ଫେବ୍ରୁଆରୀ ୧୯ ତାରିଖରେ ଲଞ୍ଚ ହେବ iPhone SE 4 ! ଆପଲ ସିଇଓଙ୍କ ଟ୍ୱିଟ୍‌ ପରେ ଚର୍ଚ୍ଚା

Published By : Prameya-News7 Bureau | February 14, 2025 IST

internet

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୯ ତାରିଖରେ ଆପଲ ଏକ ନୂଆ ପ୍ରଡକ୍ଟ ଲଞ୍ଚ୍ କରିବାକୁ ଯାଉଛି। ଏନେଇ କମ୍ପାନୀର ସିଇଓ ଟିମ୍ କୁକ୍ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। କୁକ୍‌ଙ୍କର ଏହି ପୋଷ୍ଟ ପରେ iPhone SE 4କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କୁକ୍ ଏକ୍ସ ପୋଷ୍ଟରେ ଆପଲ ଲଞ୍ଚ ହ୍ୟାସ୍‌ଟ୍ୟାଗ୍ ଦେଇ ଲେଖିଛନ୍ତି “ପରିବାରର ନୂଆ ସଦସ୍ୟଙ୍କୁ ଭେଟିବା ପାଇଁ ପ୍ରସ୍ତୁତ ରୁହନ୍ତୁ। ବୁଧବାର ଫେବ୍ରୁଆରୀ ୧୯ ।” ଚଳିତ ବର୍ଷର  ପ୍ରଥମ ପ୍ରଡକ୍ସନ ଲଞ୍ଚ କରିବ କମ୍ପାନୀ। ଏହି ଲଞ୍ଚ ଇଭେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି। ଗତବର୍ଷ iPad Proର ଘୋଷଣା ଠିକ୍ ଏମିତି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିଲା। ଲଞ୍ଚ୍‌ ଡେଟ୍ ପୂର୍ବରୁ iPhone SE 4 ଲଞ୍ଚ ଡେଟ୍ ସହିତ ମେଳ ଖାଉଛି। ବ୍ଲୁମ୍‌ବର୍ଗର ମାର୍କ ଗୁରମନ ମଧ୍ୟ ଏକ୍ସରେ ପୋଷ୍ଟ କରି iPhone SE 4 କଥା କହିଛନ୍ତି। 

iPhone SE 4 ଡିଜାଇନ୍

ଚତୁର୍ଥ ପିଢ଼ିର iPhone SE ସମ୍ପୂର୍ଣ୍ଣ ନୂଆ ଡିଜାଇନ୍ ସହିତ ଲଞ୍ଚ ହେବ। iPhone 8-ଶୈଳୀରେ ଏଥିରେ ହୋମ୍ ବଟନ୍ ହଟାଇ ଏହାକୁ ଆଧୁନିକ ଲୁକ୍ ଦିଆଯାଇପାରେ। ଏଥିରେ iPhone 14ଏକ ଫ୍ଲାଟ-ଫ୍ରେମ୍ ଡିଜାଇନ୍ ଏବଂ ଏକ ଗ୍ଲସି ଗ୍ଲାସ୍ ବ୍ୟାକ୍ ଦେଖିବାକୁ ମିଳିପାରେ। ସାମ୍ନାରେ ୬.୦୬-ଇଞ୍ଚ OLED ଡିସପ୍ଲେ ଦିଆଯିବ। ଏଥିରେ ଥିବା ନଚ୍ ଫେସ୍ ଆଇଡି ସେନ୍ସରକୁ ହୋଷ୍ଟ କରିବ। ଏହି ସ୍କ୍ରିନ୍ 2532×1170 ରିଜୋଲ୍ୟୁସନ୍, 800 ନିଟ୍ ବ୍ରାଇଟ୍‌ନେସ ଏବଂ 60Hz ରିଫ୍ରେସ୍ ରେଟ୍ ସହିତ ଆସିପାରେ। iPhone 16ରେ ଡିସ୍‌ପ୍ଲେରେ ମଧ୍ୟ ଏହି ସମାନ ସୁବିଧା ରହିଛି।

