ଭାରତ-ପାକିସ୍ତାନ ସୁପର-୪ ମୁକାବିଲା; ନେଟ୍ସରେ ଜୋରଦାର୍ ଅଭ୍ୟାସ, ଇନଡୋରରେ ଟିମ୍ ଇଣ୍ଡିଆର ବ୍ୟାଟିଂ ରଣନୀତି

Published By : Prameya-News7 Bureau | September 08, 2023 IST

କଲମ୍ବୋ,୭/୯: ଏସିଆ କପ୍ ସୁପର ସନଡେ’ରେ ହେବ ସୁପର ଫାଇଟ୍ । ଭାରତ ପାକିସ୍ତାନ ମ୍ୟାଚ୍ ଶ୍ରୀଲଙ୍କାର ପ୍ରେମଦାସ ଷ୍ଟାଡିୟମରେ ଖେଳଯିବ । ମ୍ୟାଚ ପୂର୍ବରୁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ଉଭୟ ଦଳ । କଲମ୍ବୋରେ ବର୍ଷା ଲାଗି ରହିଥିଲେ ହେଁ ଦଳର  ଅଭ୍ୟାସକୁ ପ୍ରଭାବିତ କରିପାରି ନାହିଁ ।  ଭାରତୀୟ ଦଳ ୨ଟି ଭାଗରେ ବିଭକ୍ତ ହୋଇ ଅଭ୍ୟାସ କରୁଛନ୍ତି ।

କୋଚ୍ ସୁପର-୪ ମ୍ୟାଚରେ ପାକିସ୍ତନକୁ ମାତ୍ ଦେବାକୁ କୋଚ୍ ରାହୁଲ ଦ୍ରାବିଡ୍ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଇନ୍‌ଡୋର ଷ୍ଟାଡିୟମରେ ନେଟ୍ସରେ ଅଭ୍ୟାସ କରୁଛନ୍ତି ଟିମ୍ ଇଣ୍ଡିଆ ଖେଳାଳି ।   କିଛି ଖେଳାଳି ଅଭ୍ୟାସରୁ  ବିରତ ରହି ଜିମ୍‌ରେ ଫିଟ୍‌ନେସ୍‌ ପ୍ରସ୍ତୁତି କରିଥିଲେ ।  ଫିଟ୍‌ ହୋଇ ଦଳରେ ଯୋଗ ଦେଇଥିବା କେ.ଏଲ ରାହୁଲ ଶୁକ୍ରବାର ପ୍ରଥମ ଥର ପାଇଁ ଅଭ୍ୟାସ କରିଛନ୍ତି ।  ସେ ଇନେ୍‌ଡୋର୍‌ ନେଟ୍ସରେ କେବଳ ଥ୍ରୋ’ ଡାଉନ୍‌ରେ  ବ୍ୟାଟିଂ ଅଭ୍ୟାସ କରିଥିଲେ । ତାଙ୍କ ଫୁଟ୍‌ୱାର୍କ ଓ  ସଟ୍‌ ଚୟନ ପୂର୍ବଭଳି ଚମତ୍କାର ରହିଥିଲା ।

wp:embed {"url":"https://www.prameyanews7.com/babar-azams-warning-before-the-match-against-india-said-ether/","type":"wp-embed","providerNameSlug":"prameya-news-7"}
https://www.prameyanews7.com/babar-azams-warning-before-the-match-against-india-said-ether/
/wp:embed

ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ୍‌ ଓ ବ୍ୟାଟିଂ କୋଚ୍‌ ବିକ୍ରମ  ରାଠୋର ଇନ୍‌ଡୋର ଅଭ୍ୟାସ ଶିବିର ପରିଚାଳନା  କରିଥିଲେ । ରାହୁଲଙ୍କ ସମେତ ଶ୍ରେୟାସ ଆୟର,  ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସର୍ଦୁଲ ଠାକୁର ଇନ୍‌ଡୋର୍‌ରେ ଅଭ୍ୟାସ ଜାରି ରିଖିଛନ୍ତି ।  ସେହିପରି ରୋହିତ, କୋହଲି, ଅକ୍ଷର ପଟେଲ,  ତିଳକ ବର୍ମା, ରବିନ୍ଦ୍ର ଜାଡେଜା ଓ ଅନ୍ୟ ସାଥୀ ଖେଳାଳିମାନେ ଜିମ୍‌ରେ ଝାଳ ଗଡ଼ାଉଛନ୍ତି । ବର୍ଷା  ଯୋଗୁ ଗ୍ରାଉଣ୍ଡ୍‌ରେ ଅଭ୍ୟାସ ସମ୍ଭବ ନଥିଲା । ତେଣୁ  ନେଟ୍ସ ଅପେକ୍ଷା ଖେଳାଳିମାନେ ଫିଟ୍‌ନେସ୍‌କୁ ଅଧିକ  ଗୁରୁତ୍ୱ ଦେଇଥିଲେ ।

wp:embed {"url":"https://www.prameyanews7.com/asia-cup-2023-there-is-no-reserve-day-for-the-final/","type":"wp-embed","providerNameSlug":"prameya-news-7"}
https://www.prameyanews7.com/asia-cup-2023-there-is-no-reserve-day-for-the-final/
/wp:embed

ପାକିସ୍ତାନ ସୁପର-୪ ରାଉଣ୍ଡ୍‌ରେ ବାଂଲାଦେଶକୁ  ୭ ୱିକେଟ୍‌ରେ ହରାଇ ସାରିଛି । ପାକିସ୍ତାନ ବିପକ୍ଷରେ  ଭାରତ ସୁପର-୪ ରାଉଣ୍ଡ  ଅଭିଯାନ ଆରମ୍ଭ କରିବ ।  ପୂର୍ବରୁ ଲିଗ୍‌ ପର୍ଯ୍ୟାୟରେ  ଉଭୟ ଦଳ ପରସ୍ପରକୁ  ଭେଟିଥିଲେ । ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ୍ ହୋଇଥିଲା । ହେଲେ ଉକ୍ତ ମ୍ୟାଚରେ ପାକିସ୍ତାନୀ ବୋଲର ଦମ୍‌ଦାର ବୋଲିଂ କରିଥିଲା ।  ପେସ୍‌ ବାହିନୀ ଭାରତର ସବୁ ୱିକେଟ୍‌ ପୋଛି ନେଇଥିଲା । ପରବର୍ତ୍ତୀ ମୁକାବିଲା ପୂର୍ବରୁ ଭାରତ  ବ୍ୟାଟିଂ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.