ଫେରିବ 'ଭାରତ' ବ୍ରାଣ୍ଡ୍‌ର ଅଟା ଓ ଚାଉଳ, ଲଞ୍ଚ ହେଲା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର। ପୁଣି ଥରେ ବଜାରକୁ ଆସିବ ଭାରତ ବ୍ରାଣ୍ଡର ଅଟା ଓ ଚାଉଳ । ସାଧାରଣ ଲୋକଙ୍କୁ ଶସ୍ତା ଏବଂ ସୁଲଭ ଦରରେ ମିଳିବ ଚାଉଳ ଓ ଅଟା। ମଙ୍ଗଳବାର ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଲଞ୍ଚ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ସରକାର ‘ଭାରତ’ ବ୍ରାଣ୍ଡ ଅନୁଯାୟୀ, ଅଟାକୁ ୩୦ ଟଙ୍କା ପ୍ରତି କେଜି ଏବଂ ଚାଉଳ ୩୪ ଟଙ୍କା ପ୍ରତି କେଜିରେ ଲଞ୍ଚ କରିଛନ୍ତି। ଏହି ଦୁଇ ସାମଗ୍ରୀ ୫ କେଜି ଏବଂ ୧୦ କେଜି ପ୍ୟାକେଟରେ ଉପଲବ୍ଧ ହେବ। ଅବଶ୍ୟ ସରକାର ଏଥର ସାମଗ୍ରୀର ଯେଉଁ ଦାମ୍‌ ରଖିଛନ୍ତି ତାହା ପୂର୍ବ ପର୍ଯ୍ୟାୟ ତୁଳନାରେ ଟିକେ ଅଧିକ ରହିଛି। ସେତେବେଳେ ପ୍ରତି କେଜି ଅଟାର ଦାମ୍‌ ୨୭.୫ ଟଙ୍କା ଥିଲା ଏବଂ ଚାଉଳର ଦାମ୍ ୨୯ ଟଙ୍କା ରହିଥିଲା ।

ସରକାର ଭାରତ ବ୍ରାଣ୍ଡରେ ରିହାତି ଦରରେ ଅଟା ଚାଉଳ ଭାରତୀୟ ରାଷ୍ଟ୍ରୀୟ ସହକାରୀ ଉପଭୋକ୍ତା ସଂଘ (NCCF), ଭାରତୀୟ ରାଷ୍ଟ୍ରୀ କୃଷି ସହକାରୀ ବିପଣନ ସଂଘ (Nafed) ମାଧ୍ୟମରେ ବିକ୍ରି କରିଥାଏ। ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି କରାଯାଇଥାଏ। 

ଖାଦ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଦ୍ବିତୀୟ ପର୍ଯ୍ୟାର ଶୁଭାରମ୍ଭ କରିବା ସହ କହିଛନ୍ତି ଦେଶର ସାଧାରଣ ନାଗରିକଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ସରକାରଙ୍କ ଏହା ଏକ ଅସ୍ଥାୟୀ ହସ୍ତକ୍ଷେପ। ଚଳିତ ଥର ଅଟା ପାଇଁ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଠାରୁ ୩.୬୯ ଲକ୍ଷ ଟନ୍ ଗହମ ଏବଂ ୨.୯୧ ଲକ୍ଷ ଟନ ଚାଉଳ ଆବଣ୍ଟନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.