ବାର୍ଷିକ ଆଧାରରେ ଅକ୍ଟୋବରରେ କମିଲା ବାଣିଜ୍ୟିକ ଘାଟା

Published By : Prameya-News7 Bureau | November 14, 2024 IST

swarajya

ନୂଆଦିଲ୍ଲୀ: ଅକ୍ଟୋବରରେ କମିଲା ବାଣିଜ୍ୟିକ ଘାଟା। ଗୁରୁବାର ଭାରତ ସରକାର ଜାରି କରିଥିବା ତଥ୍ୟ ଅନୁସାରେ, ଅକ୍ଟୋବର ମାସରେ ଦେଶରେ ବାଣିଜ୍ୟିକ ଘାଟା ବାର୍ଷିକ ଆଧାରରେ ୩୩.୪୩ ବିଲିଅନ ଡଲାର ହ୍ରାସ ପାଇ ୨୭.୧୪ ବିଲିଅନ ଡଲାର ହୋଇଛି। ସେପ୍ଟେମ୍ବର ୨୦୨୪ରେ ଏହି ସଂଖ୍ୟା ୨୦.୭୮ ବିଲିୟନ ଡଲାର ଥିଲା। 

ରୟଟର୍ସର ପୋଲ୍ ଅନୁସାରେ, ଅକ୍ଟୋବରରେ ବାଣିଜ୍ୟିକ ଘାଟା ୨୨ ବିଲିଅନ ଡଲାର ହେବାର ଆକଳନ କରାଯାଇଥିଲା। ଅକ୍ଟୋବର ମାସରେ ଭାରତର ବାଣିଜ୍ୟିକ ରପ୍ତାନୀ ୩୯.୨ ବିଲିଅନ ଡଲାର ରହିଥିଲା। ସେହିପରି ଆମଦାନୀ ୬୬.୩୪ ବିଲିଅନ ଡଲାର ରହିଥିଲା। ସେହିପରି ଗତ ମାସରେ ରପ୍ତାନୀ ୩୪.୫୮ ବିଲିଅନ ରହିଥିବା ବେଳେ ଆମଦାନୀ ୫୫.୩୫ ବିଲିଅନ ରହିଥିଲା।   

ଅକ୍ଟୋବର ମାସରେ ଭାରତର ସେବା ରପ୍ତାନୀ ୩୪.୨ ବିଲିଅନ ଡଲାର ରହିଥିବା ବେଳେ ଆମଦାନୀ ୧୭. ବିଲିଅନ ଡଲାର ହୋଇଛି। ଯାହା ସେପ୍ଟେମ୍ବରରେ ରପ୍ତାନୀ ୩୦.୬୧ ବିଲିଅନ ଡଲାର ଓ ଆମଦାନୀ ୧୬.୩୨ ବିଲିଅନ ଡଲାର ରହିଥିଲା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.