ୱାସିଂଟନ ୧୫।୧୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାଂସଦ ମାର୍କୋ ଋବିୟୋଙ୍କୁ ବିଦେଶ ମନ୍ତ୍ରୀ ଭାବେ ନାମିତ କରିଛନ୍ତି ଓ କହିଛନ୍ତି ଋବିୟୋ ଆମେରିକା ନିମନ୍ତେ ଜଣେ ମଜଭୁତ ବ୍ୟକ୍ତି, ସହଯୋଗୀଙ୍କ ସଚ୍ଚୋଟ ମିତ୍ର ଓ ଜଣେ ନିଡର ନେତା ହୋଇ ପାରିବେ ଯିଏ କେବେବି ବିରୋଧୀଙ୍କ ସମ୍ମୁଖରେ ନଇଁବେ ନାହିଁ। ଏ ସମ୍ପର୍କରେ ଔପଚାରିକ ଘୋଷଣା କରି ଟ୍ରମ୍ପ କହିଛନ୍ତି ଯେ ‘ଏହା ଘୋଷଣା କରିବାକୁ ମୁଁ ଗର୍ବିତ ଅନୁଭବ କରୁଛି ଯେ ଫ୍ଲୋରିଡା ସାଂସଦ ମାର୍କୋ ଋବିୟୋ ଙ୍କୁ ଆମେରିକାର ସେକ୍ରେଟାରୀ ଅଫ ଷ୍ଟେଟ୍ ନାମିତ କରାଯାଇଛି’।
୫୩ ବର୍ଷ ବୟଷ୍କ ଋବିୟୋଙ୍କୁ କ୍ୟୁବାର କମ୍ୟୁନିଷ୍ଟ ସରକାରଙ୍କ ମୁଖର ସମାଲୋଚକ ଓ ଇସ୍ରାଏଲର ପ୍ରବଳ ସମର୍ଥକ ରୂପେ ଜଣାଯାଏ। ଋବିୟୋ ସେହି ୧୫ ରିପବ୍ଲିକାନ ସିନେଟରଙ୍କ ମଧ୍ୟରେ ଜଣେ ଥିଲେ ଯିଏ ୟୁକ୍ରୋନକୁ ଋଷିଆର ବିରୋଧ ପାଇଁ ଓ ଇସ୍ରାଏଲ ସମେତ ଅନ୍ୟ ଆମେରିକୀୟ ଭାଗିଦାରଙ୍କ ସମର୍ଥନ ନିମନ୍ତେ ଏକ ବଡ଼ ସୈନ୍ୟ ସହାୟତା ପ୍ୟାକେଜ ବିପକ୍ଷରେ ମତଦାନ କରିଥିଲେ। ଏହା ଛଡା ଟ୍ରମ୍ପ କହିଛନ୍ତି ଯେ ସେ ଫ୍ଲୋରିଡା ସାଂସଦ ମ୍ୟାଟ ଗେଟଜ୍ ଙ୍କୁ ତାଙ୍କ ଆଟର୍ଣ୍ଣି ଜେନେରାଲ ରୂପେ ନାମିତ କରିବେ।
ଟ୍ରମ୍ପ ସାଂସଦଙ୍କୁ ଚୟନ କରିବା ସମୟରେ କିଛି ପ୍ରତିଷ୍ଠିତ ଓକିଲଙ୍କୁ ଟାଳି ଯାଇଛନ୍ତି, ଯେଉଁମାନଙ୍କ ନାମ ଆଟର୍ଣ୍ଣି ଜେନେରାଲ ପଦବୀ ନିମନ୍ତେ ନିଆଯାଉଥିଲା। ନବନିର୍ବାଚିତ ରାଷ୍ଟ୍ରପତି ଏକ ବୟାନରେ କହିଛନ୍ତି ଯେ ଗେଟଜ୍ ରାଜନୈତିକ ଲାଭ ନିମନ୍ତେ ଅସ୍ତ୍ରଶସ୍ତ୍ର ବ୍ୟବହାର ଚଳଣିକୁ ସମାପ୍ତ କରିବେ, ଆମ ସୀମାଗୁଡିକୁ ସୁରକ୍ଷିତ କରିବେ, ଅପରାଧିକ ସଙ୍ଗଠନଙ୍କୁ ସମାପ୍ତ କରିବେ ଓ ନ୍ୟାୟ ବିଭାଗରେ ଆମେରିକୀୟଙ୍କ ସମାପ୍ତ ହୋଇସାରିଥିବା ଆସ୍ଥା ଓ ବିଶ୍ୱାସକୁ ପୁନଃ ସ୍ଥାପନା କରିବେ।
ରିପବ୍ଲିକାନ ପାର୍ଟି ଆମେରିକୀୟ ପ୍ରତିନିଧିସଭାରେ ୨୧୮ ଆସନ ଜିତିଛି ଓ ଏହା ସହିତ ପାର୍ଟି ଶାସନ ଅକ୍ତିଆର କରିଛି। ଏରିଜୋନା ଓ କାଲିଫର୍ଣ୍ଣିୟା ନିମ୍ନ ସଦନ ସିଟରେ ବିଜୟ ସହିତ ରିପବ୍ଲିକାନ ପାର୍ଟିକୁ ପ୍ରତିନିଧି ସଭାର ୨୧୮ ସିଟରେ ବିଜୟ ମିଳିଯାଇଛି, ଯାହା ସଂଖ୍ୟାଗରିଷ୍ଠତା ସହ ସମାନ। ସେହିପରି ରିପବ୍ଲିକାନ ପାର୍ଟିର ସିନେଟ୍ ଉପରେ ପୂର୍ବରୁ ନିୟନ୍ତ୍ରଣ ଥିଲା।ରିପବ୍ଲିକାନ ପାର୍ଟି ନେତା ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂସଦ ଭବନ ପରିସରରେ ପ୍ରତିନିଧି ସଭା ସଦସ୍ୟଙ୍କୁ ଭେଟିଥିଲେ। ଏହି ଅବସରରେ ସେ କହିଥିଲେ ପ୍ରତିନିଧି ମେଟ୍ ଗେଟଜ୍ଙ୍କୁ ସେ ଆଟର୍ଣ୍ଣି ଜେନେରାଲ ପଦବୀ ନିମନ୍ତେ ନାମିତ କରିବେ।