ପଡୋଶୀ ରାଷ୍ଟ୍ରକୁ ଇରାନର କଡ଼ା ଚେତାବନୀ: ‘ଇସ୍ରାଏଲକୁ କୌଣସି ପ୍ରକାର ସାହାଯ୍ୟ କରନି’

Published By : Prameya-News7 Bureau | October 13, 2024 IST

News7

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଇରାନର ପ୍ରବେଶ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଚରମସୀମାରେ। ହେଜବୁଲ୍ଲା ମୁଖ୍ୟ ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲ ବିରୋଧରେ କରିଛି ଯୁଦ୍ଧ ଘୋଷଣା। ନିକଟରେ ଇସ୍ରାଏଲ ଉପରେ ପ୍ରାୟ ୧୮୦ ମିସାଇଲ ନିକ୍ଷେପ କରିଛି ଇରାନ, ପରେ ଆମେରିକା ମଧ୍ୟ ଖୋଲାଖୋଲି ଭାବେ ଇସ୍ରାଏଲର ସମର୍ଥନରେ ଛିଡ଼ା ହୋଇଛି। ବିବାଦ ମଧ୍ୟରେ ଆମେରିକା ଇସ୍ରାଏଲ ସହିତ ଠିଆ ହୋଇଛି। ଏହାକୁ ଦେଖି ତୈଳ ସମୃଦ୍ଧ ଆମେରିକୀୟ ସହଯୋଗୀଙ୍କୁ କଡ଼ା ଚେତାବନୀ ଦେଇଛି ଇରାନ। ଇସ୍ରାଏଲକୁ କୌଣସି ପ୍ରକାର ସାହାଯ୍ୟ ନକରିବାକୁ ଧମକ ଦେଇଛି ଇରାନ।

ଇରାନ ଉପରେ କୌଣସି ସମ୍ଭାବ୍ୟ ଆକ୍ରମଣରେ ଇସ୍ରାଏଲକୁ ସାହାଯ୍ୟ ନକରିବା ପାଇଁ ଇରାନ ଏହାର ଆରବ ପଡୋଶୀ ତଥା ଆମେରିକାର ସହଯୋଗୀମାନଙ୍କୁ କଡ଼ା ଚେତାବନୀ ଦେଇଛି। WSJ ରିପୋର୍ଟରେ ଦର୍ଶାଯାଇଛି ଯେ ସାଉଦି ଆରବ, ୟୁଏଇ, ଜୋର୍ଡାନ ଏବଂ କତାର ଭଳି ତୈଳ ସମୃଦ୍ଧ ରାଷ୍ଟ୍ରକୁ ଟାର୍ଗେଟ କରି କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଚେତାବନୀ ଦିଆଯାଇଛି।

ଏହି ମାସ ଆରମ୍ଭରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ ଠାରୁ ତେହେରାନର ପ୍ରତିଶୋଧ ନେଇଛି ଇରାନ। ପ୍ରତିଜ୍ଞା କରିଥିଲା। ଆଣବିକ କିମ୍ବା ତୈଳ ଭିତ୍ତିଭୂମି ଉପରେ ଟାର୍ଗେଟ୍‌ କରି ଇରାନ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି ଇସ୍ରାଏଲ। ତେବେ ଆମେରିକା ଏଭଳି ଆକ୍ରମଣକୁ ସମର୍ଥନ କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛି। ଏଥି ସହିତ, ଇରାନ ବିପକ୍ଷରେ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି, ଯାହା ଇସ୍ରାଏଲର ନାଗରିକ, ଭିତ୍ତିଭୂମି ତଥା ଇସ୍ରାଏଲ କିମ୍ବା ଆମେରିକାର ସହଯୋଗୀ ଆରବ ରାଷ୍ଟ୍ର ପ୍ରତି ବିପଦ ସୃଷ୍ଟି କରୁଛି। ସୂଚନାଯୋଗ୍ୟ ଇରାନ ଉପରେ ଆକ୍ରମଣ କରିବା ପାଇଁ ଆରବ ଏବଂ ଗଲ୍ଫ ଦେଶଗୁଡିକ ଆମେରିକାକୁ ନିଜର ବାୟୁ ସ୍ଥାନ ବ୍ୟବହାର କରିବାକୁ ଅନୁମତି ଦେଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.