ବାର୍ବାଡୋସ୍‌ ଛାଡିଲେ ଟିମ୍‌ ଇଣ୍ଡିଆ, ଖୁବଶୀଘ୍ର ଦିଲ୍ଲୀରେ ପହଞ୍ଚିବେ ବିଶ୍ୱକପ୍‌ ବିଜୟୀ ହିରୋ

Published By : Prameya-News7 Bureau | July 03, 2024 IST

ମୁମ୍ବାଇ ୦୩।୦୬ : ଭାରତ ଫେରୁଛନ୍ତି ବିଶ୍ୱକପ୍‌ ବିଜୟୀ ହିରୋ । ବୁଧବାର କିମ୍ବା ଗୁରୁବାର ସକାଳ ସୁଦ୍ଧା ଭାରତୀୟ କ୍ରିକେଟ୍ ଟିମ୍ ଦିଲ୍ଲୀରେ ପହଞ୍ଚିବେ। ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କୁ ସ୍ୱାଗତ ପାଇଁ ହୋଇଛି ଜୋରଦୋର ପ୍ରସ୍ତୁତି । 


ଖବର ଅନୁଯାୟୀ, ୨୦୨୪ T-20 ବିଶ୍ବକପ୍ ଟ୍ରଫି ବିଜେତା ଟିମ୍ ଇଣ୍ଡିଆ ଘୂର୍ଣିଝଡ଼ ଯୋଗୁ ବାର୍ବାଡସ୍ ରେ ଫସି ଯାଇଥିଲା । ସ୍ଥିତି ସ୍ବାଭାବିକ ହେବା ପରେ ମଙ୍ଗଳବାର ରାତିରେ ଗସ୍ତ ଆରମ୍ଭ କରିଛି ରୋହିତ ବାହିନୀ । ଖେଳାଳି, ପରିବାର ସଦସ୍ୟ ଏବଂ ସପୋର୍ଟ ଷ୍ଟାଫ୍ ଙ୍କ ସହ ପ୍ରାୟ ୭୦ ଜଣ ସ୍ବଦେଶ ଫେରୁଛନ୍ତି । ବିଶ୍ବବିଜେତା ଖେଳାଳିଙ୍କ ସ୍ବାଗତ ପାଇଁ ଦିଲ୍ଲୀରେ ଭବ୍ୟ ଆୟୋଜନ ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଯଦି ବିମାନ ବିଳମ୍ବରେ ପହଞ୍ଚେ ତେବେ ଆସନ୍ତାକାଲି ସକାଳେ ପ୍ରଧାନମନ୍ତ୍ରୀ ଚାମ୍ପିଅନଙ୍କୁ ଭେଟିବେ। ଭାରତୀୟ ଦଳକୁ ସ୍ବାଗତ କରିବା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଶାଳ ଶୋଭାଯାତ୍ରାରେ ଖେଳାଳି ସହର ପରିକ୍ରମା କରିବା ନେଇ ଯୋଜନା ରହିଛି । ତେବେ ବିଶାଳ ଶୋଭାଯାତ୍ରା କେଉଁଠି ହେବ । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆପତତଃ ମୁମ୍ବାଇରେ ବିଶାଳ ଶୋଭାଯାତ୍ରା ହେବାର ସମ୍ଭାବନା ରହିଛି । 

ସୂଚନାଯୋଗ୍ୟ ଯେ, ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିଅନ୍‌ ହୋଇଥିଲା ଭାରତୀୟ ଟିମ୍‌। ଫାଇନାଲ ଫାଇଟ୍‌ରେ କଡ଼ା ମୁକାବିଲାରେ ହାରିଥିଲା ଦକ୍ଷିଣ ଆଫ୍ରିକା । ଶେଷରେ ଦୀର୍ଘ ୧୭ ବର୍ଷ ପରେ ପୁଣି ଥରେ ଟି-୨୦ ବିଶ୍ୱକପ୍‌ ବିଜୟୀ ହୋଇଛି ଟିମ୍‌ ଇଣ୍ଡିଆ । ଆଉ ଦୀର୍ଘ ୧୧ ବର୍ଷ ଧରି ଭାରତରେ ଆଇସିସି ଟ୍ରଫିର ଶୂନ୍ୟସ୍ଥାନ ପୂରଣ ହୋଇଛି । 

  • BCCI
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.