ସ୍ପେଶ୍ ଷ୍ଟେସନରେ ୫୦ରୁ ଅଧିକ ଛିଦ୍ର; ଫାଟ ଦେଇ ପଶୁଛି ପବନ, ସୁନିତାଙ୍କ ପାଇଁ ବଢ଼ିଲା ମୁସ୍କିଲ୍

Published By : Prameya-News7 Bureau | November 16, 2024 IST

ନୂଆଦିଲ୍ଲୀ: ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ପୃଥିବୀ ଫେରିବା ସମ୍ଭାବନା କ୍ଷୀଣ ହେଉଛି । ଫେରବ୍ରୁଆରି ମାସରେ ସୁନିତା ଏବଂ ତାଙ୍କ ସାଥି ଭୂ-ପୃଷ୍ଠକୁ ଫେରିଥାନ୍ତେ, ମାତ୍ର ଏହା ମୁସ୍କିଲ୍ ହେବାରେ ଲାଗିଛି । ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ନେଇ ଆମେରିକା ମହାକାଶ ଗବେଷଣା ସଂସ୍ଥା ‘ନାସା’ ଚିନ୍ତାଜନକ ଖବର ଦେଇଛି । ଆଇଏସଏସରେ ଗତ ୫ ବର୍ଷ ହେଲା ଛିଦ୍ର ସୃଷ୍ଟି ହୋଇଛି । ଏହି ଛିଦ୍ର ଏବେ ୫୦ରୁ ଅଧିକ ସ୍ଥାନରେ ହୋଇଛି । ଏହାଛଡ଼ା ଇଣ୍ଟର ନ୍ୟାସନାଲରେ ସ୍ପେଶ୍ ଷ୍ଟେସନରେ ଫାଟ ସୃଷ୍ଟି ହୋଇଥିବା ‘ନାସା’ ସୂଚନା ଦେଇଛି । ଫଳରେ ସୁନିତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥିଙ୍କ ପାଇଁ ବିପଦ ବଢ଼ିବାରେ ଲାଗିଛି । 

ଋଷ୍ ଲ୍ୟାବର ବୈଜ୍ଞାନିକ ମାଇକ୍ରୋ ବାଇବ୍ରେସନ ଦାବି କରିଛନ୍ତି, ସ୍ପେଶ୍ ଷ୍ଟେସନ ମଧ୍ୟକୁ ପବନ ପ୍ରବେଶ କରିବାର ଅର୍ଥ ସତର୍କ ଘଣ୍ଟି ସଦୃଶ । ହେଲେ ଏହାର ସମାଧାନ ପାଇଁ ତଥା ଜୀବନ ବଞ୍ଚାଇବାକୁ ନାସା କୌଣସି ନା କୌଣସି ଉପାୟ ବାହାର କରିବ । ଇଣ୍ଟର ନ୍ୟାସନାଲ ସ୍ପେଶ୍ ଷ୍ଟେସନରେ ପ୍ରଥମେ ୟବେଜଦା ମଡ୍ୟୁଲାର୍ ସିଷ୍ଟମରେ ଛିଦ୍ର ସୃଷ୍ଟି ହୋଇଥିଲା । ଆଇଏସଏସର ଏହି ସ୍ଥାନରୁ ଡାକିଙ୍ଗ ପୋର୍ଟ ପର୍ଯ୍ୟନ୍ତ ଯିବା ପାଇଁ ଏକ ସୁଡ଼ଙ୍ଗ ରହିଛି । ଏହାର କିଛି ଅଂଶ କଣ୍ଟ୍ରୋଲ ରୁମ୍ ସହିତ ଯୋଡ଼ି ହୋଇ ରହିଛି । ସ୍ପେଶ୍ ଷ୍ଟେସନର ଏହି ସମସ୍ୟାର ମୁଖ୍ୟ କାରଣ ଏହା ନାସା ଏବଂ ଋଷ୍ ଏଜେନ୍ସି ରାସକୋମସ୍ । ଦୁଇ ସଂସ୍ଥା ଅସହମତି ପାଇଁ ଛିଦ୍ର ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର କୌଣସି ସମାଧନ ନହେଲେ ଏହା ସ୍ପେଶ୍ ଷ୍ଟେସନ ପାଇଁ ବିପତ୍ତ, ଯାହାକୁ ନେଇ ମହକାଶଚାରୀ ଏବଂ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଛି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.