ପବନ ଓ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦନରେ ବିଶ୍ୱରେ ତୃତୀୟ ହେଲା ଭାରତ, ପଛରେ ପଡ଼ିଲା ଜର୍ମାନୀ: ରିପୋର୍ଟ

Published By : Prameya-News7 Bureau | April 08, 2025 IST

indiatoday

ନୂଆଦିଲ୍ଲୀ: ପବନ ଏବଂ ସୌର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବାରେ ଭାରତ ଜର୍ମାନୀକୁ ପଛରେ ପକାଇ ୨୦୨୪ରେ ବିଶ୍ୱର ତୃତୀୟ ବୃହତ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି। ମଙ୍ଗଳବାର ପ୍ରକାଶିତ ଏକ ନୂଆ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। 
 ଗ୍ଲୋବାଲ୍ ଏନର୍ଜି ଥିଙ୍କ୍ ଟ୍ୟାଙ୍କ୍ ଏମ୍ବରର ଗ୍ଲୋବାଲ୍ ଇଲେକ୍ଟ୍ରିସିଟି ରିଭ୍ୟୁର ଷଷ୍ଠ ସଂସ୍କରଣର ରିପୋର୍ଟ ଅନୁସାରେ, ଗତ ବର୍ଷ ପବନ ଏବଂ ସୌର ଶକ୍ତିରେ ମିଳିତ ଭାବରେ ସାରା ବିଶ୍ୱ ୧୫ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରାଯାଇଥିଲା। ତନ୍ମମଧ୍ୟରୁ ଭାରତର ଭାଗ ୧୦ ପ୍ରତିଶତ ଥିଲା।
 ରିପୋର୍ଟରେ କୁହାଯାଇଛି ଯେ ଅଙ୍ଗାରକାମ୍ଳ କମ୍ ନିର୍ଗମନ କରୁଥିବା ନବୀକରଣୀୟ ଏବଂ ପରମାଣୁ ଶକ୍ତି ମିଶି ୨୦୨୪ ମସିହାରେ ବିଶ୍ୱର ୪୦.୯ ପ୍ରତିଶତ ବିଦ୍ୟୁତ୍ ଯୋଗାଣ କରିଥିଲେ। ୧୯୪୦ ମସିହା ପରେ ପ୍ରଥମ ଥର ପାଇଁ ଏଭଳି ବିଦ୍ୟୁତ୍ ଉତ୍ପାଦନରେ ୪୦ ପ୍ରତିଶତ ସୀମା ଅତିକ୍ରମ କରିଛି।
 ଭାରତରେ, ସ୍ୱଚ୍ଛ ଉତ୍ସ(କ୍ଲିନ ସୋର୍ସ)ରେ ବିଦ୍ୟୁତ୍ ଉତ୍ପାଦନର ୨୨ ପ୍ରତିଶତ, ଜଳବିଦ୍ୟୁତରେ ସର୍ବାଧିକ ୮ ପ୍ରତିଶତ ଏବଂ ପବନ ଏବଂ ସୌର ମିଳିତ ଭାବରେ ୧୦ ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ କରିଥିଲେ।

ପଢନ୍ତୁ- ଭାରତରୁ ରପ୍ତାନୀରେ ରେକର୍ଡ ଭାଙ୍ଗିଲା ଆପଲ: କେବଳ ମାର୍ଚ୍ଚ ମାସରେ ୧୩% ବୃଦ୍ଧି
 ବିଶ୍ୱ ସ୍ତରରେ, ନବୀକରଣ ଶକ୍ତି ସ୍ୱଚ୍ଛ ବିଦ୍ୟୁତ୍ କ୍ଷେତ୍ରର ଅଭିବୃଦ୍ଧିକୁ ଆଗେଇ ନେଇଛି। ୨୦୨୪ ମସିହାରେ ରେକର୍ଡ ୮୫୮ ଟେରାୱାଟ୍ ଘଣ୍ଟା (TWh) ହୋଇଛି,  ଯାହା ପୂର୍ବରୁ ୨୦୨୨ରେ ହୋଇଥିବା ରେକର୍ଡ ତୁଳନାରେ ୪୯ ପ୍ରତିଶତ ଅଧିକ।

୨୦୨୪ ମସିହାରେ ୪୭୪ TWh ଯୋଡ଼ିବା ସହିତ ସୋଲାର ଶକ୍ତି କ୍ରମାଗତ ତୃତୀୟ ବର୍ଷ ବିଦ୍ୟୁତ୍ ଶକ୍ତି ଉତ୍ପଦାନରେ ସର୍ବବୃହତ ଉତ୍ସ ପାଲଟିଛି। ଏହା କ୍ରମାଗତ ୨୦ ବର୍ଷ ହେଲା ସବୁଠାରୁ ଦ୍ରୁତତମ ବୃଦ୍ଧି ପାଉଥିବା ଶକ୍ତି ଉତ୍ସ  ହୋଇଛି। ମାତ୍ର ତିନି ବର୍ଷ ମଧ୍ୟରେ, ବିଶ୍ୱ ସୌରଶକ୍ତି ଉତ୍ପାଦନ ବିଦ୍ୟୁତ ମିଶ୍ରଣର ଦୁଇଗୁଣ ବୃଦ୍ଧି ପାଇ ୬.୯ ପ୍ରତିଶତ ହୋଇଛି। ଭାରତରେ ମଧ୍ୟ ସୌରଶକ୍ତିରେ ଦ୍ରୁତ ବୃଦ୍ଧି ଘଟିଛି। ୨୦୨୪ ମସିହାରେ ଦେଶର ବିଦ୍ୟୁତ ଉତ୍ପାଦନର ୭ ପ୍ରତିଶତ ଯୋଗଦାନ ସୌରଶକ୍ତିର ରହିଥିଲା। ୨୦୨୧ ପରଠାରୁ ଏହା ଦ୍ୱିଗୁଣିତ ହୋଇଛି।

ଭାରତ ୨୦୨୪ ମସିହାରେ ୨୪ ଗିଗାୱାଟ (GW) ସୋଲାରା କାପାସିଟି ଯୋଡିଛି, ଯାହା ୨୦୨୩  ଅପେକ୍ଷା ଦୁଇଗୁଣ ଅଧିକ। ଚୀନ୍ ଏବଂ ଆମେରିକା ପରେ ଭାରତ ସୋଲାର କାପାସିଟିରେ ତୃତୀୟ ବୃହତ୍ତମ ବଜାର ପାଲଟିଛି। ଯାହା ୨୦ TWh ସହିତ ଭାରତ ବିଶ୍ୱ ସ୍ତରରେ ସୌର ଉତ୍ପାଦନରେ ଚତୁର୍ଥ ସର୍ବାଧିକ ବୃଦ୍ଧି ରେକର୍ଡ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.