ନ୍ୟୁୟର୍କ ୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ଏଲନ ମସ୍କ କଥିତ ରୂପେ ଜାତିସଂଘରେ ଇରାନ ରାଜଦୂତଙ୍କ ସହିତ ବୈଠକ କରିଛନ୍ତି। ରିପବ୍ଲିକାନଙ୍କ ଦ୍ୱାରା ମସ୍କଙ୍କୁ ଆମେରିକା ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ମୁଖ୍ୟ ନିଯୁକ୍ତିର ଠିକେ ଦିନକ ପୂର୍ବରୁ ସେ ଏହି ବୈଠକ କରିଛନ୍ତି। ନ୍ୟୁୟର୍କ ଟାଇମସ୍ ର ଏକ ରିପୋର୍ଟ ଅନୁସାରେ ମାମଲା ସମ୍ପର୍କିତ ୨ ଇରାନୀ ଅଧିକାରୀ କହିଛନ୍ତି ଯେ ମସ୍କ ନଭେମ୍ବର ୧୧ ତାରିଖ ଦିନ ଇରାନ ରାଜଦୂତ ଅମୀର ସଇଦ ଇରାଭାନୀଙ୍କୁ ଭେଟିଥିଲେ।
ପ୍ରାୟ ଏକ ଘଣ୍ଟାରୁ ଅଧିକ କାଳ ଚାଲିଥିବା ଏହି ବୈଠକରେ ଉଭୟ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ନିମନ୍ତେ ଆଲୋଚନା ହୋଇଥିଲା। ଅଧିକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ ଏହି ବୈଠକ ନିମନ୍ତେ ମସ୍କ ଅନୁରୋଧ କରିଥିଲେ, ତେବେ ରାଜଦୂତ ଏଥି ପାଇଁ ସ୍ଥାନ ନିର୍ବାଚନ କରିଛନ୍ତି। ନ୍ୟୁୟର୍କ ଟାଇମସ୍ ରିପୋର୍ଟ ଅନୁସାରେ ଇରାନୀମାନେ ଏହି ସାକ୍ଷାତ ଆଲୋଚନାକୁ ‘ସକରାତ୍ମକ’ ଓ ‘ଭଲ ଖବର’ ବୋଲି କହିଛନ୍ତି।
ତେବେ ଏ ବୈଠକ ନେଇ ଯେବେ ଟ୍ରମ୍ପଙ୍କ ସଞ୍ଚାର ନିର୍ଦ୍ଦେଶକ ଷ୍ଟିଭନ ଚେଉଙ୍ଗଙ୍କୁ ପଚରା ଗଲା ସେ ନ୍ୟୁୟର୍କ ଟାଇମ୍ସକୁ ‘ଆମେ ବ୍ୟକ୍ତିଗତ ବୈଠକ ସମ୍ପର୍କରେ ଟିପ୍ପଣୀ କରୁନା’ ବୋଲିକ ହିଛନ୍ତି। ଟ୍ରମ୍ପଙ୍କ ପିଛିଲା ରାଷ୍ଟ୍ରପତିତ୍ୱ କାଳରେ ଇରାନ ଓ ଆମେରିକା ସମ୍ପର୍କ ଭଲ ନଥିଲା। ଟ୍ରମ୍ପ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକା ରାଷ୍ଟ୍ରପତି ଥିଲେ। ସେ ୨୦୧୫ରେ ପରମାଣୁ ବୁଝାମଣାରୁ ଇରାନ ବାହାରକୁ ଯିବା ଯୋଗୁ ୨୦୧୮ ମସିହାରେ ନୂଆ କଟକଣା ଜାରି କରିଥିଲେ।
Important & straightforward talks with DG @rafaelmgrossi this morning.
— Seyed Abbas Araghchi (@araghchi) November 14, 2024
As a committed member of NPT we continue our full cooperation with the IAEA. Differences can be resolved through cooperation and dialogue. We agreed to proceed with courage and good will.
Iran has never… pic.twitter.com/bwLLzrKzwE
ଇରାନକୁ ଆଉ ଏକ ଝଟକା ଦେଇ ଟ୍ରମ୍ପ ଜାନୁୟାରୀ ୨୦୨୦ରେ ଇରାକରେ ଜଣେ ଉଚ୍ଚପଦସ୍ଥ ଇରାନୀ ସୈନ୍ୟ ଅଧିକାରୀ କାସୀମ ସୁଲେମାନୀଙ୍କ ହତ୍ୟା ନିମନ୍ତେ ଡ୍ରୋନ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ। ଗତ ସେପ୍ଟେମ୍ବରରେ ଟ୍ରମ୍ପ ନ୍ୟୁୟର୍କରେ ଏକ ଭାଷଣରେ ନୂଆ ପରମାଣୁ ବାର୍ତ୍ତା ନିମନ୍ତେ ତାଙ୍କ ମୁକ୍ତ ନୀତି ସମ୍ପର୍କରେ କହିଥିଲେ। ରିପବ୍ଲିକାନ ନେତା କହିଥିଲେ ଯେ ଆମକୁ ଏକ ଡିଲ କରିବାକୁ ହେବ କାରଣ ପରିଣାମ ଅସମ୍ଭବ।
୧୪ ନଭେମ୍ବର ଗୁରୁବାର ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀ ଏକ୍ସ ରେ ଏକ ପୋଷ୍ଟ ସେୟାର କରି ଉଲ୍ଲେଖ କରିଛନ୍ତି ଯେ ଏନପିଟିର ଏକ ସଂକଳ୍ପବଦ୍ଧ ସଦସ୍ୟ ରୂପେ ଆମେ ଆଇଏଇଏ ସହିତ ଆମର ପୁରା ସହଯୋଗ ଜାରି ରଖିଛୁ। ସହଯୋଗ ଓ ଆଲୋଚନା ମାଧ୍ୟମରେ ଆମେ ମତପାର୍ଥକ୍ୟକୁ ସମାଧାନ କରିପାରିବା। ଆମେ ସାହସ ଓ ସଦଭାବନା ସହିତ ଆଗକୁ ବଢିବା ପାଇଁ ସହମତ ହୋଇଛୁ। ଇରାନ ତାର ଶାନ୍ତିପୂର୍ଣ୍ଣ ପରମାଣୁ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା ଲାଗି ଟେବୁଲରୁ ଦୂରେଇ ଯାଇନି। ବଲ ଏବେ ୟୁରୋପୀୟ ସଂଘ ଇ-୩ ପଟେ ରହିଛି। ଆମେ ଆମର ରାଷ୍ଟ୍ରୀୟ ସ୍ୱାର୍ଥ ଓ ଅଭିଭାଜ୍ୟ ଅଧିକାର ଆଧାରରେ ଆଲୋଚନା ଲାଗି ପ୍ରସ୍ତୁତ ଅଛୁ।
ତେବେ ଆମେ ଚାପ ଓ ଧମକରେ ଆଲୋଚନା ନିମନ୍ତେ ପ୍ରସ୍ତୁତ ନୁହଁ। ଅରାଘଚୀଙ୍କ ଏହି ପୋଷ୍ଟ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ) ମାହନିର୍ଦ୍ଦେଶକ ରାଫେଲ ମାରିୟାନୋଙ୍କ ସହିତ ତାଙ୍କ ବୈଠକ ପରେ ଆସିଛି।