ଚଳିତ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ବଢ଼ାଇଲା ଭାରତର ଅଭିବୃଦ୍ଧି ହାର, ୬.୧ ପ୍ରତିଶତ ରହିପାରେ ଜିଡିପି

Published By : Prameya-News7 Bureau | July 25, 2023 IST

ନୂଆଦିଲ୍ଲୀ, ୨୫/୦୭: ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF) ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅନୁମାନରେ ୨୦ ବେସିସ୍‌ ପଏଣ୍ଟ ବୃଦ୍ଧି ନେଇ ଆକଳନ କରିଛି। IMF ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୬.୧ ପ୍ରତିଶତ ରହିପାରେ। ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ବୃଦ୍ଧି ହାର ୫.୯ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା ଆଇଏମଏଫ।

ଆଇଏମଏଫ ଏହାର ନୂତନ ଓ୍ବାର୍ଲ୍ଡ ଇକୋନୋମିକ୍‌ ଆଉଟଲୁକ୍‌ ରିପୋର୍ଟରେ ଏହି ସୂଚନା ଦେଇଛି। ଆଇଏମଏଫ କହିଛି ଭାରତର ଏହି ବୃଦ୍ଧି ଏକ ଇସାରା କରୁଛି ଯେ,  ଘରୋଇ ନିବେଶ ଫଳରେ ଆର୍ଥିକ ବିକାଶ ଆଶାନୁରୂପ ରହିବ। ଅବଶ୍ୟ ଆରବିଆଇର ଏହି ଆକଳନ ରିଜର୍ଭ ବ୍ୟାଙ୍କ୍‌ର ଆକଳନ ଠାରୁ କମ୍ ରହିଛି। ସୂଚନାଥାଉକି, ରିଜର୍ଭ ବ୍ୟାଙ୍କ୍‌ ଚଳିତ ଆର୍ଥିକ ବର୍ଷର ୬.୫ ପ୍ରତିଶତ ଜିଡିପି ବୃଦ୍ଧିର ଅନୁମାନ କରିଥିଲା । ଆଇଏମଏଫ୍‌ ୨୦୨୪-୨୫ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତ ଦରରେ କୌଣସି ପରିବର୍ତ୍ତନ କରିନାହିଁ।

ଆହୁରି ପଢ଼ନ୍ତୁ: ଆର୍ଥିକ ବିକାଶରେ କେବଳ ଭାରତ ଏବଂ ଚୀନ୍‌ର ଯୋଗଦାନ ଅଧା ରହିବ: ଆଇଏମଏଫ୍‌ ମୁଖ୍ୟ

ଆମେରିକାର ଜିଡିପି ୨୦୨୩ରେ ୧.୮ ପ୍ରତିଶତ ଏବଂ ୨୦୨୪ରେ ୧ ପ୍ରତିଶତ ରହିବାର ଅନୁମାନ କରିଛି। ଯେତେବେଳେକି ୟୁରୋପର ଜିଡିପି ୨୦୨୩ରେ ୦.୯ ପ୍ରତିଶତ ଏବଂ ୨୦୨୪ରେ ୧.୫ ପ୍ରତିଶତ ରହିବାର ଅନୁମାନ ରହିଛି। ୨୦୨୩ରେ ଚୀନ୍‌ର ଜିଡିପି ୫.୨ ପ୍ରତିାତ ରହିଥିଲା ଏବଂ ୨୦୨୪ରେ ୪.୫ ପ୍ରତିାତ ହାରରେ ବଢ଼ିବା ନେଇ ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଭାରତ ପାଇଁ  ୨୦୨୨-୨୩ର ଚତୁର୍ଥ ତ୍ରୈମାସିକରେ ଜିଡିପି ବୃଦ୍ଧି ଭଲ ଥିଲା। ଏହି ଭଳି ଭାବରେ ପୂରା ୨୦୨୨-୨୩ରେ ଭାରତର ଜିଡିପି ୭.୨ ପ୍ରତିଶତ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.