ଶ୍ରୀଲଙ୍କା କ୍ରିକେଟ୍ ଦଳର ହେଡ୍ କୋଚ୍ ହେବେ ସନଥ ଜୟସୁରିୟା, ଭାରତ ବିପକ୍ଷରୁ କାମ ଆରମ୍ଭ

Published By : Prameya-News7 Bureau | July 08, 2024 IST

livehindustan

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ରେ ନିରାଶଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି  ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟର ସନଥ ଜୟସୁରିୟା। ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ  ଭାରତ ବିପକ୍ଷ ସିରିଜ୍‌ରୁ ନିଜର ଅଭିଯାନ ଆରମ୍ଭ କରି ପାରନ୍ତି। 

ଜୟସୁରିୟା ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ସେ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ଟି-୨୦ ଲଙ୍କା ପ୍ରିମିୟର ଲିଗ୍(ଏଲପିଏଲ) ଜୁଲାଇ ୨୧ରେ ସମାପ୍ତ ହେବା ପରେ ଜୟସୁରିୟା ଶ୍ରୀଲଙ୍କା କ୍ରିକେଟ୍ ଦଲର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କରିବେ। ତେବେ ତାଙ୍କର କୋଚିଂ ଦାୟିତ୍ଵ ସ୍ଵଳ୍ପ ସମୟ ରହିଛି। 

ଜୟସୁରିୟା ଏଏଫପି ସହ ଆଲୋଚନା ବେଳେ କହିଛନ୍ତି, ମୋତେ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କରିବାକୁ କୁହାଯାଇଛି। ଏହା ମୋ ପାଇଁ ଖୁସିର ବିଷୟ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାର ଅଧିନାୟକତ୍ଵ କରିଥିବା ଜୟସୁରିୟା ଜାତୀୟ ଚୟନକର୍ତ୍ତା ମଧ୍ୟ ରହି ସାରିଛନ୍ତି। ଆଗାମୀ ମାସରେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ରହିଛି। ତେଣୁ ଜୟସୁରିୟାଙ୍କ କୋଚ୍ ଭାବେ ଏହା ପ୍ରଥମ ସିରିଜ୍ ହୋଇପାରେ। 

ସନଥ ଜୟସୁରିୟା ଶ୍ରୀଲଙ୍କା ପକ୍ଷରୁ ୪୨ ଅନ୍ତର୍ଜାତୀୟ ଶତକ ହାସଲ କରି ସାରିଛନ୍ତି। ବୋଲିଂରେ ସେ ୪୪୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲରେ ସିଲଭରଉଡ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦ ସମ୍ଭାଳିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.