ଇରାନୀ କପ୍ ଜିତିଲା ମୁମ୍ବାଇ, ୨୭ ବର୍ଷ ମରୁଡ଼ିର ଅନ୍ତ ଘଟିଲା

Published By : Prameya-News7 Bureau | October 05, 2024 IST

abp live

ଲକ୍ଷ୍ନୌ: ମୁମ୍ବାଇ ଆଜିଙ୍କ୍ୟ ରାହାଣେଙ୍କ ନେତୃତ୍ଵରେ ଇରାନୀ କପ ୨୦୨୪ର ଟାଇଟଲ୍ ଜିତିଛି। ଦଳ ୨୭ ବର୍ଷ ପରେ ଏହି ଟ୍ରଫି ଜିତିବାରେ ସଫଳ ହୋଇଛି। ଏଥିସହ ୨୭ ବର୍ଷ ମରୁଡ଼ିର ଅନ୍ତ ଘଟିଥିବା ବେଳେ ରାହାଣେଙ୍କ ଦଳ ମୁମ୍ବାଇ ୧୫ତମ ଥର ଇରାନୀ କପ୍ ଜିତିଛି। ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ମୁମ୍ବାଇକୁ ବିଜେତା ଘୋଷିତ କରାଯାଇଛି। ୨୨୨ ରନର ଦ୍ଵିଶତକୀୟ ଇନିଂସ ଖେଳିଥିବା ସରଫରାଜ ଖାନ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛି। 

ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରଥମ ଇନିଂସରେ ୫୩୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଅବଶିଷ୍ଟ ଭାରତ ୪୧୬ ରନ କରିଥିଲା। ଅବଶିଷ୍ଟ ଭାରତ ପକ୍ଷରୁ ଅଭିମନ୍ୟୁ ଈଶ୍ଵରନ ୧୯୧ ରନର ଦମଦାର ଇନିଂସ ଖେଳିଥିଲେ। ଏଥିରେ ୧୬ ଚୌକା ଓ ଏକ ଛକା ସାମିଲ। ଏହା ପରେ ମୁମ୍ବାଇ ଦ୍ଵିତୀୟ ଇନିଂସରେ ୮ ଓ୍ଵିକେଟ୍ ହରାଇ ୩୨୯ ରନ କରିଥିଲା। ତନୁଷ କୋଟିଆନ ୧୧୪ ରନର ଅପରାଜିତ   ପାଳି ଖେଳିଥିଲେ। 

ମୁମ୍ବାଇ ପ୍ରଥମ ଥର ୧୯୫୯-୬୦ରେ ପ୍ରଥମ ଇରାନୀ କପ୍ ଜିତିଥିଲା। ସେହି ସମୟରେ ଦଳର ନାଁ ବମ୍ବେ ରହିଥିଲା। ଏହା ପରଠୁ ଦଳ ଏ ପର୍ଯ୍ୟନ୍ତ ମୋଟ୍ ୧୫ ଥର ଟାଇଟଲ୍ ଜିତିଛି। ଏହା ପୂର୍ବରୁ ଦଳ ଶେଷ ଥର ୧୯୯୭-୯୮ରେ ଚାମ୍ପିଅନ ହୋଇଥିଲା। ଅଉ ୨୭ ବର୍ଷ ମରୁଡ଼ିର ଅନ୍ତ ଘଟାଇ ମୁମ୍ବାଇ ଟ୍ରଫି ଜିତିବାରେ ସଫଳ ହୋଇଛି।

ସରଫରାଜ ପ୍ରଥମ ଇନିଂସରେ ୨୮୬ ବଲରୁ ୨୫ ଚୌକା ଓ ୪ ଛକା ସହ ୨୨୨ ରନ କରିଥିଲେ। ଅଧିନାୟକ ଆଜିଙ୍କ୍ୟ ରାହାଣେ ୯୭ ରନ, ତନୁଷ କୋଟିଆନ ୬୪ ରନ କରିଥିଲେ। ତନୁଷ ଦ୍ଵିତୀୟ ଇନିଂସରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଶତକ ଅର୍ଜନ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.