ନୂଆଦିଲ୍ଲୀ: ମହାକାଶରେ ଲମ୍ବା ଲମ୍ଫ ମାରିବ ଇସ୍ରୋ । ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଏନେଇ ପ୍ରସ୍ତୁତ ହେଉଛି । ଇସ୍ରୋ ଆସନ୍ତା ଜାନୁଆରୀ ୨୯ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରି କୋଟା ସତିଶ ଧବନ ଲଞ୍ଚ ପ୍ୟାଡରୁ ଶହେ ଜିଏସଏଲବି-ଏଫ-୧୫ ମିଶନ ଉତ୍କ୍ଷେପଣ କରିବ । ସ୍ବଦେଶୀ ଜ୍ଞାନ କୌଶଳିରେ ତିଆରେ ଏହି ରକେଟ୍ ଏନବିଏ-୦୨ ଉପଗ୍ରହକୁ ଜିଓସିଂକ୍ରୋନ୍ସ ଟ୍ରାନ୍ପଫର ଅର୍ବିଟକୁ ପଠାଇବ । ଏନେଇ ଇସ୍ରୋ ନିଜ ସୋସିଆଲ୍ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛି ।ଏହି ପୋଷ୍ଟରେ କୁହାଯାଇଛି ଯେ, ତାରିଖ ମନେରଖନ୍ତୁ ଜିଏସଏଲବି-ଏଫ ୧୫/ ଏନବିଏ-୦୨ ମିଶନ ଜାନୁଆରୀ ୨୯ ତାରିଖରେ ଲଞ୍ଚ ହେବ ।
ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ୧୯୭୯ ଅଗଷ୍ଟ ୧୦ ତାରିଖରେ ପ୍ରଥମ ରକେଟ୍ ଉଡ଼ାଣ ଭରିଥିଲା । ୪୬ ବର୍ଷ ପରେ ଇସ୍ରୋ ସାଟେଲାଇଟ୍ ଉଦକ୍ଷେପଣ କରିବାରେ ଶତକ ପୂରଣ କରିବାକୁ ଯାଉଛି । ଜିଏସଏଲବି-ଏଫ-୧୫, ଜିଏସଏଲବି ରକେଟର ଏହା ୧୭ତମ ଲଞ୍ଚ ହେବ । ଏନବିଏ-୦୨ ଉପଗ୍ରହ ଭାରତୀୟ ନାଭିଗେସନ ପ୍ରଣାଳୀର ଏହା ଅଂଶ । ଏହା ଦ୍ବିତୀୟ ପିଢ଼ିର ଉପଗ୍ରହ, ଯିଏ ନାଭିଗେସନ ମ୍ୟାପ୍ ପାଇଁ କାର୍ଯ୍ୟ କରିବ । ଭାରତରେ ପ୍ରାୟ ୧୫ଶହ କି.ମି. ପର୍ଯ୍ୟନ୍ତ ଏହା ସଠିକ୍ ସ୍ଥିତି, ବେଗ ଏବଂ ସମୟ ସେବା ଦେବା ପାଇଁ ଏହାକୁ ଡିଜଇନ୍ କରାଯାଇଛି ।