ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ 'X' ଆକାଉଣ୍ଟ ବନ୍ଦ, ଭାରତକୁ ଦେଇଥିଲେ ପରମାଣୁ ଧମକ

Published By : Prameya-News7 Bureau | April 29, 2025 IST

News7

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କୂଟନୈତିକ ସ୍ତରରେ ଆକ୍ସନ ନେଉଛି ଭାରତ। ଏହି ସମୟରେ ମୋଦୀ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ 'X' ଆକାଉଣ୍ଟକୁ ବନ୍ଦ କରିଛନ୍ତି। ତାଙ୍କ ଆକାଉଣ୍ଟ ଭାରତରେ ଆକ୍ସେସ୍‌ ହୋଇପାରିବ ନାହିଁ।

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୂର୍ବରୁ କହିଥିଲେ ଯେ ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ପାକିସ୍ତାନର ଅସ୍ତିତ୍ୱ ପ୍ରତି ସିଧାସଳଖ ବିପଦ ଥାଏ, ତେବେ ଏହା ପରମାଣୁ ଅସ୍ତ୍ର ବ୍ୟବହାର କରିପାରିବ। ତାଙ୍କ ବୟାନ ପରେ, ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି।

କେବଳ ଏତିକି ନୁହେଁ, ଭାରତ ସରକାର ପୂର୍ବରୁ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍‌ କରିଥିଲେ। ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ କରାଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା ଏବଂ ଭ୍ରାମକ ଖବର ପ୍ରସାର କରୁଥିଲେ। ସରକାର କହିଛନ୍ତି ଯେ ଏହି ଚ୍ୟାନେଲଗୁଡ଼ିକ ଦେଶର ଶାନ୍ତି ଏବଂ ଏକତାକୁ କ୍ଷତି ପହଞ୍ଚାଇପାରେ।

  • Pahalgam Terror Attack
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.