ଚନ୍ଦ୍ରପୃଷ୍ଠରେ ଏପରି କଣ ଖୋଜିଲା ଚନ୍ଦ୍ରଯାନ-୩, ଯାହା ସମସ୍ତଙ୍କୁ କରୁଛି ଆଶ୍ଚର୍ଯ୍ୟ ! ୧୦ ମାସ ପରେ ଖୁସିଖବର

Published By : Prameya-News7 Bureau | July 04, 2024 IST

ନୂଆଦିଲ୍ଲୀ: ଭାରତର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୩ ଇତିହାସ ରଚିବାର ୧୦ ମାସରୁ ଅଧିକ ହୋଇଛି । ଗତ ବର୍ଷ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳାତାର ସହ ଲ୍ୟାଣ୍ଡିଂ କରିଥିଲା । ଏହାସହ ଭାରତ ଦୁନିଆର ତୃତୀୟ ଦେଶ ହୋଇଥିଲା, ଯିଏ ଦକ୍ଷିଣ ମେରୁରେ ଓହ୍ଲାଇଥିଲା । ଏହାପରେ ସମୟର ବ୍ୟବଧାନ ସହ ଚନ୍ଦ୍ର ସହ ଜଡିତ ଅନେକ ତଥ୍ୟ ସାମନାକୁ ଆସିଛି । ଲ୍ୟାଣ୍ଡିଂର ୧୦ ମାସ ପରେ ପୁଣି ଥରେ ଏକ ଖୁସିଖବର ସାମନାକୁ ଆସିଛି । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ବିକ୍ରମ୍ ଲ୍ୟାଣ୍ଡରରୁ ବାହାରିଥିବା ପ୍ରଜ୍ଞାନ ରୋଭର ପ୍ରାୟ ୧୦୩ ମିଟର ଯାଏ ଚାଲିଥିଲା ଏବଂ ଏହି ଅବଧିରେ ଚନ୍ଦ୍ରପୃଷ୍ଠକୁ ନେଇ ଅନେକ ତଥ୍ୟ ହାସଲ କରିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏକ ନୂଆ ରିପୋର୍ଟ ଅନୁସାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ଶିବଶକ୍ତି ପଏଣ୍ଟରୁ ଯେତେବେଳେ ପ୍ରଜ୍ଞାନ ରୋଭର ଚାଲିଥିଲା ସେତେବେଳେ ଛୋଟିଆ ଗାତ, ଖାଲ ଏବଂ ଚନ୍ଦ୍ରପୃଷ୍ଠ ଆଖପାଖରେ ଛୋଟ ଚଟାଣର ଖଣ୍ଡ ଦେଖିଛି ।

୨୭ କେଜିର ପ୍ରଜ୍ଞାନ ଦେହରେ ଚନ୍ଦ୍ର ମାଟିର ଆନାଲିସିସ୍ କରିବା ପାଇଁ କ୍ୟାମେରା ଏବଂ ଅନ୍ୟ ଉପକରଣ ଖଞ୍ଜା ଯାଇଥିଲା । ଚନ୍ଦ୍ରର ମାଟିକୁ ନେଇ ସାମନାକୁ ଆସିଥିବା ନିଷ୍କର୍ସ ଚନ୍ଦ୍ର ବିଷୟରେ ଜାଣିବା ପାଇଁ ସାରା ଦୁନିଆର ବୈଜ୍ଞାନିକଙ୍କ ପାଇଁ ବେଶ ଉପଯୋଗୀ ହୋଇପାରେ । ନିଷ୍କର୍ସ ଅନୁସାରେ, ପ୍ରଜ୍ଞାନ ଲ୍ୟାଣ୍ଡିଂ ସାଇଟରୁ ୩୯ ମିଟର ପଶ୍ଚିମକୁ ଯିବାବେଳେ ପଥରର ଆକାର ଏବଂ ସଂଖ୍ୟା ବଢି ଚାଲିଥିଲା । କୁହାଯାଇଛି ଯେ ପଥର ଖଣ୍ଡର ସମ୍ଭାବିତ ଉତ୍ସ ପ୍ରାୟ ୧୦ ମିଟିର ବ୍ୟାସର ଗାତ ହୋଇପାରେ । ପ୍ରଜ୍ଞାନ ରୋଭର ଚନ୍ଦ୍ରରେ ଯେଉଁ ପଥର ଖୋଜିଛି, ତାହାର ଲମ୍ୱ ଏକ ସେଣ୍ଟିମିଟରରୁ ୧୧.୫ ସେଣ୍ଟିମିଟର ଯାଏ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.