ଡୌନାଲ୍ଡ ଟ୍ରମ୍ପଙ୍କ ଟିମରେ ମଧ୍ୟ ଭାରତୀୟଙ୍କୁ ଗୁରୁତ୍ୱ, କୁଶ ଦେସାୟୀଙ୍କ ସମେତ ୩ ଜଣଙ୍କୁ ମିଳିଲା ନିଯୁକ୍ତି

Published By : Prameya-News7 Bureau | January 25, 2025 IST

ନ୍ୟୁୟର୍କ ୨୫।୧:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଭାରତୀୟ ବଂଶୋଦଭବଙ୍କୁ ତାଙ୍କ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ରିକି ଗିଲ, ସୌରଭ ଶର୍ମା ଓ କୁଶ ଦେସାଇ ଅଛନ୍ତି। ରିକି ଗିଲ ଦକ୍ଷିଣ ଓ ମଧ୍ୟ ଏସିୟା ବ୍ୟାପାରର ବରିଷ୍ଠ ନିର୍ଦ୍ଦେଶକ ରୂପେ ଜାତୀୟ ସୁରକ୍ଷା ପରିଷଦରେ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଗିଲ ପୂର୍ବରୁ ଟ୍ରମ୍ପ ପ୍ରଶାସନରେ ଜାତୀୟ ସୁରକ୍ଷା ପରିଷଦରେ ଋଷିଆ ଓ ୟୁରୋପ ଏନର୍ଜି ସିକ୍ୟୁରିଟି ନିର୍ଦ୍ଦେଶକ ତଥା ବିଦେଶ ବିଭାଗର ବ୍ୟୁରୋ ଅଫ ଓଭରସିଜ୍ ବିଲ୍ଡିଂ ଅପରେସନସ୍ ବରିଷ୍ଠ ପରାମର୍ଶଦାତା ରୂପେ କାମ କରିଛନ୍ତି। 

ସେହିପରି ସୌରଭ ଶର୍ମା ରାଷ୍ଟ୍ରପତିଙ୍କ କାର୍ମିକ କାର୍ଯ୍ୟାଳୟରେ କାମ କରିବେ ଓ କୁସ ଦେସାୟୀ ଟ୍ରମ୍ପ ପ୍ରଶାସନରେ ଉପ ପ୍ରେସ୍ ସେକ୍ରେଟାରୀ ନିଯୁକ୍ତ ହୋଇଛନ୍ତି। ଭାରତର ବେଙ୍ଗାଲୁରୁରେ ଜନ୍ମିତ ସୌରଭ ଶର୍ମା ୱାସିଂଟନସ୍ଥିତ ଆମେରିକାନ ମୋମେଣ୍ଟର ସହ ସଂସ୍ଥାପକ ଓ ଅଧ୍ୟକ୍ଷ ଥିଲେ। ଏହି ସଙ୍ଗଠନର ମିସନ ସେହି ଯୁବ ଆମେରିକୀୟଙ୍କୁ ଚିହ୍ନଟ କରିବା ଯେଉଁମାନଙ୍କୁ ପ୍ରଶିକ୍ଷିତ କରି ବିଶ୍ୱସନୀୟ କରିବା। କୁସ ଦେସାୟୀ ୨୦୨୪ ରିପବ୍ଲିକାନ ନ୍ୟାସନାଲ କନଭେନସନ ଲାଗି ଉପ ସଞ୍ଚାର ନିର୍ଦ୍ଦେଶକ ରୂପେ କାମ କରିଥିଲେ ଓ ରିପବ୍ଲିକାନ ପାର୍ଟି ନିମନ୍ତେ ସଞ୍ଚାର ନିର୍ଦ୍ଦେଶକ ରୂପେ ମଧ୍ୟ କାମ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.