ଭୁବନେଶ୍ଵର: ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୧୦ ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରତିଶ୍ରୁତି । ଓଡିଶାରେ ପୁଞ୍ଜି ନିବେଶ ପାଇଂ ବଡବଡ ଶିଳ୍ପ ପତିଙ୍କ ଲମ୍ବା ଲାଇନ୍ । ଉତ୍କର୍ଷ ଓଡ଼ିଶା – ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାକୁ ଇଣ୍ଡଷ୍ଟ୍ରିଆଲ ହବ୍ କରିବାକୁ ଶିଳ୍ପପତିଙ୍କ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରୁ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆଶା ରଖିଥିଲେ ମୋହନ ସରକାର । କିନ୍ତୁ ଏହାର ଡବଲ ଅର୍ଥାତ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ଆସିଛି ସମ୍ମିଳନୀରୁ । ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା ।
ଦୁଇ ଦିନରେ ପାଖାପାଖି ୯୦ କମ୍ପାନୀଙ୍କ ସହ MOU ସ୍ବାକ୍ଷର କରିଛନ୍ତି ସରକାର । ଯେଉଁଥିରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଂ ପ୍ରତିଶ୍ରୁତି ମିଳିଛି । ମେଟାଲ ଓ ଷ୍ଟିଲ କ୍ଷେତ୍ରରେ ସବୁଠୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି । ଏହା ତଳକୁ ରହିଛି କେମିକାଲ ଓ ପେଟ୍ରୋ କେମିକାଲ । ସେହିପରି ତିନି ନମ୍ବର ରେ ରହିଛି ସୌର ଶକ୍ତି, ପବନ ଶକ୍ତି ବା ଅକ୍ଷୟ ଶକ୍ତି କ୍ଷେତ୍ର । ନୂଆ ସେକ୍ଟର ଭାବେ ଫାର୍ମା କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବି ଆଗ୍ରହ ଦେଖାଇ ଛନ୍ତି ବିଭିନ୍ନ କମ୍ପାନୀ । ଟେକ୍ସଟାଇଲ ଓ ଆପାରେଲ କ୍ଷେତ୍ରରେ ବି ପୁଞ୍ଜି ନିବେଶ ପାଇଁ ଅନେକ ଆଗ୍ରହୀ ହୋଇଛନ୍ତି । ଯେଉଁ କମ୍ପାନୀ କେବେ ଓଡ଼ିଶା କୁ ଆସିବାକୁ ଇଛା କରୁ ନଥିଲେ ସେମାନେ ଏଥର ଓଡ଼ିଶା ଆସିଛନ୍ତି ପୁଞ୍ଜି ନିବେଶ ପାଇଁ ବୋଲି କହିଛନ୍ତି ଶିଳ୍ପ ସଚିବ ।
Also read: ନବ ଦାସଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦୋହରାଇଲେ ଦୀପାଳି ଦାସ, କହିଲେ- ଦୁଇ ସପ୍ତାହ ମଧ୍ୟରେ କରିବୁ ଦାବି…
ଅକ୍ଷୟ ଶକ୍ତିରେ ବଡ଼ ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏଥିରେ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜି ନିବେଶ ପାଇଁ ବଡ ବଡ଼ କମ୍ପାନୀ ସହିତ ରାଜ୍ୟ ସରକାରଙ୍କ ଏମଓୟୁ ସ୍ବାକ୍ଷରିତ କରିଛନ୍ତି । ମହାନଦୀ କୋଲଡ଼ ଫିଲଡ ଲିମିଟେଡ, ଏନଏଲସି, ଆଇଓସିଏଲ,ଏଚପିସିଏ ର୍ , ଓଏନଜିସି ତ୍ରିପୁରା, ଆରଇସି ଆଦି କମ୍ପାନୀ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି । ୬-୭ ମାସ ମଧ୍ୟରେ ଏହି ସବୁ ପ୍ରକଳ୍ପ ର କାର୍ଯ୍ୟ ଆରମ୍ଭ ହୋଇଯିବ । ରାଜ୍ୟ ସରକାର ଉତ୍କର୍ଷ ଓଡିଶାରୁ ପ୍ରଥମେ ୫ ଲକ୍ଷ କୋଟି ର ପୁଞ୍ଜି ନିବେଶ ଆଶା ରଖିଥିବା ବେଳେ ଏହା ୧୦ଲକ୍ଷ କୋଟି ଛୁଇଁଛି । ଆଉ ସେଥିରୁ କେବଳ ଶକ୍ତି ଯେତେର ପାଇଁ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ଆସିବା ରେକର୍ଡ ସୃଷ୍ଟି କରିଛି ।
Also read: BMC ଓ CMC କମିଶନରଙ୍କୁ ହାଇକୋର୍ଟଙ୍କ ତାଗିଦ, ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ୧୫ ଦିନ ନୋଟିସ୍ ଦେବାକୁ ନିର୍ଦ୍ଦେଶ
କୃଷି ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ରେ ବିଭିନ୍ନ ପୁଞ୍ଜି ନିବେଶ କାରୀ ଙ୍କ ସହ ରାଜ୍ୟ ସରକାର ୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏଥିପାଇଁ ୧୭ଟି ସଂସ୍ଥା ସହ ଏମଓୟୁ କରିଛନ୍ତି ରାଜ୍ୟ ସରକାର । ଏହା ସହ ଡିଜିଟାଲ ମାର୍କେଟିଂ ଓ ଶୀତଳ ଭଣ୍ଡାର ପାଇଂ ନୂଆ ପିଲିସି ଆଣିବାକୁ ବି ନିଷ୍ପତ୍ତି ହୋଇଛି । ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗରେ ନିବେଶ ପାଇଁ ୩୬ ଟି କମ୍ପାନୀର ପ୍ରସ୍ତାବ ଆସିଛି | ଯେଉଁଥିରେ ୭୭୬୨ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ପ୍ରାୟ ୯ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଲକ୍ଷ୍ୟ ରହିଛି । ସେହିଭଳି ପର୍ଯ୍ୟଟନରେ ୮ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଛି । ଆଡ଼ଭେଞ୍ଚର ଟୁରିଜିମ , ରିସର୍ଟ, ହୋଟେଲ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି MOU ହୋଇଛି ।
ଓଡ଼ିଶା ରେ ଅପାର ସମ୍ଭାବନା ରହିଛି । ଦେଶର ଶିଳ୍ପ ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରସ୍ତୁତ ହେଉଛି । ଆଉ ନୂଆ ସରକାରଙ୍କ ପ୍ରଥମ ଉତ୍କର୍ଷ ଓଡିଶା ସମ୍ମିଳନୀରୁ ୧୦ଲ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶୃତି ମୋହନ ସରକାରଙ୍କୁ ବଡ ସ୍ବପ୍ନ ଦେଖିବାକୁ ବଳ ଦେଇଛି।