ଦିନିକିଆ ଓ ଟି-୨୦ ମୁକାବିଲା ପାଇଁ ଶ୍ରୀଲଙ୍କା ଗସ୍ତ କରିବ ଟିମ୍ ଇଣ୍ଡିଆ: କେବେ ହେବ ମ୍ୟାଚ୍ ଜାଣନ୍ତୁ

Published By : Prameya-News7 Bureau | June 30, 2024 IST

internet

ନୂଆଦିଲ୍ଲୀ: ୨୦୨୪ ଟି-୨୦ ବିଶ୍ୱକପ ଜିତିବା ପରେ ଏବେ ଶ୍ରୀଲଙ୍କା ସହ ଲଢ଼େଇ କରିବ ଭାରତ। ଏଥିପାଇଁ ଦଳ ନିକଟରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି-୨୦ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ମଧ୍ୟରେ ଜୁଲାଇ ୨୭ ତାରିଖରୁ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ପର୍ଯ୍ୟନ୍ତ ଖେଳ ଚାଲିବ।  

ଶ୍ରୀଲଙ୍କା ସହିତ ପ୍ରଥମେ ଟି-୨୦ ମ୍ୟାଚ୍ ଖେଳିବ ଭାରତ। ଜୁଲାଇ ୨୭ରୁ ପ୍ରଥମ ମ୍ୟାଚ ଆରମ୍ଭ ହେବ। ଏହାପରେ ଜୁଲାଇ ୨୮ରେ ଦ୍ୱିତୀୟ ମ୍ୟାଚ୍ ଓ ୩୦ ଜୁଲାଇରେ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳାଯିବ। ସମସ୍ତ ମ୍ୟାଚ ସନ୍ଧ୍ୟାରେ ଖେଳାଯିବାକୁ ଥିବା ବେଳେ ଦୁଇ ଦେଶ ପକ୍ଷରୁ ଏପର୍ଯ୍ୟନ୍ତ ଟିମ୍ ଘୋଷଣା କରାଯାଇ ନାହିଁ। 

ଟି -୨୦ ସିରିଜ ପରେ ଭାରତୀୟ ଦଳ ଶ୍ରୀଲଙ୍କାରେ ଗୋଟିଏ ୩ ମ୍ୟାଚ ବିଶିଷ୍ଠ ଏକ ଦିନିକିଆ ସିରିଜ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୨ ତାରିଖରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ୍ ୪ ତାରିଖରେ ଏବଂ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଅଗଷ୍ଟ ୭ ତାରିଖରେ ଖେଳାଯିବ।

ଟି-୨୦ ସିରିଜ ପାଇଁ ଭାରତର ସମ୍ଭାବ୍ୟ ଦଳ
ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ଅଭିଷେକ ଶର୍ମା, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶିବମ ଦୁବେ, ରିଙ୍କୁ ସିଂ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ଏବଂ ମହମ୍ମଦ ସିରାଜ।

ଦିନିକିଆ ସିରିଜର ସମ୍ଭାବ୍ୟ ଦଳ

ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ (ୱିକେଟ୍ କିପର), ଅକ୍ଷର ପଟେଲ, ସାଇ କିଶୋର, ଅର୍ଶଦୀପ ସିଂ, କୁଲଦୀପ ଯାଦବ। ରବି ବିଷ୍ଣୋଇ ଏବଂ ମହମ୍ମଦ ସିରାଜ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.