ୱିମ୍ବଲଡନର ଚାମ୍ପିଅନସିପ୍, ହ୍ୟୁବର୍ଟ ହର୍କାଜ ବିଦା; ତୃତୀୟ ରାଉଣ୍ଡରେ ଜୋକୋଭିକ୍, ସ୍ବିଟେକ୍, ରିବିକାନା

Published By : Prameya-News7 Bureau | July 05, 2024 IST

ଲଣ୍ଡନ, ୦୫/୦୭: ଚଳିତ ୱିମ୍ବଲଡନର ଚତୁର୍ଥ ଦିବସରେ ସପ୍ତମ ସିଡ୍‌ ହ୍ୟୁବର୍ଟ ହର୍କାଜ ବିଦାୟ ନେଇଛନ୍ତି । ଅନ୍ୟ ପ୍ରମୁଖ ସିଡେଡ୍‌ ଖେଳାଳିମାନେ ବିଜୟ ଜାରି ରଖିଛନ୍ତି । ପୁରୁଷ ବର୍ଗରେ ଦ୍ୱିତୀୟ ସିଡ୍‌ ନୋଭାକ୍‌ ଜୋକୋଭିକ୍‌, ନବମ ସିଡ୍‌ ଆଲେକ୍ସ ଡି’ ମିନାଉର  ଏବଂ ମହିଳା ବର୍ଗରେ ଦଶମ ସିଡ୍‌  ଓନ୍ସ ଜାବେଓର, ୧୪ତମ ସିଡ୍‌  ଡାରିଆ କାସାଟକିନା, ପାଓଲା ବଡୋଶା ପ୍ରମୁଖ ବିଜୟ   ହାସଲ କରିଛନ୍ତି । 

ମହିଳା ସିଙ୍ଗଲ୍ସ: ତୃତୀୟ  ରାଉଣ୍ଡ୍‌ରେ ଦଶମ ସିଡ୍‌  ଟ୍ୟୁନିସିଆର ଜାବେଓର  ସିଧାସଳଖ ୬-୧, ୭-୫ରେ   ଆମେରିକାର ରବିନ ମଣ୍ଟଗୋମେରୀଙ୍କୁ  ପରାସ୍ତ କରିଥିଲେ । ୧୩ତମ ସିଡ୍‌  ଓଷ୍ଟାପେଙ୍କୋ ୬-୩, ୬-୦ରେ ୟୁକ୍ରେନର  ଡାରିୟା ସ୍ନିଗରଙ୍କୁ ହରାଇଥିଲେ । ୧୪ତମ ସିଡ୍‌ ଡାରିଆ କାସାଟକିନା  ୬-୦, ୬-୦ରେ ବ୍ରିଟେନର ୟୁରିକୋ  ଲିଲି ମିୟାଜାକିଙ୍କୁ ପରାସ୍ତ କରିଥିଲେ ।  ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୫୧ମିନିଟ୍‌  ଲାଗିଥିଲା । 

୧୮ତମ ସିଡ୍‌ ୟୁକ୍ରେନର  ମାର୍ତା କୋତ୍ସେୁ୍ୟକ ୪-୬, ୭-୬ (୭- ୨), ୬-୪)ରେ ଅଷ୍ଟ୍ରେଲିଆର ଡାରିଆ ସେଭିଲଙ୍କୁ, ୧୨ତମ ସିଡ୍‌ ମାଡିସନ  କିଜ୍‌ ୬-୨, ୬-୨ରେ ଚୀନର ୟାଫାନ  ୱାଙ୍ଗ୍‌ଙ୍କୁ, ଚେକ୍‌ ଗଣରାଜ୍ୟର ବାର୍ବରା  କ୍ରେସିକୋଭା ୭-୬ (୮-୬), ୭-୬   (୭-୫)ରେ ଆମେରିକାର  କାଟି ଭୋଲିନେଟ୍ସଙ୍କୁ  ହରାଇଥିଲେ । ଅନ୍ୟ ଏକ ମ୍ୟାଚ୍‌ରେ  କଲମ୍ବିଆର କାମିଲା  ଓସୋରିଓ ଆହତ   ହୋଇ ଓହରିଯିବା  ଫଳରେ ବ୍ରାଜିଲର ବିଟ୍ରିଜ୍‌  ହାଦାଦ୍‌ ମାୟାଙ୍କୁ ବିଜୟୀ ଘୋଷିତ କରାଯାଇଥିଲା । ସେ ୩-୦ରେ ଆଗୁଆ ରହିଥିଲେ ।  

