ମୁମ୍ଵାଇ ୨୯।୦୫: ବଲିଉଡର ମୋଷ୍ଟ ପପୁଲାର ଆୱାର୍ଡ ଆଇଫା ଆୱାର୍ଡ । ଶନିବାର ଇଣ୍ଟରନ୍ୟାସନାଲ୍ ଇଣ୍ଡିଆନ୍ ଫିଲ୍ମ ଏକାଡେମୀ ଆୱାର୍ଡ ୨୦୨୩ ଏଡିସନ୍ ଆୟୋଜିତ ହୋଇଥିଲା । ଯେଉଁଥିରେ ସାମିଲ ହୋଇଥିଲେ ବଲିଉଡର ନାମୀଦାମୀ କଳାକାର । ଏହି ବିରାଟ ଆୟୋଜନରେ ଗତ ବର୍ଷ ରିଲିଜ୍ ହୋଇଥିବା ବଲିଉଡ୍ ଚଳଚ୍ଚିତ୍ର ଏବଂ ସେଥିରେ କାମ କରିଥିବା ପ୍ରସିଦ୍ଧ ଅଭିନେତା, ଅଭିନତ୍ରୀ ସମ୍ମାନିତ ହୋଇଛନ୍ତି ।
ଆଇଫା ୨୦୨୩ରେ ଗତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ରରୁ ବ୍ରହ୍ମାସ୍ତ୍ରକୁ ସବୁଠୁ ଅଧିକ ପୁରସ୍କାର ମିଳିଛି । ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ର ଆଇଫା ୨୦୧୩ର ୬ଟି ଟ୍ରଫି ନିଜ ନାଁରେ କରିଛି । ଏଥିସହ ସଞ୍ଜୟ ଲୀଲା ବଂଶାଳୀର ‘ଗଙ୍ଗୁବାଇ କାଠିୟାୱାଡ଼ି’କୁ ମଧ୍ୟ ୫ଟି ପୁରସ୍କାର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଲିଆ ଭଟ୍ଟ ନିଜ ଅଭିନୟ ପାଇଁ ପୁଣିଥରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଛନ୍ତି । ଆଲିଆ ୪ର୍ଥ ଥର ପାଇଁ ଆଇଫା ଆୱାର୍ଡ ଜିତିଥିଛନ୍ତି। ତେବେ ଅନ୍ୟପଟେ ‘ବିକ୍ରମ ବେଦା’ରେ ଦମଦାର ଅଭିନୟ କରିଥିବା ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଛନ୍ତି । ଯିଏ ନିଜ ଅଭିନୟ ପାଇଁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ଆଇଫା ଆୱାର୍ଡ ହାସଲ କରିଛନ୍ତି । ମୌନି ରୟ ମଧ୍ୟ ବ୍ରହ୍ମାସ୍ତ୍ର ପାଇଁ ଆଇଫା ପାଇଛନ୍ତି । ଏହା ବ୍ୟତୀତ ରକେଟ୍ରି ଫିଲ୍ମ ପାଇଁ ଆର୍ ମାଧବନଙ୍କୁ ମଧ୍ୟ ଆଇଫା ଆୱାର୍ଡ ମିଳିଛି।
wp:embed {"url":"https://www.prameyanews7.com/malaika-arora-shared-arjun-kapoor-photo-on-social-media/","type":"wp-embed","providerNameSlug":"prameya-news-7"} /wp:embedବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ଅରିଜିତ୍ ସିଂ ଶ୍ରେଷ୍ଠ ଗୀତିକାର ଭାବେ ସମ୍ମାନିତ ହୋଇଛନ୍ତି। ସର୍ବାଧିକ ଆଇଫା ଆୱାର୍ଡ ଜିତିଥିବା ଗୀତିକାର ଭାବେ ଅରିଜିତ୍ ସିଂ ପରିଚିତ । ଗତ ବର୍ଷ ଅଜୟ ଦେବଗନଙ୍କ ଅଭିନୀତ ଦ୍ରିଶ୍ୟମ୍-୨ ଆଇଫା ୨୦୨୩ର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହୋଇଛି । ବ୍ରହ୍ମାସ୍ତ୍ର ଠାରୁ ଆରମ୍ଭ କରି ଭୁଲ ଭୁଲେୟା-୨ ସମସ୍ତ ଚଳଚ୍ଚିତ୍ର ଆଇଫା ହାସଲ କରିଛନ୍ତି । କିନ୍ତୁ, ଗତ ବର୍ଷ କ୍ରିଟିକ୍ସଠୁ ଆରମ୍ଭ କରି ଢେର ସାରା ପ୍ରଶଂସା ସାଉଁଟିଥିବା ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ସକୁ ଆଇଫା ୨୦୨୩ରେ କୌଣସି ପୁରସ୍କାର ମିଳିନାହିଁ ।
