ପୋଷା ବିରାଡ଼ିଙ୍କ ଠାରେ H5N1 ଭାଇରସ୍; କ’ଣ ଏହା ମଣିଷଙ୍କୁ ପ୍ରଭାବିତ କରି ମହାମାରୀ ଆଣିବ ?

Published By : Prameya-News7 Bureau | February 28, 2025 IST

ଭୋପାଲ: ପଶୁ ଦେହରେ H5N1 ଭାଇରସ୍ । ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ପୋଷା ବିରାଡ଼ିଙ୍କ ଠାରେ ଚିହ୍ନଟ ହୋଇଛି । ମଧ୍ୟପ୍ରଦେଶର ଛିନ୍ଦଓ୍ବାଡ଼ା ଜିଲ୍ଲା ଏହି ଭାଇରସକ ହଟ୍‌ସ୍ପଟ୍ ପାଲଟିଛି । ବିଲେଇ ଦେହରେ H5N1 ଭୂତାଣୁ ଚିହ୍ନଟ ହେବା ପରେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଠାରେ ସଂକ୍ରମଣ ବଢ଼ିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ । ଏହାଛଡ଼ା ଏହି ଭୂତାଣୁ ମଣିଷ ପାଇଁ ଆଗକୁ ବଡ଼ ବିପଦ ଡାକି ଆଣିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ।  

ରିପୋର୍ଟ ଅନୁଯାୟୀ, ଆଇସିଏଆର୍-ଏନ୍ଆଇଏଚ୍ଏସ୍ଏଡି ଏବଂ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ବୈଜ୍ଞାନିକମାନେ ଜାନୁଆରୀରେ ଏହି ମାମଲାଗୁଡ଼ିକର କାଗଜପତ୍ର ପ୍ରସ୍ତୁତ କରିଥିଲେ। ଗତବର୍ଷ ଡିସେମ୍ବରରେ ଛିନ୍ଦୱାଡା ଜିଲ୍ଲାରେ ବାର୍ଡ ଫ୍ଲୁ ହୋଇଥିଲା । ଏହି ସମୟରେ ବିଲେଇଙ୍କର ମୃତ୍ୟୁ ଘଟିଥିଲା। ଏଚ୍୫ଏନ୍୧ ମୁଖ୍ୟତଃ ଏକ ଏଭିଆନ୍ ଭୂତାଣୁ । ହେଲେ ବିଶେଷଜ୍ଞଙ୍କ ମତରେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଏହାକୁ ସଂକ୍ରମିତ ଓ ନକଲ କରିବାକୁ ସ୍ଥିତି ସୃଷ୍ଟି କରିପାରେ। ଜଣେ ବୈଜ୍ଞାନିକ କହିଛନ୍ତି, କୋଭିଡ୍-୧୯ ଭଳି ଇନଫ୍ଲୁଏଞ୍ଜା ଭୂତାଣୁ ମହାମାରୀ ସୃଷ୍ଟି କରିବାର କ୍ଷମତା ରହିଛି ।

ବିଲେଇ ଠାରେ H5N1 ଭୂତାଣୁ ଲକ୍ଷଣ:

ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମିତ ବିଲେଇଙ୍କ ମୃତ୍ୟୁ ହେବାର ଦୁଇରୁ ତିନି ଦିନ ପୂର୍ବରୁ ଏମାନଙ୍କ ଠାରେ ଲକ୍ଷଣ ଦେଖାଯାଇଥିଲା । ପ୍ରଭାବିତ ବିରାଡ଼ିଙ୍କୁ ପ୍ରଥମେ ଜ୍ବାର ହେବା, ଭୋକ ନଲାଗିବା ଭଳି ଲକ୍ଷଣ ଦେଖାଯାଇଥିଲା । କୁକୁଡ଼ାରୁ ଏହି H5N1 ଷ୍ଟ୍ରେନ୍ ବିଲେଇଙ୍କ ଦେହକୁ ଯାଇଛି ବୋଲି କୁହାଯାଉଛି । ୨୭ଟି ମ୍ୟୁଟେସନ୍ ଚିହ୍ନଟ ପରେ ମଣିଷ, ଗୃହପାଳିତ ପଶୁ, କୁକୁଡ଼ା, ଜଙ୍ଗଲୀ ପକ୍ଷୀ ଓ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଅଧିକ ନଜର ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.