ମହାକୁମ୍ଭରେ ବୁଡ଼ ପକାଇଲେ ଅଲିମ୍ପିକ୍ ବିଜେତା, ଅକାତ ପାଣିରେ ଦେଖାଇଲେ ଦମ୍

Published By : Prameya-News7 Bureau | January 27, 2025 IST

ନୂଆଦିଲ୍ଲୀ ୨୭/୦୧: ଚାଲିଛି ମହାକୁମ୍ଭ ମେଳା । ନିୟମିତ ପ୍ରୟାଗରାଜରେ ବୁଡ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ନେତାଠୁ ମନ୍ତ୍ରୀ ସହ ସେଲିବ୍ରିଟି ବି ବାଦ୍ ପଡିନାହାଁନ୍ତି । ପବିତ୍ର ବୁଡ଼ ପକାଇବା ପାଇଁ ଅନେକ ପ୍ରସିଦ୍ଧ ବ୍ୟକ୍ତି ମହାକୁମ୍ଭ ମେଳାରେ ପହଞ୍ଚିଛନ୍ତି । ଜାନୁଆରୀ ୨୫ ଏବଂ ୨୬ ତାରିଖରେ ପବିତ୍ର ପ୍ରୟାଗରାଜ ସହର ଗଙ୍ଗା ନଦୀରେ ଅନେକ ଭିଆଇପି ବୁଡ଼ ପକାଇଥିଲେ । 

ଯେଉଁଥିରେ ଥିଲେ କିମ୍ବଦନ୍ତୀ ବକ୍ସର ମେରୀ କମ୍ । ହେଲେ ଗଙ୍ଗା ସ୍ନାନ ସମୟରେ ମେରୀ କମଙ୍କ ଏକ ଭିନ୍ନ ଶୈଳୀ ଦେଖିବାକୁ ମିଳିଥିଲା। ସେ ବୁଡ ପକାଇନଥିଲେ  ନଥିଲେ, ତାଙ୍କୁ ଲହଡ଼ି ମଧ୍ୟରେ ବକ୍ସିଂ ପଞ୍ଚ ଫୋପାଡ଼ିବାର ମଧ୍ୟ ଦେଖାଯାଇଥିଲା । ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


ମେରୀ କମଙ୍କୁପାଣିରେ ମଜା ନେଉଥିବାର ଦେଖାଯାଇଥିଲା । ଏହି ମହାନ ମୁଷ୍ଟିଯୋଦ୍ଧା, ବିଶ୍ୱ ବିଜେତା ଏବଂ ଅଲିମ୍ପିକ୍ ପଦକ ବିଜେତା, ଗଙ୍ଗା ନଦୀର ତରଙ୍ଗ ମଧ୍ୟରେ ମଧ୍ୟ ଦୌଡ଼ିଥିଲେ। ସେହି ସମୟରେ, ସେ ବକ୍ସିଂ ପଞ୍ଚ ଫିଙ୍ଗି ପାଖରେ ଉପସ୍ଥିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବିଶେଷ ଅବସରରେ ମେରୀ କମ୍ କହିଥିଲେ ଯେ ମୁଁ ପ୍ରୟାଗରାଜ ଆସିବାର କାରଣ ହିନ୍ଦୁ ସଂସ୍କୃତି ଏବଂ ପରମ୍ପରାକୁ ସମ୍ମାନ କରନ୍ତି । ଏହାକୁ ନିଜେ ମଧ୍ୟ ଅନୁଭବ କରିବାକୁ ଚାହାଁନ୍ତି ।


ମେରୀ କମ୍ ଗଣମାଧ୍ୟମକୁ କହିଛନ୍ତି, 'ମୁଁ ଏହି କୁମ୍ଭମେଳାର ଏକ ଅଂଶ ହୋଇପାରିଥିବାରୁ ବହୁତ ଖୁସି। ବ୍ୟବସ୍ଥା ଏତେ ଭଲ ଯେ ମୋ ପାଖରେ ଶବ୍ଦ ନାହିଁ। କହି ରଖୁଛୁ ଯେ ମେରୀ କମ୍ ଇତିହାସର ପ୍ରଥମ ମହିଳା ବକ୍ସର ଯିଏ ଛଅ ଥର ବିଶ୍ୱ ଚାମ୍ପିଅନ ଟାଇଟଲ ଜିତିଛନ୍ତି। ଏହି ପାଞ୍ଚଥର ଏସୀୟ ଚାମ୍ପିଅନ କିମ୍ବଦନ୍ତୀ ବକ୍ସର ୨୦୧୪ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ବକ୍ସର ଥିଲେ। 

ଏହି ଅଭିଜ୍ଞ ବକ୍ସର ୨୦୧୨ ଲଣ୍ଡନ ଅଲିମ୍ପିକ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେ ୧୮ ବର୍ଷ ବୟସରେ ପେନସିଲଭାନିଆର ସ୍କାଣ୍ଟନରେ ପ୍ରଥମ ବିଶ୍ୱ ପ୍ରତିଯୋଗିତାରେ ନିଜକୁ ସାରା ବିଶ୍ୱରେ ପରିଚିତ କରାଇଥିଲେ।

also read...

ଇଣ୍ଟରନେଟ୍ ଜଗତରେ ଝଡ଼ ଆଣିବାକୁ ପ୍ରସ୍ତୁତ ମସ୍କ, ନୂଆ ସାଟେଲାଇଟ୍ ଯୋଜନା Direct to cell

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.