ଦ୍ୱିତୀୟ ରାଉଣ୍ଡ୍‌ରେ ପାଓଲା  ବଡୋଶା ୬-୪, ୬-୨ରେ ଚେକ୍‌  ଗଣରାଜ୍ୟର ବ୍ରେଣ୍ଡା ଫ୍ରୁଭିର୍ତୋଭାଙ୍କୁ  ପରାସ୍ତ କରିଥିବାବେଳେ ସ୍ପେନର ଜେସିକା ବୌଜାସ ମାନେରିଓ  ୭-୬ (୭-୧), ୬-୩ରେ କ୍ରିଷ୍ଟିନା  ବୁକ୍‌ସାଙ୍କୁ, କାଜାଖସ୍ତାନର ୟୁଲିଆ  ପୁଟିନସେଭା ୬-୦, ୪-୬, ୬-୨ରେ   ଚେକ୍‌ଗଣରାଜ୍ୟର କାଟେରିନା   ସିନିୟାକୋଭାଙ୍କୁ ହରାଇ ତୃତୀୟ  ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । 

 ପୁରୁଷ ସିଙ୍ଗଲ୍ସ: ପୋଲାଣ୍ଡ୍‌ ତାରକା  ହର୍କାଜ ଦ୍ୱିତୀୟ ରାଉଣ୍ଡ୍‌ରୁ ବିଦାୟ  ନେଇଛନ୍ତି । ଫ୍ରାନ୍ସର ଆର୍ଥର ଫିଲ୍ସଙ୍କ ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇ  ଓହରି ଯାଇଥିଲେ । ଫଳରେ ଫିଲ୍ସଙ୍କୁ  ବିଜୟୀ ଘୋଷଣା କରାଯାଇଥିଲା । ସେ  ୭-୬ (୭-୨), ୬-୪, ୨-୬, ୬-୬   (୯-୮)ରେ ଆଗୁଆ ରହିଥିଲେ । ଦ୍ୱିତୀୟ ସିଡ୍‌ ଜୋକୋଭିକ୍‌ଙ୍କୁ କଡ଼ା  ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା ।  ସେ ୩ଘଣ୍ଟା ୨ମିନିଟ୍‌ର ସଂଘର୍ଷ ପରେ  ବ୍ରିଟେନର ଜାକବ ଫର୍ନଲିଙ୍କୁ ୬-୩,  ୬-୪, ୫-୭, ୭-୫ରେ ପରାସ୍ତ  କରିଥିଲେ । ନବମ ସିଡ୍‌ ଆଲେକ୍ସ ଡି  ମିନାଉର ୬-୨, ୬-୨, ୭-୫ରେ   ସ୍ପେନର ଜୌମି ମୁନରଙ୍କୁ ହରାଇଥିଲେ ।

ଅନ୍ୟ ମ୍ୟାଚ୍‌ରେ ଦଶମ ସିଡ୍‌  ଗ୍ରିଗୋର ଦିମିତ୍ରୋଭ ୩ଘଣ୍ଟା ୨୯ ମିନିଟ୍‌ର  ସଂଘର୍ଷ ପରେ ଚୀନର ଜୁନଚେଙ୍ଗ ଶାଙ୍ଗ୍‌ଙ୍କୁ  ୫-୭, ୬-୭ (୪-୭), ୬-୪,  ୬-୨, ୬-୪ ସେଟ୍‌ରେ ହରାଇଥିଲେ ।   ସେହିପରି କାନାଡ଼ାର ଡେନିସ୍‌  ସାପୋଭାଲୋଭ ୫ ସେଟ୍‌ରେ  ବିଜୟ ହାସଲ କରିଥିଲେ । ସେ  ୭-୬ (୭-୩), ୬-୩, ୧-୬,  ୬-୭ (୩-୭), ୬-୪ରେ  ଜର୍ମାନୀର ଡାନିଏଲ୍‌ ଅଲ୍ଟମାୟରଙ୍କୁ  ପରାଜିତ କରିଥିଲେ । ଫ୍ରାନ୍ସର ଗାଏଲ  ମନଫିଲ୍ସ ୭-୬ (୭-୫), ୬-୪,  ୭-୬ (୭-୩)ରେ ସ୍ୱିଜରଲାଣ୍ଡ୍‌ର   ଷ୍ଟାନ୍‌ ୱାରିଙ୍କାଙ୍କୁ ହରାଇଥିଲେ ।   ଆର୍ଜେଣ୍ଟିନାର ଫ୍ରାନ୍ସିସ୍କୋ କମ୍‌ସାନା   ୭-୫, ୧-୬, ୬-୭ (୧୨-୧୪),  ୬-୧, ୭-୬ (୧୦-୮)ରେ ଅଷ୍ଟ୍ରେଲିଆର   ଆଡାମ ୱାଲଟନଙ୍କୁ ପରାଜିତ କରିଥିଲେ ।   ଏହି ମ୍ୟାଚ୍‌ ଜିତିବା ପାଇଁ ତାଙ୍କୁ ୪ଘଣ୍ଟା   ୧୩ମିନିଟ୍‌ ଲାଗିଥିଲା । 