ତେବେ ଚାଲନ୍ତୁ ଜାଣିବା ଆଉ ବାକି ରହିଥିବା ଆଇଫା ଆୱାର୍ଡ ଲିଷ୍ଟ ବିଷୟରେ…
ବେଷ୍ଟ ଫିଲ୍ମ : ଦୃଶ୍ୟମ-୨
ବେଷ୍ଟ ନିର୍ଦ୍ଦେଶକ: ଆର ମାଧବନ୍ (ରକେଟ୍ରି: ନାମ୍ବି ଇଫେକ୍ଟ)
ବେଷ୍ଟ ଆକ୍ଟର ଇନ୍ ଲିଡିଂ ରୋଲ (ମହିଳା): ଆଲିଆ ଭଟ୍ଟ (ଗାଙ୍ଗୁବାଇ କାଠିଆୱାଡି)
ବେଷ୍ଟ ଆକ୍ଟର ଇନ୍ ଲିଡିଂ ରୋଲ (ପୁରୁଷ): ହ୍ରିତିକ ରୋଶନ
ବେଷ୍ଟ ଆକ୍ଟର ଇନ୍ ସପୋର୍ଟିଂ ରୋଲ (ମହିଳା): ମୌନି ରୟ (ବ୍ରହ୍ମାସ୍ତ୍ର: ଭାଗ -୧ )
ବେଷ୍ଟ ଆକ୍ଟର ଇନ୍ ସପୋର୍ଟିଂ ରୋଲ (ପୁରୁଷ): ଅନିଲ କପୁର (ଜୁଗଜୁଗ ଜିଓ)
ଆଉଟ୍ଷ୍ଟାଡିଂ ଆଚିଭମେଣ୍ଟ ଫ୍ୟାଶନ ଇନ୍ ସିନେମା: ମନୀଷ ମଲହୋତ୍ରା
ଆଉଟ୍ଷ୍ଟାଡିଂ ଆଚିଭମେଣ୍ଟ ଇନ୍ ଇଣ୍ଡିଆନ ସିନେମା: କମଲ ହାସନ
ବେଷ୍ଟ ଏଡାପ୍ତେ ଷ୍ଟୋରୀ: ଆମିଲ କିୟାନ ଖାନ ଏବଂ ଅଭିଷେକ ପାଠକ (ଦୃଶ୍ୟମ-୨)
ବେଷ୍ଟ ଡେବ୍ୟୁ ମେଲ-ଶାନ୍ତୁନୁ ମହେଶ୍ଵରୀ (ଗଙ୍ଗୁବାଇ କାଠିଆୱାଡି ) ଏବଂ ବାବିଲ ଖାନ (କାଲା)
ବେଷ୍ଟ ଡେବ୍ୟୁ ଫିମେଲ-ଖୁସାଲି କୁମାର
ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର-ଶ୍ରେୟା ଘୋଷାଲ(ବ୍ରହ୍ମାସ୍ତ୍ର-ରସିଆ)
ବେଷ୍ଟ ପ୍ଲେବ୍ୟାକ୍ ସିଙ୍ଗର ଫିମେଲ- ଅରିଜିତ୍ ସିଂ (କେସରିଆ)
ବେଷ୍ଟ ମ୍ୟୁଜିକ୍ ଡାଏରେକସନ୍-ପ୍ରୀତମ
ବେଷ୍ଟ ଲିରିକିଷ୍ଟ- ଅମିତାଭ ଭଟାଚାର୍ଯ୍ୟ- ବ୍ରହ୍ମାସ୍ତ୍ର- କେସରିୟା
ବେଷ୍ଟ ସିନେମାଟୋଗ୍ରାଫି- ସୁଦୀପ ଭଟାଚାର୍ଯ୍ୟ (ଗଙ୍ଗୁବାଇ)
ବେଷ୍ଟ ସ୍କ୍ରିନ୍ଫ୍ଲେ- ସଙ୍ଜୟଲୀଲା ଭନସାଲୀ -ଉତ୍କର୍ଶିନୀ ବଶିଷ୍ଠ (ଗଙ୍ଗୁବାଇ)
ବେଷ୍ଟ ଡାଏଲଗ- ଉତ୍କର୍ଶିନୀ ବଶିଷ୍ଠ, ପ୍ରକାଶ କାପାଡିଆ (ଗଙ୍ଗୁବାଇ କାଠିଆୱାଡି)
ବେଷ୍ଟ କୋରିଓଗ୍ରାଫି-ଭୁଲ୍ ଭୁଲେୟାଁ-୨
ବେଷ୍ଟ ସାଉଣ୍ଡ ଡିଜାଇନର- ଭୁଲ୍ ଭୁଲେୟାଁ-୨
ବେଷ୍ଟ ଏଡିଟିଂ-ଦୃଶ୍ୟମ-୨
ବେଷ୍ଟ ଓରିଜଲ ଷ୍ଟୋରୀ: ପରଭେଜ୍ ଶେଖ ଏବଂ ଜସ୍ମିଟ୍ ରେନ୍ (ଡାର୍ଲିଙ୍ଗସ୍)
ଆଞ୍ଚଳିକ ସିନେମା: ମରାଠୀ ଚଳଚ୍ଚିତ୍ର 'ଭେଡ୍' (ନିର୍ଦ୍ଦେଶକ- ରିତେଶ ଦେଶମୁଖ)
ବେଷ୍ଟ ସ୍ପେଶାଲ ଇଫେକ୍ଟ- ବ୍ରହ୍ମାସ୍ତ୍ର
ବେଷ୍ଟ ବ୍ୟାକ୍ଗ୍ରାଉଣ୍ଡ ସ୍କୋର-ବିକ୍ରମ ବେଦା
ବେଷ୍ଟ ବ୍ୟାକଗ୍ରାଉଣ୍ଡ ମିସ୍କିଙ୍ଗ-ମୋନିକା ଓ ମାଇ ଡାର୍ଲିଙ୍ଗ