ଚଳିତ ତ୍ରୈମାସିକରେ ୬ ପ୍ରତିଶତ ଉପରେ ରହିପାରେ ମୁଦ୍ରାସ୍ଫୀତି: ଆରବିଆଇ ବୁଲେଟିନ୍‌

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ, ୧୭/୦୮: ସାଧାରଣ ଲୋକଙ୍କୁ ଚଳିତ ତ୍ରୈମାସିକରେ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବା ସମ୍ଭାବନା କମ୍। ମଙ୍ଗଳବାର, ଆରବିଆଇ ଏହାର ମାସିକ ବୁଲେଟିନ୍‌ରେ କିଛି ଏଭଳି କହିଛି। ବୁଲେଟିନ୍‌ରେ କୁହାଯାଇଛି ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ମୁଦ୍ରାସ୍ଫିତୀ ହାର ୬ ପ୍ରତିଶତ ଉପରେ ରହିପାରେ।

ବୁଲେଟିନ୍ ଅନୁଯାୟୀ ଯୋଗାଣରେ ଯେଉଁ ଅସୁବିଧା ଉପୁଜିଛି ତାହା ବର୍ତ୍ତମାନ ଶେଷ ହେବାନାହିଁ। ପନିପରିବା ଦର ବୃଦ୍ଧି ଅଗଷ୍ଟର ପ୍ରଥମ ୧୫ ଦିନ ମଧ୍ୟରେ ବି ଦେଖିବାକୁ ମିଳିଛି। ଏମିତିରେ ମୁଦ୍ରାସ୍ଫୀତି ହାର ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସିକରେ ୬% ଉପରେ ରହିପାରେ। ଆରବିଆଇ ବୁଲେଟିନ୍‌ରେ ରେଗ୍ୟୁଲାର ଷ୍ଟେଟ୍‌ ଅପ୍‌ ଇକୋନୋମୀ (ଅର୍ଥନୀତିର ନିୟମିତ ସ୍ଥିତି)ରେ ଏହା ଲେଖା ଯାଇଛି। ଯାହାର ସହ ଲେଖକଙ୍କ ମଧ୍ୟରେ ଆରବିଆଇର ଡେପୁଟି ଗଭର୍ଣ୍ଣର ମାଇକେଲ ପାତ୍ରା ମଧ୍ୟ ସାମିଲ୍‌ ଅଛନ୍ତି। ଅବଶ୍ୟ ଆରବିଆଇ ବୁଲେଟିନ୍‌ରେ ଲେଖକଙ୍କ ବିଚାରକୁ ଆରବିଆଇର ମତ ଧରାଯାଇନଥାଏ।

ଆହୁରି ପଢ଼ନ୍ତୁ: RBI ଲଞ୍ଚ କଲା ଉଦ୍‌ଗମ ପୋର୍ଟାଲ୍‌, ସହଜରେ ଜାଣିହେବ ବ୍ୟାଙ୍କ୍‌ରେ ଥିବା ଅନ୍‌କ୍ଲେମ୍‌ ଡିପୋଜିଟ୍‌

ଏହା ପୂର୍ବରୁ ଅଗଷ୍ଟ ୧୦ ତାରିଖରେ ଆରବିଆଇ ଏହାର ଏମପିସି ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ଅନୁମାନ ୫.୧ ପ୍ରତିଶତରୁ ବଢ଼ାଇ ୫.୪ କରିଛି। କିନ୍ତୁ ଅଗଷ୍ଟ ୧୪ରେ ପରିସଂଖ୍ୟାନ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତରେ ପହଞ୍ଚିଛି। ଖାଉଟି ମୁଦ୍ରସ୍ଫୀତି ହାର ୧୧.୫୧ ପ୍ରତିଶତ ରହିଛି। ଏହା ଏଥିପାଇଁ କାରର ଟମାଟୋ ପନିପରିବାର ଦାମ୍‌ ଆକାଶଛୁଆଁ ହୋଇଛି। ଖାଲି ପନିପରିବା ନୁହେଁ ଗହମ, ଚାଉଳ ଏବଂ ଡାଲି ଦାମ୍‌ ମଧ୍ୟରେ ବୃଦ୍ଧି ହୋଇଛି।

ଆରବିଆଇ ବୁଲେଟିନ୍‌ରେ ଚଳିତ ବର୍ଷର ଦ୍ବିତୀୟ ଅର୍ଦ୍ଧବାର୍ଷିକିରେ ଏଲ ନିନୋର ବିପଦ ବିଷୟରେ ସତର୍କ କରାଇଛନ୍ତି। ଯାହାଦ୍ବାରା ରବିଋତୁରେ ଦରବୃଦ୍ଧି ଆଶଙ୍କା ଜାହିର କରାଯାଇଚି। ସେହିଭଳି କଞ୍ଚାତେଲ ଯୋଗାଣରେ ହ୍ରାସ ଦ୍ବାରା ଦାମ୍‌ରେ ବୃଦ୍ଧି ଆଶଙ୍କା ମଧ୍ୟ କରାଯାଇଛି। ପ୍ରକୃତରେ ସାଉଦି ଆରବ କଞ୍ଚାତେଲ ଉତ୍ପାଦନରେ କାଟ୍‌ ଘୋଷଣା କରିଛି। ଯାହା ଫଳରେ ନିକଟରେ କଞ୍ଚା ତେଲରେ ବୃଦ୍ଧି ଦେଖିବାକୁ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.