ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌, ସାମିଲ ଅଛନ୍ତି ୪୦ ଅଧିକାରୀ

Published By : Prameya-News7 Bureau | December 06, 2023 IST

ବଲାଙ୍ଗିର ୦୬।୧୨ : ମଦ ବ୍ୟବସାୟୀଙ୍କ ବାସଭବନ ଓ ମଦଭାଟିରେ ଆଇଟି ରେଡ୍। ଟିଟିଲାଗଡ଼ ସହରର ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ରଘୁନାଥପଡା ସ୍ଥିତ ବାସଭବନ "କୈଳାଶ ନିବାସ"ରେ ଆୟକର ବିଭାଗର ଚଢାଉ ଚାଲିଛି।

wp:embed {"url":"https://www.prameyanews7.com/it-raid-at-boudh-distillery-private-limited/","type":"wp-embed","providerNameSlug":"prameya-news-7"}
https://www.prameyanews7.com/it-raid-at-boudh-distillery-private-limited/
/wp:embed

ଖବର ଅନୁଯାୟୀ,  ଆୟକର ବିଭାଗରେ ପ୍ରାୟ ୪୦ ଜଣ ଅଧିକାରୀ ୨୦ଟି କାରରେ ଆସି ସଞ୍ଜୟଙ୍କ ବାସଭବନରେ ଚଢାଉ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସଞ୍ଜୟଙ୍କ ବାସଭବନରେ ଚାଲିଛି ଚଢାଉ । ତାଙ୍କ ଘର ବାହାରେ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି। କୌଣସି ବାହାର ବ୍ୟକ୍ତିଙ୍କୁ ତାଙ୍କ ବାସଭବନ ଭିତରକୁ ଛଡାଯାଉ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଘରୁ କଣ ମିଳିଛି ତାହା କୌଣସି ଅଧିକାରୀ ସ୍ପଷ୍ଟ କରିନାହାଁନ୍ତି। ସଞ୍ଜୟଙ୍କ ଘର ପାଖରେ ଥିବା ଦେଶୀ ମଦଭାଟିରେ ମଧ୍ୟ ଚଢାଉ କରିଛି ଆୟକର ବିଭାଗ । ପ୍ରାୟ ୧୦ଜଣ ଅଧିକାରୀଙ୍କ ସମେତ ୧୦ ଜଣ ସିଆଇଏସଏଫ ଯବାନ ନିୟୋଜିତ ଅଛନ୍ତି। ତେବେ ଏହି ମଦଭାଟି ରିତେଶ ସାହୁଙ୍କ ନାମରେ ଥିବା ଜଣାପଡିଛି। ଏହି ଚଢାଉ ବିଷୟରେ ସ୍ଥାନୀୟ ପ୍ରଶାସନ ପାଖରେ ମଧ୍ୟ ଖବର ନଥିବା ଜଣାପଡିଛି।

wp:embed {"url":"https://www.prameyanews7.com/sourav-ganguly-reaction-on-rohit-sharma-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-reaction-on-rohit-sharma-captaincy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.