ବଢିଲା ମୋବାଇଲ୍ ଟାରିଫ୍, ଟେଲିକମ୍ ଉଦ୍ୟୋଗକୁ ୨୦,୦୦୦ କୋଟି ଟଙ୍କା ଲାଭ ଅନୁମାନ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ରିଚାର୍ଜ ପ୍ଲାନକୁ ମହଙ୍ଗା କରିଛନ୍ତି । ଏହାପରେ ଏବେ ଭୋଡାଫୋନ ଆଇଡିଆ ମଧ୍ୟ ଆଗାମୀ କିଛି ଦିନରେ ନିଜ ପ୍ଲାନକୁ ମହଙ୍ଗା କରିପାରନ୍ତି । କମ୍ପାନିଗୁଡ଼ିକ ରିଚାର୍ଜ ପ୍ଲାନକୁ ପ୍ରାୟ ୧୫-୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ମୋବାଇଲ୍ ୟୁଜରଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ । ଅନ୍ୟପଟେ ଟେଲିକମ୍ କମ୍ପାନିଙ୍କ ଲାଭ ମଧ୍ୟ ବେଶ ବଢିବ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନରେ ୧୫-୨୦ ପ୍ରତିଶତ ମୋବାଇଲ୍ ଟାରିଫ୍ ବୃଦ୍ଧିରୁ ଉଦ୍ୟୋଗକୁ ପ୍ରାୟ ୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ପରିଚାଳନା ଲାଭ ହୋଇପାରେ ।

ଏହି ଟାରିଫ୍ ବୃଦ୍ଧି ପରେ ଭାରତୀ ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓର ଆଭେରେଜ ରେଭେନ୍ୟୁ ପ୍ରତି ୟୁଜର ଅଧିକ ଲାଭ ହେବାର ଅନୁମାନ ରହିଛି । ଭୋଡାଫୋନ ଆଇଡିଆ ଏବେ ସୁଦ୍ଧା ମୋବାଇଲ ଟାରିଫ ହାଇକ୍ ଲାଗୁ କରି ନାହିଁ ।

ବିଶେଷଜ୍ଞ ଅନୁମାନ ଆର୍ଥିକ ବର୍ଷ ୨୦୨୫ରେ ଟେଲିକମ୍ ଉଦ୍ୟୋଗର ରାଜସ୍ୱ ୧୨-୧୪ ପ୍ରତିଶତ ବଢିବ । ଅପରେଟିଂ ଲିଭରେଜକକୁ ଦେଖି ଏହା ୧୪-୧୬ ପ୍ରତିଶତ ଯାଏ ପରିଚାଳନା ଲାଭରେ ବୃଦ୍ଧି ଅନୁମାନ ରହିଛି । ଟେଲିକମ୍ ଉଦ୍ୟୋଗକୁ ଆର୍ଥିକ ବର୍ଷ ୨୦୨୫ରେ ୧.୬-୧.୭ ଲକ୍ଷ କୋଟି ଟଙ୍କା ପରିଚାଳନା ଲାଭ ସହ ୩.୨-୩.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ମିଳିବା ସମ୍ଭାବନା ରହିଛି । ମୋର୍ଗନ ଷ୍ଟେନଲୀର ଏକ ନୋଟ୍ ଅନୁସାରେ, ଅନ୍ୟ ଟେଲିକମ ପ୍ଲେୟର୍ସ ମଧ୍ୟ ମୋବାଇଲ୍ ଟାରିଫ୍ ବଢାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.