‘ବୁମରା ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ’, ଏମିତି କାହିଁକି କହିଲେ ବିରାଟ କୋହଲି

Published By : Prameya-News7 Bureau | July 05, 2024 IST

ମୁମ୍ବାଇ: ବିଶ୍ଵ ବିଜେତା ଭାରତୀୟ ଦଳକୁ ଗତକାଲି ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଆୟୋଜିତ ସାମରୋହରେ ସମ୍ମାନିତ କରାଯାଇଛି। ଏହି ସମୟରେ ବିରାଟ କୋହଲି ଯଶପ୍ରୀତ ବୁମରାଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ଏହି ତାରକା ବ୍ୟାଟର ବୁମରାଙ୍କୁ ଜାତୀୟ ସଂପତ୍ତି ଓ ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ ଦର୍ଶାଇଛନ୍ତି। 

ଓ୍ଵାଙ୍ଖେଡ଼େରେ ଆୟୋଜିତ ସମାରୋହରେ କୋହଲିଙ୍କ ସହ ଆଲୋଚନା ବେଳେ ଉପସ୍ଥାପକ ମଜାଳିଆ ଢଙ୍ଗରେ ବିରାଟଙ୍କୁ ପଚାରିଥିଲେ ଯେ, କଣ ବୁମରାଙ୍କୁ ଜାତୀୟ ସଂପତ୍ତି ଓ ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ ଘୋଷଣା କରିବା ପାଇଁ ଆବେଦନରେ ହସ୍ତାକ୍ଷର କରିବେ ? ଏହାର ତୁରନ୍ତ ଉତ୍ତର ଦେଇ କୋହଲି କହିଛନ୍ତି, ମୁଁ ଆବେଦନ ଉପରେ ନିଶ୍ଚିତ ଭାବେ ଦସ୍ତଖତ କରିବି। ବୁମରାଙ୍କୁ ଏବେ ଭବିଷ୍ୟତକୁ ନେଇ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ଉଚିତ୍। ଆମେ ଚାହୁଁଛୁ ଯେତେ ସମ୍ଭବ ବୁମରା ଭାରତ ପାଇଁ ଖେଳନ୍ତୁ। ଗୋଟିଏ ପିଢିରେ ବୁମରାଙ୍କ ପରି ବୋଲର ଜନ୍ମ ନେଇଥାନ୍ତି। ଆମେ ଗର୍ବିତ ଯେ, ସେ ଆମ ପାଇଁ ଖେଳୁଛନ୍ତି। 

Also read: Paris Olympics 2024: ନୀରଜ ଚୋପ୍ରାଙ୍କ ନେତୃତ୍ଵରେ ମଇଦାନକୁ ଓହ୍ଲାଇବେ ୨୮ ଆଥଲେଟ୍, ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ଭାରତ

ବୁମରା ଭାରତକୁ ଟି-୨୦ ବିଶ୍ଵକପ୍ ଚାମ୍ପିଅନ କରାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୮.୨୬ ହାରରେ ଏବଂ ମାତ୍ର ୪.୧୭ ଚମତ୍କାର ଇକୋନୋମିରେ ରନ ଦେଇଥିଲେ, ଯାହା ଟି-୨୦ କ୍ରିକେଟ୍‌ରେ ଅବିଶ୍ଵସନୀୟ। ଏହି ବିଶ୍ଵକପ୍‌ରେ ସେ ୧୫ ଓ୍ଵିକେଟ୍ ଅକ୍ତିକାର କରି ଅସାଧାରଣ ପ୍ରଦର୍ଶନ କରି ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି।  

କୋହଲି କହିଛନ୍ତି, ମୁଁଏମିତି ଜଣେ ଖେଳାଳିଙ୍କ ନାଁ କହିବାକୁ ଚାହୁଁଛି ଯିଏ ଆମକୁ ଟି-୨୦ ବିଶ୍ଵକପ୍‌ରେ ସବୁ ମୁସ୍କିଲ ସ୍ଥିତିରେ ବାରମ୍ବାର ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ସେ ହେଉଛନ୍ତି ଯଶପ୍ରୀତ ବୁମରା। ବୁମରା ଏମିତି ଜଣେ ବୋଲର ଯିଏ ପିଢିରେ ଥରୁଟିଏ ଜନ୍ମ ନେଇଥାନ୍ତି। 

କୋହଲି ମାନିଛନ୍ତି ଯେ, ଯେତେବେଳେ ଦକ୍ଷିଣ ଆଫ୍ରିକାକୁ ଶେଷ ୫ ଓଭରରେ ଜିତିବା ପାଇଁ ୩୦ ରନ ଦରକାର ଥିଲା, ସେତିକି ବେଳେ ଲାଗୁଥିଲା ଆମ ବିଜୟ ମୁସ୍କିଲ। ମାତ୍ର ଦଳ ବୁମରାଙ୍କ  ଲଢୁଆ ଗୁଣ ପ୍ରତି ପ୍ରଭାବିତ ଥିଲେ। ବୁମରା ୬ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇ ଦଳକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। 

ମୁଁ କହିବାକୁ ଚାହୁଁଛି ପ୍ରତ୍ୟେକ ଏହି ଖେଳାଳିଙ୍କୁ ପ୍ରଶଂସା କରିବା ଉଚିତ୍ ଯିଏ ଆମକୁ ଟ୍ରଫି ଜିତାଇଛି। ଶେଷ ୫ ଓଭରରେ ସେ ଯେଉଁ ୨ ଓଭର ବୋଲିଂ କରିଛନ୍ତି, ତାହା କମାଲ ଥିଲା। ତେଣୁ ବୁମରାଙ୍କ ପାଇଁ ଜୋରଦାର ତାଳି ବଜାନ୍ତୁ। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.