ଏପ୍ରିଲରୁ ପ୍ରତି ମାସ ଜାରି ହେବ ବେରୋଜଗାରୀଙ୍କ ସଂଖ୍ୟା, ଦେଶର ନୀତି ନିର୍ଦ୍ଧାରଣ ପାଇଁ ଜରୁରୀ

Published By : Prameya-News7 Bureau | February 07, 2025 IST

internet

ନୂଆଦିଲ୍ଲୀଦେଶର ନୀତି ନିର୍ଦ୍ଧାରଣ ପାଇଁ ନିୟମିତ ତଥ୍ୟର ଆବଶ୍ୟକତା ପଡ଼ୁଥିବାରୁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏବେ ପ୍ରତି ମାସ ଦେଶର ବେରୋଜଗାରୀଙ୍କ ସଂଖ୍ୟା ବିଷୟରେ ତଥ୍ୟ ଜାରି କରାଯିବ। ଭାରତ ସରକାର ଏପ୍ରିଲ ମାସରୁ ମାସିକ ବେକାରୀ ସଂଖ୍ୟା ପ୍ରକାଶ କରିବା ଆରମ୍ଭ କରିବେ ବୋଲି ଶୁକ୍ରବାର ଜଣେ ବରିଷ୍ଠ ଅଧିକାରୀ ସଚନା ଦେଇଛନ୍ତି।

ଏପର୍ଯ୍ୟନ୍ତ, ସରକାର କେବଳ ସହରାଞ୍ଚଳ ପାଇଁ ତ୍ରୈମାସିକ ବେକାରୀ ସଂଖ୍ୟା ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ବାର୍ଷିକ ତଥ୍ୟ ପ୍ରକାଶ କରୁଥିଲେ। ହେଲେ ମୁମ୍ବାଇ ସ୍ଥିତ ଏକ ଘରୋଇ ଥିଙ୍କ ଟ୍ୟାଙ୍କ, ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି, ଦେଶ ପାଇଁ ମାସିକ ଆକଳନ ପ୍ରକାଶ କରୁଥିଲା। 

ଏନେଇ ତଥ୍ୟ ସଂଗ୍ରହର ତଦାରଖ କରୁଥିବା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି "ଆମେ ଜାନୁଆରୀରୁ ବେକାରୀ ତଥ୍ୟ ସଂଗ୍ରହ କରୁଛୁ, କିନ୍ତୁ ଆମେ ଏପ୍ରିଲରୁ ସେଗୁଡ଼ିକୁ ପ୍ରକାଶ କରିବୁ।" ଜିଲ୍ଲା-ସ୍ତରୀୟ ଆକଳନ ସଂଗ୍ରହ କରିବା ପାଇଁ ଜାନୁଆରୀ ମାସରୁ ନମୁନା ଡିଜାଇନଗୁଡ଼ିକୁ ପରିବର୍ତ୍ତନ କରାଯାଇଛି। ବିସ୍ତୃତ ନିଯୁକ୍ତି ତଥ୍ୟ ସ୍ଥାନୀୟ ସ୍ତରରେ ମଧ୍ୟ ନୀତିକୁ ପ୍ରଭାବିତ କରିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ଗର୍ଗ କହିଛନ୍ତି।  

ଜାତୀୟ ନମୁନା ସର୍ଭେ (NSS)ର ମହାନିର୍ଦ୍ଦେଶକ ଗୀତା ସିଂହ ରାଠୋର କହିଛନ୍ତି ଯେ ସରକାର ଦେଶବ୍ୟାପୀ ବେକାରୀ, ଶ୍ରମଶକ୍ତି(ୱାର୍କଫୋର୍ସ) ଏବଂ ନିଯୁକ୍ତି ଉପରେ ମାସିକ ଆକଳନ ଜାରି କରିବେ। ଏହା ସହିତ, ତ୍ରୈମାସିକ ସାମୟିକ ଶ୍ରମଶକ୍ତି ସର୍ଭେ ଏବେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପାଇଁ ପୃଥକ ଆକଳନ ତଥ୍ୟ ପ୍ରଦାନ କରିବ ବୋଲି ଗୀତା କହିଛନ୍ତି। ରାଠୋର ଏହା ମଧ୍ୟ କହିଛନ୍ତି ଯେ ଚାକିରି ସର୍ଭେ ପାଇଁ ନମୁନା ଆକାରକୁ ୧୬ ହଜାରରୁ ରୁ ପ୍ରାୟ୨୨ ହଜାରକୁ ବୃଦ୍ଧି କରାଯାଇଛି ଏଥିରେ ସର୍ଭେରେ ଦେଖାଯାଉଥିବା ତ୍ରୁଟି କମ୍ କରିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.