ନୂଆଦିଲ୍ଲୀ, ୩୧/୦୮: ଜାରି ହୋଇଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର (GDP) । ଆଉ ଏହି ତଥ୍ୟ ଅନୁଯାୟୀ ତ୍ରୈମାସିକରେ ଡିଡିପି ୭.୮ ପ୍ରତିଶତ ରହିଛି। ସରକାରଙ୍କ ତରଫରୁ ଗୁରୁବାର ଜାରି ଏହି ତଥ୍ୟ ଜାରି କରାଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ୬.୧% ରହିଥିଲା। ସେହିଭଳି ଗତ ବର୍ଷ ଡିଡିପି ୭.୨ ପ୍ରତିଶତ ରହିଥିଲା। ତେଣୁ ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ପାଇଁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଭଲ ରହିଥିଲା।
ଏନଏସଓ ତରଫରୁ ଗୁରୁବାର ଜାରି ତଥ୍ୟ ଅନୁଯାୟୀ, ଗତ ଆର୍ଥିକ ବର୍ଷ ୨୦୨୨-୨୩ର ସମାନ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ହାର ୧୩.୧ ପ୍ରତିଶତ ରହିଥିଲା। ତେବେ ଏହି ଜିଡିପି ଅଭିବୃଦ୍ଧି ସହ ଭାରତ ପ୍ରମୁଖ ଅର୍ଥବ୍ୟବସ୍ଥାରେ ସବୁଠୁ ଦ୍ରୁତ ଭାବରେ ବୃଦ୍ଧି କରୁଥିବା ଦେଶ ହୋଇଛି। ଚୀନ୍ର ଜିଡିପି ବୃଦ୍ଧି ହାର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ୬.୩ ପ୍ରତିଶତ ରହିଛି।
ଆରବିଆଇ କରିଥିଲା ଏମିତି ଅନୁମାନ:
ସୂଚନାଥାଉକି. ରିଜର୍ଭ ବ୍ୟାଙ୍କ୍ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବା ନେଇ ଅନୁମାନ କରିଛି। ସେହିଭଳି ଆରବିଆଇ ଏହାର ରିପୋର୍ଟରେ ପ୍ରଥମ ତ୍ରୈମାସିକରେ ଭାରତର ଜିଡିପି ୮ ପ୍ରତିଶତ ରହିବା ନେଇ ଅନୁମାନ କରିଥିଲା । ସେହିଭଳି ଆଇଏମଏଫର ଅନୁମାନ ଅନୁଯାୟୀ ଚଳିତ ବର୍ଷ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ।
ଆହୁରି ପଢ଼ନ୍ତୁ:ଚଳିତ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ବଢ଼ାଇଲା ଭାରତର ଅଭିବୃଦ୍ଧି ହାର, ୬.୧ ପ୍ରତିଶତ ରହିପାରେ ଜିଡିପି
କୋର୍ ସେକ୍ଟର ଅଭିବୃଦ୍ଧିରେ ହ୍ରାସ:
ଜୁଲାଇ ମାସରେ କୋର୍ ସେକ୍ଟର ଅଭିବୃଦ୍ଧିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ସରକାରୀ ତଥ୍ୟ ଅନୁଯାୟୀ ଜୁଲାଇରେ କୋର୍ ସେକ୍ଟର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିଥିଲା। ଗତବର୍ଷରେ ଚଳିତ ମାସରେ କୋର୍ ସେକ୍ଟର ଅଭିବୃଦ୍ଧି ୪.୮ ପ୍ରତିଶତ ଥିଲା । ସୂଚନାଥାଉକି, ଚଳିତ ଆର୍ଥିକ ବର୍ଷର ଜୁନ୍ ମାସରେ ଆଠ ମୌଳିକ ଉଦ୍ୟୋଗର ଅଭିବୃଦ୍ଧି ହାର ୮.୩ ପ୍ରତିଶତ ରହିଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ଭାରତର ରାଜକୋଷୀୟ କ୍ଷତି ୬.୦୬ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସରକାରଙ୍କ ତରଫରୁ ଜାରି ତଥ୍ୟ ଅନୁଯାୟୀ ବର୍ତ୍ତମାନର ଆର୍ଥିକ ବର୍ଷରେ ରାଜକୋଷୀୟ କ୍ଷତି ୩୩.୯ ପ୍ରତିଶତ ରହିଛି।