ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ: ଅଶ୍ୱିନୀ ବୈଷ୍ଣବ

Published By : Prameya-News7 Bureau | April 09, 2025 IST

indiatoday

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ୨୦୨୫ ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ମନି କଣ୍ଟ୍ରୋଲ ପ୍ରତିକ୍ରିୟା ଦେଇ ଏହି ସୂଚନା ଦେଇଛନ୍ତି। ଚିପ୍ ଉତ୍ପାଦନ ପାଇଁ ଆବଶ୍ୟକ ୫ଟି ୟୁନିଟ୍ କାର୍ଯ୍ୟ ଜାରି ରହିଛି ଏବଂ ପ୍ରକଳ୍ପ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ ହେବ ବୋଲି ଆଶା ଥିବା ମନ୍ତ୍ରୀ କହିଛନ୍ତି।

ଭାରତ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ଇଣ୍ଡିଆ ସେମିକନ ପ୍ରୋଗ୍ରାମ ମାଧ୍ୟମରେ ସେମିକଣ୍ଡକ୍ଟର ତିଆରି କାମ ଜାରି ରହିଛି। ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ତାଇୱାନ-ଭିତ୍ତିକ PSMC ସହଯୋଗରେ ଏହା ବିକଶିତ କରାଯାଉଛି। ଗୁଜରାଟରେ ହେବାକୁ ଥିବା ଧୋଲେରା ଫେବ୍ରିକେସନ୍ ପ୍ଲାଣ୍ଟରେ ଏହି ସେମିକଣ୍ଡକ୍ଟରର ଉତ୍ପାଦନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ଏହି ଘୋଷଣା ପରେ ଭାରତର ଚିପ୍ ଆତ୍ମନିର୍ଭରଶୀଳତା ଯାତ୍ରାରେ ଦିଗରେ ଏକ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଯେଉଁ ଦିଗରେ ପୂର୍ବରୁ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଆଧିପତ୍ୟ ବିସ୍ତାର କରିଥିଲେ। ସେଠାରେ ଭାରତ ଏବେ ତା ପାଦ ଥାପିବାକୁ ଯାଉଛି।   

ଧୋଲେରା ଫ୍ୟାବ୍ କାର୍ଯ୍ୟକ୍ଷମ ହେବା ପରେ, ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମର ମୂଳଦୁଆ ଭାବରେ କାର୍ଯ୍ୟ କରିବ। ଏହାକୁ ନିର୍ମାଣ କରିବା ପାଇଁ ଡିସେମ୍ବର ୨୦୨୧ରେ ୭୬,୦୦୦ କୋଟି ବଜେଟ୍ ଆବଣ୍ଟନ କରାଯାଇଥିଲା। ଚିପ୍ ସେପ୍ଟେମ୍ବର କିମ୍ବା ଅକ୍ଟୋବର ୨୦୨୫ ସୁଦ୍ଧା ଉନ୍ମୋଚନ ହେବାର ଆଶା କରାଯାଉଛି ବୋଲି ବୈଷ୍ଣବ କହିଛନ୍ତି।

ପଢନ୍ତୁ- ୨୦୩୦ବେଳକୁ ଅଧାରୁ ଅଧିକ ଭାରତୀୟ ହୋଇସାରିଥିବେ ମଧ୍ୟବିତ୍ତ, ଜାଣନ୍ତୁ ଆଉ କ’ଣ କହୁଛି ରିପୋର୍ଟ

ହାର୍ଡୱେୟାର କ୍ଷେତ୍ରରେ ସଫଳତା ସହିତ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ଭାରତର ବ୍ୟାପକ ପ୍ରୟାସକୁ ମଧ୍ୟ ମନ୍ତ୍ରୀ ଦେଶବାସୀଙ୍କ ଆଗରେ ରଖିଥିଲେ। ଭାରତ ଏଆଇ ଦୌଡ଼ରେ ପଛରେ ନାହିଁ ଏବଂ ଏହା ଏଆଇ ଶକ୍ତିକୁ ଉପଯୋଗ କରିବାରେ ଭାରତ ଶ୍ରେଷ୍ଠ କିଛି ଦେଶ ମଧ୍ୟରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି। 

ନିକଟରେ ମନ୍ତ୍ରୀ ସୂଚନା ଦେଇଥିଲେ ଯେ ଭାରତ ସକ୍ରିୟ ଭାବରେ ନିଜର ବୃହତ୍ ଭାଷା ମଡେଲ/ ଓନ ଲାର୍ଜ ଲାଙ୍ଗୁଏଜ ମଡେଲ (LLM) ଉପରେ କାର୍ଯ୍ୟ କରୁଛି, ଯାହା ଦେଶର ବିବିଧ ଭାଷାଗତ ଏବଂ ସାଂସ୍କୃତିକ ଦୃଶ୍ୟପଟକୁ ବିଶେଷ ଭାବରେ ପୂରଣ କରିବ। ଆଗାମୀ ୧୦ ମାସ ମଧ୍ୟରେ AI ମଡେଲ ପ୍ରସ୍ତୁତ ହେବାର ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। 

ନିକଟରେ ଓଡ଼ିଶାରେ ହୋଇଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ବୈଷ୍ଣବ କହିଥିଲେ "ଗତ ଦେଢ଼ ବର୍ଷ ଧରି, ଆମ ଟିମ୍ ଷ୍ଟାର୍ଟଅପ୍, ଗବେଷକ, ପ୍ରଫେସର ଇତ୍ୟାଦିଙ୍କ ସହିତ ପରାମର୍ଶ କରି କାର୍ଯ୍ୟ ଜାରି ରଖିଛି। ଆଜି, ଆମେ ଆମର ନିଜସ୍ୱ ଫାଉଣ୍ଡେସନାଲ ମଡେଲ ବିକଶିତ କରିବା ପାଇଁ ପ୍ରସ୍ତାବ ଆହ୍ଵାନ କରୁଛୁ। ଏହି ମଡେଲ ଭାରତୀୟ ଢାଞ୍ଚା, ଭାଷା ଏବଂ ସଂସ୍କୃତୀ ପ୍ରତି ଯତ୍ନଶୀଳ, ପକ୍ଷପାତ ମୁକ୍ତ ରହିବ।" 

ପଢନ୍ତୁ- ନୂଆ ଆଧାର ଆପ୍ ଲଞ୍ଚ: ଦରକାର ପଡ଼ିବନି ଆଧାର କାର୍ଡ ଓ କିମ୍ବା ଫଟୋ କପି


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.