କ୍ଷମା ମାଗିଲା ବ୍ରିଟିଶ ପିଏମ୍‌ଙ୍କ କାର୍ଯ୍ୟାଳୟ, ଦୀପାବଳିରେ ଅତିଥିଙ୍କ ଖାଦ୍ୟରେ ମଦ-ମାଂସ ସାମିଲ କରିବାରୁ ଥିଲା ବିବାଦ

Published By : Prameya-News7 Bureau | November 15, 2024 IST

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ କାର୍ଯ୍ୟାଳୟ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଦୀପାବଳି ପାଳନ ବେଳେ ଆମିଷ ଭୋଜନ ଏବଂ ମଦ ଦିଆଯିବା ଉପରେ କ୍ଷମା ପ୍ରାର୍ଥନା କରିଛି । ବ୍ରିଟିଶ ହିନ୍ଦୁଙ୍କ ଆପତ୍ତି ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁଲକୁ ସ୍ୱୀକାର କରି କ୍ଷମା ମାଗିଛି । ବ୍ରିଟିଶ ପିଏମ୍‌ଙ୍କ କାର୍ଯ୍ୟାଳୟର ମୁଖପାତ୍ର ଖାଦ୍ୟର ସୂଚୀ କଥା ସିଧା ଉଲ୍ଲେଖ କରିନାହାନ୍ତି, କିନ୍ତୁ କହିଛନ୍ତି ସେ ଏହି ପ୍ରସଙ୍ଗରେ ସମୁଦାୟର ଭାବନାକୁ ବୁଝୁଛନ୍ତି ଏବଂ ଭବିଷ୍ୟତରେ ଏପରି ଭୁଲ ହେବ ନାହିଁ । 

୧୦ ଡାଉନିଂ ଷ୍ଟ୍ରିଟ୍ ମୁଖପାତ୍ର କହିଛନ୍ତି, 'ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ ପାଇଁ ଅନେକ ସମୁଦାୟର ଲୋକଙ୍କୁ ଡାଉନିଂ ଷ୍ଟ୍ରିଟରେ ସ୍ୱାଗତ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ବ୍ରିଟିଶ ହିନ୍ଦୁ, ଶିଖ ଏବଂ ଜୈନ ସମୁଦାୟର ଦେଶ ବିକାଶରେ ଯୋଗଦନକୁ ପ୍ରଶଂସା କରିଛନ୍ତି ଏବଂ ସରକାର କଠିନ ପରିଶ୍ରମ, ମହତ୍ୱାକାଂକ୍ଷୀ ଏବଂ ଆକାଂକ୍ଷା ପରି ମିଳିତ ମୂଲ୍ୟରୁ ପ୍ରେରିତ । ଆୟୋଜନରେ ଗୋଟିଏ ତ୍ରୁଟି ହୋଇଥିଲା, ଯାହାକୁ ଆମେ ହୃଦବୋଧ କରିଛୁ । ଏଥିପାଇଁ ଆମେ ସମୁଦାୟକୁ କ୍ଷମା ମାଗୁଛୁ ଏବଂ ପୁଣି କେବେ ଏପରି ଘଟିବ ନାହିଁ ବୋଲି ଭରସା ଦେଉଛୁ ।'

କଞ୍ଜରଭେଟିଭ୍ ପାର୍ଟିର ଭାରତୀୟ ବଂଶୋଦ୍ଭବ ସାଂସଦ ଶିବାନୀ ରାଜା ପିଏମ୍ ଷ୍ଟାର୍ମରଙ୍କୁ ଚିଠି ଲେଖି ଦୀପାବଳି ଆୟୋଜନ ଉପରେ ଚିନ୍ତା ବ୍ୟକ୍ତ କରିଥିଲେ । ଆୟୋଜନ ହିନ୍ଦୁ ପରମ୍ପରା ଅନୁରୂପ ନଥିବା ସେ ଉଲ୍ଲେଖ କରିଥିଲେ । ଶିବାନୀ ସୋସିଆଲ୍ ମିଡିଆରେ ବି ଏହା ଉପରେ ଟିପ୍ପଣୀ କରିଥିଲେ । ସେ ଲେଖିଥିଲେ, 'ଚଳିତ ବର୍ଷ ଆୟୋଜନରେ ପରମ୍ପରା ଏବଂ ରୀତି-ନୀତିର ଅଭାବ ଦେଖିବାକୁ ମିଳିଛି । ଜଣେ ହିନ୍ଦୁ ଏବଂ ଲେକ୍ଟର ଇଷ୍ଟରେ ହଜାର ହଜାର ହିନ୍ଦୁଙ୍କ ପ୍ରତିନିଧିତ୍ୱ କରୁଛି । ଚଳିତ ବର୍ଷର ଆୟୋଜନ ଏହି ଭୁଲ ଯୋଗୁଁ ବିବାଦକୁ ଆସିଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.