତାନ: ବନ୍ଦ ହୋଇଯିବ ସବୁ ବାଟ

ଟ୍ରମ୍ପ ଦି ଆଟଲାଣ୍ଟିକର ମାଗାଜିନର ସମ୍ପାଦକ ଜେଫ୍ରି ଗୋଲ୍ଡବର୍ଗଙ୍କୁ ତାଙ୍କର ସାକ୍ଷାତକାର ଦେଇଥିଲେ। ସେ କହିଛନ୍ତି ଯେ ହ୍ୱାଇଟ୍ ହାଉସରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ସେ ଅଧିକ ଶକ୍ତିଶାଳୀ ଅନୁଭବ କରୁଛନ୍ତି। ତାଙ୍କ ପ୍ରଶାସନ ବିଶ୍ୱସ୍ତମାନଙ୍କ ଦ୍ୱାରା ପରିପୂର୍ଣ୍ଣ ଅଛି। ଏବଂ ଯେତେବେଳେ ତାଙ୍କ ନୀତି ଉପରେ ନଜର ରଖାଯାଉଛି ସେତେବେଳେ ସେ ନ୍ୟାୟିକ ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। 

ଆମେରିକା ରାଷ୍ଟ୍ରପତି ହେବାର ପ୍ରଥମ ୧୦୦ ଦିନରେ ଟ୍ରମ୍ପ ନୀତିଗତ ପଦକ୍ଷେପ ଏବଂ ରାଜନୈତିକ ବିରୋଧୀ ଉଭୟଙ୍କୁ ଟାର୍ଗେଟ କରି ୧୪୦ ରୁ ଅଧିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହା ସତ୍ତ୍ୱେ ଦେଶରେ  ଅର୍ଥନୈତିକ ଅବସ୍ଥା ଏବଂ ଶୁଳ୍କର ପ୍ରଭାବ ବିଷୟରେ ବଢ଼ୁଥିବା ଚିନ୍ତା ଯୋଗୁ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ସମର୍ଥକ ସଂଖ୍ୟାରେ ହ୍ରାସ ଘଟିଛି। ୱାଶିଂଟନ ପୋଷ୍ଟ-ଏବିସି ନ୍ୟୁଜ୍-ଇପସୋସ୍ ସର୍ଭେ ଅନୁଯାୟୀ, ରାଷ୍ଟ୍ରପତିଙ୍କ ଅନୁମୋଦନ ମୂଲ୍ୟାଙ୍କନ ଦ୍ରୁତ ଭାବରେ ହ୍ରାସ ପାଇ ୩୯% କୁ ଖସି ଆସିଛି।

ପଢନ୍ତୁ- କାନାଡ଼ା ନିର୍ବାଚନରେ ହାରିଲେ ଖଲିସ୍ତାନ ସମର୍ଥକ ଜଗମୀତ ସିଂହ: ଏନ୍‌ଡିପିର ମୁଖ୍ୟ ପଦରୁ ଦେଲେ ଇସ୍ତଫା

ଇଣ୍ଟରଭ୍ୟୁରେ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ହେବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ଏକଥା ସେ ପୂର୍ବ ପାଳିରେ ମଧ୍ୟ କହିଥିଲେ। ହେଲେ ଅଧିକାଂଶ ସାଂସଦ ଏହାକୁ ମଜାରେ ଉଡାଇ ଦେଇଥିଲେ। ଟ୍ରମ୍ପ କହିଥିଲେ ମୁଁ ତୃତୀୟ ଥର  ହ୍ୱାଇଟ୍ ହାଉସ୍ ଦଖଲ କରିବାକୁ ଚାହୁଁଛି। ତେବେ ଏହା ଟିକେ କଷ୍ଟକର ହେବ ବୋଲି ଟ୍ରମ୍ପ କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.