୧୪ତମ ସିଡ୍‌ ଆମେରିକାର  ବେନ୍‌ ସେଲଟନ୍‌ ୪-୬, ୭-୬ (୭- ୫), ୬-୭ (୫-୭), ୬-୩, ୭-୬   (୧୦-୭)ରେ ଦକ୍ଷିଣ ଆଫ୍ରିକାର  ଲୟଡ୍‌ ହ୍ୟାରିସ୍‌ଙ୍କୁ ହରାଇଥିବାବେଳେ  ରୋମାନ ସୈଫୁଲିନ ୬-୨, ୬-୪,  ୫-୭, ୬-୩ରେ ଚେକ୍‌ ଗଣରାଜ୍ୟର  ଟୋମାସ ମାଚାକଙ୍କୁ ପରାସ୍ତ କରି ତୃତୀୟ  ରାଉଣ୍ଡ୍‌ରେ ସ୍ଥାନ ପକ୍କା କରିଥିଲେ । 

ପୁରୁଷ ଡବଲ୍ସ: ବୋପାନ୍ନା, ଭାମ୍ବ୍ରିଙ୍କ ବିଜୟ ଅଭିଯାନ ଭାରତର ପୁରୁଷ ଡବଲ୍ସ ଖେଳାଳି  ରୋହନ ବୋପାନ୍ନା ଓ ୟୁକି ଭାମ୍ବ୍ରି ବିଜୟ  ସହ ଅଭିଯାନ ଆରମ୍ଭ କରିଛନ୍ତି । ଅନ୍ୟ  ପଟରେ ଏନ୍‌ ଶ୍ରୀରାମ ବାଲାଜୀ ପ୍ରଥମ  ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି ।  ଅଷ୍ଟ୍ରେଲିଆନ୍‌ ଓପନ ଚାମ୍ପିଅନ୍‌ ବୋପାନ୍ନା  ଓ ମାଥ୍ୟୁ ଏବଡେନ ଯୋଡ଼ି ପ୍ରଥମ  ରାଉଣ୍ଡରେ ସିଧାସଳଖ ୭-୫,  ୬-୪ ସେଟ୍‌ରେ ନେଦରଲାଣ୍ଡ୍‌ସର   ସାଣ୍ଡର ଆରେଣ୍ଡ୍‌ସ-ରବିନ ହାସ   ଯୋଡ଼ିଙ୍କୁ ପରାସ୍ତ କରିଥିଲେ । ଏହି   ମ୍ୟାଚ୍‌ ଜିତିବା ପାଇଁ ଦ୍ୱିତୀୟ ସିଡ୍‌   ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ିଙ୍କୁ ୧ଘଣ୍ଟା   ୧୩ମିନିଟ୍‌ ଲାଗିଥିଲା । ସେହିପରି   ଭାମ୍ବ୍ରି ଓ ଫ୍ରାନ୍ସର ଆଲ୍‌ବାନୋ ଓଲିଭେଟି   ୬-୪, ୬-୪ରେ କାଜାଖସ୍ତାନର  ଆଲେକଜାଣ୍ଡର ବବଲିକ୍‌- ଆଲେକଜାଣ୍ଡର ସେଭଚେଙ୍କୋ ଯୋଡ଼ିଙ୍କୁ  ପରାଜିତ କରିଥିଲେ । ଅନ୍ୟ ପଟରେ  ବାଲାଜୀ ଓ ବ୍ରିଟେନର ଲ୍ୟୁକ ଜନସନ  ଯୋଡ଼ି ୪-୬, ୫-୭ରେ ଚତୁର୍ଥ ସିଡ୍‌  ମାର୍ସେଲୋ ଆରେଭାଲୋ-ମାଟ୍‌ ପେଭିକ୍‌  ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.