ପରଫର୍ମାନ୍ସ ଓ ଫିଚର

ଏଥିରେ ବଡ଼ ଅପଡେଟ୍ ଦେଖିବାକୁ ମିଳିପାରେ। କାରଣ ଏଥିରେ iPhone 16 ଏବଂ 16 Plus ରେ ବ୍ୟବହୃତ ହୋଇଥିବା A18 ଚିପସେଟ ଦିଆଯାଇପାରେ। ସେହିପରି iPhone 16 ସିରିଜ ପରି ଏହି ଡିଭାଇସଟି ୮ ଜିବି ରାମ ସହିତ ଲଞ୍ଚ ହୋଇପାରେ। ଏହି ଅପଗ୍ରେଡ୍ ଯୋଗୁଁ, ଏହି ମଡେଲରେ ଆପଲ୍ ଇଣ୍ଟେଲିଜେନ୍ସ ମଧ୍ୟ ସପୋର୍ଟ କରିବ। ଏହା ଆପଲର ଏକ ବଜେଟ ସ୍ମାର୍ଟଫୋନ୍ ହେବ ବୋଲି ଆଶା କରାଯାଉଛି। ଏହି ସ୍ମାର୍ଟଫୋନ୍ ଷ୍ଟୋରେଜ୍ ୧୨୮ଜିବିରୁ ଆରମ୍ଭ ହେବ ବୋଲି କୁହାଯାଉଛି। ଏହାର ପୂର୍ବ ମଡେଲର ୬୪ ଜିବି ଷ୍ଟୋରେଜ୍‌ରୁ ଆରମ୍ଭ ହୋଇଥିଲା।

କ୍ୟାମେରା ଓ ବ୍ୟାଟେରୀ

iPhone SE 4 ରେ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ଏବଂ ୧୨ ମେଗାପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ଦିଆଯାଇପାରେ ବୋଲି କୁହାଯାଉଛି। ସେହିପରି ପୂର୍ବ ମଡେଲଗୁଡ଼ିକ ତୁଳନାରେ ଏଥିରେ ବଡ଼ ବ୍ୟାଟେରୀ ପ୍ୟାକ୍ ଦିଆଯିବ। ପୂର୍ବ ମଡେଲରେ ୨,୦୧୮ଏମଏଏଚ୍‌ର ବ୍ୟାଟେରୀ ଦିଆ ଯାଉଥିବା ବେଳେ ନୂଆ ମଡେଲରେ ୩,୨୭୯ ଏମ୍‌ଏଏଚ୍‌ର ବ୍ୟାଟେରୀ ଦିଆଯାଇପାରେ। ଏହା ବ୍ୟତୀତ, ଯଦି ଆମେ ଅନ୍ୟ ଅପଗ୍ରେଡ୍  ଦେଖିବା ତେବେ ଏଥିରେ ୱାଇ-ଫାଇ ୬, ବ୍ଲୁଟୁଥ୍ ୫.୩,ଆଇପି ୬୮ ରେଟିଂ (ଧୂଳି ଏବଂ ପାଣି ପ୍ରତିରୋଧ ପାଇଁ) ଏବଂ USB-C ପୋର୍ଟ ରହିପାରେ। 

iPhone SE 4: ସମ୍ଭାବ୍ୟ ସ୍ପେସିଫିକେସନ

ଡିସପ୍ଲେ: ୬.୦୬-ଇଞ୍ଚ ଓଲେଡ, ୨୫୩୨×୧୧୭୦ ରିଜୋଲ୍ୟୁସନ୍, ୮୦୦ ନିଟ୍ସ ବ୍ରାଇଟନେସ, ୬୦ ହର୍ଟ୍‌ଜ ରିଫ୍ରେସ୍ ରେଟ, ସେରାମିକ୍ ସିଲ୍ଡ ପ୍ରୋଟେକ୍ସନ। 
ପ୍ରୋସେସର: ଏ୧୮ ବାୟୋନିକ ଚିପ୍‌ସେଟ୍
ରାମ୍: ୮ଜିବି
ଷ୍ଟୋରେଜ୍: ୧୨୮ଜିବି
ରିୟର କ୍ୟାମେରା: ୪୮ ମେଗାପିକ୍ସେଲ
ଫ୍ରଣ୍ଟ କ୍ୟାମେରା: ୧୨ ମେଗାପିକ୍ସେଲ
ବ୍ୟାଟେରୀ: ୩,୨୭୯ ଏମଏଚ୍‌
ଚାର୍ଜିଂ: ୟୁଏସବି-ସି (ୱାୟର୍ଡ), କ୍ୟୁଆଇ୨ (MagSafe) ୱାୟରଲେସ୍
ୱାୟରଲେସ୍ କନେକ୍ଟିଭିଟି: ୫ଜି, ୱାଇ-ଫାଇ ୬, ବ୍ଲୁଟୁଥ୍ ୫.୩

iPhone SE 4 ଦାମ ୫୨ ରୁ ୬୦ ହଜାର ଭିତରେ ରହିପାରେ ବୋଲି କୁହାଯାଉଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.