ଟିମ୍ ଇଣ୍ଡିଆର ଫାଇଟ୍ ବ୍ୟାକ୍; ଘାଇଲା କଲେ ବୁମରା ଏବଂ ସିରାଜ୍, ମାତ୍ର ଶେଷ ଓ୍ବିକେଟ୍ ପାଇଁ ସଂଘର୍ଷ

Published By : Prameya-News7 Bureau | December 29, 2024 IST

ନୂଆଦିଲ୍ଲୀ: ମେଲବର୍ଣ୍ଣରଲ ବକ୍ସିଂ ଡେ’ ଟେଷ୍ଟର ଚତୁର୍ଥ ଦିନରେ ଫାଇଟ୍ ବ୍ୟାକ୍ କଲା ଟିମ୍ ଇଣ୍ଡିଆ । ମାତ୍ର ଶେଷ ଓ୍ବିକେଟ୍ ପଡ଼ିଆରେ ସଂଘର୍ଷ କଲା । ଡ୍ରାମା, ଥ୍ରୀଲର ଏବଂ ଆକ୍ସନ ଫିଲ୍ମ ଭଳି ଲାଗୁଥିଲା ବର୍ଡର-ଗାଭାସ୍କାର ଟ୍ରଫିର ଚତୁର୍ଥ ମ୍ୟାଚ୍‌ ର ଚତୁର୍ଥ ଦିନ । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୬୯ ରନ କରି ଆଲ ଆଉଟ୍ ହୋଉଥିଲା । ୨୧ ବର୍ଷୀୟ ନୀତିଶ ରେଡ୍ଡି ଦମଦାର ଶତକୀୟ ଇନିଂସ ଖେଳିଥିଲେ । ସେ ୧୧୪ ରନ କରି ଭାରତକୁ ଲଢ଼ିବା ପାଇଁ ସୁଯୋଗ ସୃଷ୍ଟି  କରିଥିଲେ । ପରେ ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସ ଆରମ୍ଭ ହୋଇଥିଲା । 

ପ୍ରଥମ ଇନିଂସରେ ଘାତକ ସାଜିଥିବା ଯଶପ୍ରୀତ୍ ବୁମରା ପୁଣି ଥରେ କଙ୍ଗାରୁ ଟିମ୍ ଗଳାର କଣ୍ଟା ହୋଇ ଲାଗିଥିଲେ । ବୁମରାଙ୍କ ସାମ୍ନାରେ ଫେଲ୍ ମାରିଥିଲେ ଟିମ୍ କୁମିନ୍ସର ଗୋଟିଏ ପରେ ଗୋଟିଏ ବ୍ୟାଟର । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୨୮ ରନରେ ୯ଟି ଓ୍ବିକେଟ୍ ହରାଇଛି । ଏହି ରନକୁ ମିଶାଇ ୩୩୩ ରନ ଲିଡ୍ ଦେଇଛି ଦଳ । ଏବେ ବି କ୍ରିଜ୍‌ରେ ନଥନ ଲାଏନ ଏବଂ ସ୍କଟ୍ ବୋଲାଣ୍ଡ ଅପରାଜିତ ରହିଛନ୍ତି । ଦ୍ବିତୀୟ ଇନିଂସରେ ବୁମରଙ୍କୁ  ୪ଟି ଓ୍ବିକେଟ୍ ମିଳିଥିବା ବେଳେ ସିରାଜଙ୍କୁ ୩ଟି ଓ୍ବିକେଟ୍ ମିଳିଛି । 

ଏପଟେ ବକ୍ସି ଡେ’ ଟେଷ୍ଟର ପଞ୍ଚମ ଦିନ ଟିମ୍ ଇଣ୍ଡିଆ ପାଇଁ ସୁଯୋଗ ସୃଷ୍ଟି କରିବ । ସଅଳ ସଅଳ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରି ମ୍ୟାଚ୍ ଜିତିବାକୁ ରଣନୀତି ପ୍ରସ୍ତୁତ କରିବ ଦଳ । ବର୍ଡର-ଗାଭାସ୍କର ଟେଷ୍ଟର ଚତୁର୍ଥ ଏବଂ ପଞ୍ଚମ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । ଦୁଇଟି ମ୍ୟାଚ୍ ଜିତିଲେ ରୋହିତ୍ ସେନାକୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍   ଫାଇନାଲ୍ ଖେଳିବାକୁ ସୁଯୋଗ ମିଳିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.