ଅନ୍ତବସ୍ତ୍ର ପିନ୍ଧି ହିଜାବ ବିରୋଧରେ ପ୍ରଦର୍ଶନ କରିଥିବା ଯୁବୀତଙ୍କୁ ମୁକ୍ତ କଲା ଇରାନ, ଚାଲିବନି କୌଣସି ମାମଲା

Published By : Prameya-News7 Bureau | November 20, 2024 IST

ନୂଆଦିଲ୍ଲୀ: ତେହରାନ ବିଶ୍ୱବିଦ୍ୟାଳରେ ଅନ୍ତବସ୍ତ୍ର ପିନ୍ଧି ହିଜାବ ବିରୋଧରେ ପ୍ରଦର୍ଶନ କରିଥିବା ଯୁବତୀଙ୍କୁ ମଙ୍ଗଳବାର ମୁକ୍ତ କରାଯାଇଛି । ଇରାନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାସହ ଯୁବତୀଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ନାହିଁ ଘୋଷଣା କରାଯାଇଛି ।

ବିବିସି ପେରସିଆନ ଅନୁସାରେ ଯୁବତୀଙ୍କ ନାଁରେ ଅହୋ ଡାର୍ୟାଇ । ଚଳିତ ମାସ ଆରମ୍ଭରେ ଯୁବତୀ ଜଣଙ୍କ ନିଜର ପିନ୍ଧା ପୋଷାକ ଖୋଲି କେବଳ ଅନ୍ତବସ୍ତ୍ରରେ ବିଶ୍ୱବିଦ୍ୟାଳୟ ପରିସରରେ ବୁଲି ହିଜାବକୁ ବିରୋଧ କରିଥିଲେ । ସେହି ସମୟର ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ଛାତ୍ର ଆନ୍ଦୋଳନ ସହ ଜଡ଼ିତ ଏକ ସଂଗଠନର କହିବା ଅନୁସାରେ ହିଜାବ ପିନ୍ଧିବା ପାଇଁ ସୁରକ୍ଷାକର୍ମୀଙ୍କ ଦ୍ୱାରା ବାରମ୍ୱାର ଚାପ ପକାଯିବା ପରେ ଡାର୍ୟାଇ ନିଜ ପୋଷାକ ଖୋଲି ଦେଇଥିଲେ । ଇରାନ ଅଧିକାରୀମାନେ ଯୁବତୀଙ୍କୁ ଜୋର କରି ସେଠାରୁ କାରରେ ନେଇଯାଇଥିଲେ । ପରେ ଯୁବତୀ ଜଣକ ମାନସିକ ଅସୁସ୍ଥ ଏବଂ ତାଙ୍କୁ ସାଇକାଟ୍ରିକ୍ ୱାର୍ଡରେ ଭର୍ତ୍ତି କରାଯାଇଥିବା ଅଧିକାରୀମାନେ ଜଣାଇଥିଲେ ।

ନ୍ୟାୟିକ ମୁଖପାତ୍ର ଅସଗର ଜାହାନଗିର୍ ଯୁବତୀଙ୍କ ମୁକ୍ତି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, 'ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଯୁବତୀ ଅସୁସ୍ଥ ଥିବା ଜଣାପଡ଼ିଛି, ତେଣୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଯୁବତୀଙ୍କ ନାଁରେ କୌଣସି ପ୍ରକାର ମାମଲା ରୁଜୁ କରାଯାଇ ନାହିଁ ।'

ଅନ୍ୟପଟେ ଆନ୍ଦୋଳନକାରୀଙ୍କୁ ମାନସିକ ରୋଗୀ ଦର୍ଶାଇ ଦାବିକୁ ଅବୈଧ କରିବା ପାଇଁ ଏହି ଇରାନ ସରକାରଙ୍କ ଏକ ସୁଚିନ୍ତିତ ରଣନୀତି ବୋଲି କୁହାଯାଉଛି । ଡାର୍ୟାଇଙ୍କ ଏହି ମାମଲାରେ ଇରାନୀ ଶାସନର ସଦ୍ୟ ଉଦାହରଣ ବୋଲି କୁହଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.