ଖୋଲା ବସ୍‌ରେ ବିଶ୍ୱ ଚାମ୍ପିୟନ: ଭିକ୍ଟ୍ରି ପରେଡ୍‌ରେ ଟିମ୍ ଇଣ୍ଡିଆ, ଷ୍ଟାର୍ କ୍ରିକେଟରଙ୍କୁ ଦେଖିବାକୁ ଅସମ୍ଭାଳ ଭିଡ଼

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ବିଶ୍ୱକପ ଜିତିବା ଖୁସିରେ ଟିମ୍ ଇଣ୍ଡିଆର ବିଶାଳ ବିଜୟୀ ରାଲି। ଏକ ଓପନ ଟପ୍‌ ବସ୍ ଉପରେ ବସିଛନ୍ତି ସମସ୍ତ ବିଶ୍ୱ ବିଜୟୀ ଖେଳାଳି। ଷ୍ଟାର୍ କ୍ରିକେଟରମାନଙ୍କୁ ଦେଖିବାକୁ ମୁମ୍ବାଇ ମେରାଇନ ଡ୍ରାଇଭ୍‌ରେ ହଜାର ହଜାର ଫ୍ୟାନ୍‌ଙ୍କ ଭିଡ଼ ଲାଗିଛି। ଗୁରବାର ସକାଳୁ ସକାଳୁ ଖେଳାଳିମାନେ ବାରବାଡୋସ୍‌ରୁ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ଖେଳାଳିଙ୍କର ଦେଖା ସାକ୍ଷାତ ହୋଇଥିଲା। ଏହାପରେ ଟିମ୍‌ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଇଥିଲା। 

<

ଯୋଜନା ମୁତାବକ ଖେଳାଳିମାନଙ୍କୁ ଛାତ ଖୋଲା ବସ୍‌ରେ ବସାଇ ମୁମ୍ବାଇର ମେରାଇନ୍ ଡ୍ରାଇବ୍‌ ଦେଇ ନିଆଯାଉଛି। ଫ୍ୟାନ୍‌ମାନେ ବି ଖେଳାଳିମାନଙ୍କୁ ଚିଅପର ଅପ୍ କରୁଛନ୍ତି। ଏମିତି ବସ୍‌ରେ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଯିବେ। ସେଠାରେ ସମସ୍ତ ଖେଳାଳିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ବସ୍‌ରେ ଗଲା ବେଳେ ବିରାଟ ଓ ରୋହିତ ଶର୍ମା ବିଶ୍ୱକପ୍ ଦେଖି ଫ୍ୟାନ୍‌ଙ୍କ ସହିତ ଖୁସି ଶେୟାର କରୁଥିବାର ଦେଖାଯାଉଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.