IPL ଇତିହାସର ୩ ବଡ ବିବାଦ; ଚେନ୍ନାଇ-ରାଜସ୍ଥାନ ହୋଇଥିଲେ ବ୍ୟାନ, ଶାହରୁଖ କରିଥିଲେ ଜୋରଦାର ବବାଲ୍‌

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ ୦୬।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍ । ସବୁବେଳେ କିଛି ନା କିଛି କାରଣରୁ ରହିଥାଏ ଚର୍ଚ୍ଚା । କେତେବେଳେ ପ୍ଲେୟରଙ୍କୁ ନେଇ ତ ଆଉ କେତେବେଳେ ବିବାଦକୁ ନେଇ । ଆଇପିଏଲ୍ ଇତିହାସରେ ଦେଖିବାକୁ ମିଳିଛି ଅନେକ ବଡ ବିଦାଦ । ସମୟ ଏପରି ଆସିଛି କି ଫ୍ରାଞ୍ଚାଇଜ୍‌ ଉପରେ ଲାଗିଛି ବ୍ୟାନ୍‌ । ଏହାବ୍ୟତୀତ ବିବାଦରେ ମଧ୍ୟ ଟାଣି ହୋଇଛନ୍ତି ଷ୍ଟାର କ୍ରିକେଟର ବିରାଟ କୋହଲି । ଆସନ୍ତୁ ଜାଣିବା ଆଇପିଏଲ୍‌ ଇତିହାସର କିଛି କଣ୍ଟ୍ରୋଭର୍ସି ବିଷୟରେ…

୨୦୧୩ରେ ଏକ ବଡ ବିବାଦ ହୋଇଥିଲା । CSKର ଟିମ୍ ପ୍ରିନ୍ସିପାଲ୍ ଗୁରୁନାଥ ମୟପ୍ପନ୍ ଏବଂ ରାଜସ୍ଥାନ ରୟାଲ୍ସର ମାଲିକ ରାଜ କୁନ୍ଦ୍ରାଙ୍କ ଉପରେ ଲାଗିଥିଲା ମ୍ୟାଚ୍ ଫିକ୍ସିଂ ଅଭିଯୋଗ । ଏହି ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଲୋଡା କମିଟିର କରିଥିଲେ ଗଠନ । ଆଉ ମ୍ୟାଚ ଫିକ୍ସିଙ୍ଗ୍ ଏବଂ ସଟ୍ଟା ଲଗାଇବା ନେଇ ଦୃଢ ପ୍ରମାଣ ପାଇଥିଲା ଲୋଡା କମିଟି । ଏହି କାରଣରୁ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସକୁ ୨ ବର୍ଷ ପାଇଁ ବ୍ୟାନ କରାଯାଇଥିଲା। ଅର୍ଥାତ୍‌ ୨୦୧୬ରେ ଏବଂ ୨୦୧୭ରେ ଉଭୟ ଟିମ୍‌ ଉପରେ ଲାଗିଥିଲା ବ୍ୟାନ । 

ଏମିତିକି କେକେଆର ମାଲିକ ଶାହରୁଖ ଖାନ ମଧ୍ୟ ବିବାଦରେ ଫସିଛନ୍ତି । ଆଇପିଏଲ୍‌ ୨୦୧୨ ସିଜିନ୍‌ । ଓ୍ବାନଖଡେ ଷ୍ଟାଡିୟମରେ ଖେଳାଯାଉଥିଲା ଏହି ମ୍ୟାଚ୍‌ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲା କେକେଆର । ଏହି ମ୍ୟାଚ୍‌ ପରେ ଜଣେ ଶାହରୁଖ ଖାନଙ୍କ ଝିଅ ସହିତ ଖରାପ ବ୍ୟବହାର କରିଥିଲେ । ଆଉ ଏଥିରେ ରାଗିଯାଇଥିଲେ ଶାହରୁଖ । 

କିଙ୍ଗଖାନ ସେହି ସିକ୍ୟୁରିଟି ଗାର୍ଡ ଏବଂ MCA ଅଧିକାରୀଙ୍କ ସହ ବହୁତ ଝଗଡା କରିଥିଲେ । ଏହି ଘଟଣା ପରେ ଓ୍ବାନଖଡେ ଷ୍ଟାଡିୟମକୁ ଏଣ୍ଟି ପାଇଁ କିଙ୍ଗଖାନଙ୍କ ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । ଏହି ଘଟଣା ପରେ ଶାହରୁଖ ବିରୋଦ୍ଧରେ ପୋଲିସ କେସ୍‌ ହୋଇଥିଲା । କିନ୍ତୁ ଏହା ଏକ ଦଣ୍ଡବିହୀନ ଅପରାଧ ରହିଥିଲା । ଯେଉଁଥିପାଇଁ କିଙ୍ଗଖାନଙ୍କୁ ଗିରଫ କରାଯାଇନଥିଲା । 

ସେହିପରି ଆଇପିଏଲ୍‌ ୨୦୨୩ ସିଜିନ୍‌ରେ ବିବାଦକୁ ଆସିଥିଲେ କୋହଲି । RCB vs LSG ମ୍ୟାଚରେ କୋହଲି ଏବଂ ନବୀନ ଉଲ ହକଙ୍କ ମଧ୍ୟରେ ହୋଇଥିଲା ଝଗଡା । କୋହଲି ବହୁତ ରାଗରେ ଥିଲେ ଏବଂ ମ୍ୟାଚ୍‌ ପରେ ଉଭୟ ଟିମ୍‌ ଯେତେବେଳେ ହାତ ମିଶାଇଲେ ସେତେବେଳେ ମାହୋଲ୍‌ ପୁରା ଗରମ ହୋଇଯାଇଥିଲା ।

LSG ମେଣ୍ଟର ଥିବା ଗୌତମ ଗମ୍ଭୀର ମଧ୍ୟ ରାଗିଯାଇଥିଲେ ।  ଏମିତିକି ଯେତେବେଳେ LSG ପ୍ଲେୟର କାଇଲ୍‌ ମାୟର୍ସ କୋହଲିଙ୍କ ସହ କଥା ହେବାକୁ ପହଞ୍ଚିଥିଲେ ସେତେବେଳେ ଗମ୍ଭୀର ତାଙ୍କ ହାତ ଧରି ତାଙ୍କୁ ଦୂରକୁ ନେଇ ଯାଇଥିଲେ । କୋହଲି ଏବଂ ଗମ୍ଭୀରଙ୍କର ବହୁତ ଝଗଡା ହୋଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.