ବାହାନଗା ଦୁର୍ଘଟଣାକୁ ବିତିଗଲାଣି ଦୁଇମାସ, ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ

Published By : Prameya-News7 Bureau | August 16, 2023 IST

ଭୁବନେଶ୍ୱର ୧୭/୦୮: ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି । ଏବେବି AIIMSରେ ୨୯ ଟି ମୃତଦେହ ରହିଛି । ଏହି ସୂଚନା ଦେଇଛନ୍ତି ଏମ୍ସ କାର୍ଯ୍ୟକାରୀ ନିର୍ଦ୍ଦେଶକ । ଏବେ ସୁଦ୍ଧା ଏହି ମୃତଦେହ ଗୁଡ଼ିକର ଚିହ୍ନଟ ହୋଇପାରିନାହିଁ । ଗତ ୧୫ ଦିନ ହେବ କେହି ବି ମୃତଦେହ ନେବା ପାଇଁ ଆସିନାହାଁନ୍ତି ।

ଏହା ପୂର୍ବରୁ ଯିଏ ଆସିଛନ୍ତି ତାଙ୍କର ରକ୍ତ ନମୁନା ସଂଗ୍ରହ କରି ରଖାଯାଇଛି । ତେବେ ମୃତଦେହ ଗୁଡିକୁ ଏଠି ସମ୍ପର୍କୀୟ ଆସିବା ଯାଏଁ ଅପେକ୍ଷା କରାଯିବ ନା କୌଣସି ଶିକ୍ଷା ଉଦ୍ଦେଶ୍ୟରେ ଏହାକୁ ରଖାଯିବ କିମ୍ବା ଗଣ ଶବ ଦାହ କରାଯିବ ସେ ନେଇ ନିଷ୍ପତି ପ୍ରଶାସନ ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ।

ସେପଟେ ଉଭୟ ରେଳ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ପାଲଟିଛି । ସେହି ମୃତଦେହଗୁଡିକୁ ଏବେ ବି ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନର୍‌ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି । ବାରମ୍ବାର ସମ୍ପର୍କିୟମାନଙ୍କୁ ଏମ୍ସ ଆସି ଡିଏନଏ ସାମ୍ପଲ ଦେବାକୁ ଅନୁରୋଧ କରିବା ପରେ ବି ସମସ୍ୟା ଟଳିନି । ପୂର୍ବରୁ ମଧ୍ୟ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ବିଶ୍ୱଜିତ୍‌ ସାହୁ ପୁଣି ଥରେ ଅନୁରୋଧ କରିଛନ୍ତି ଯଦି କାହାରି ପରିବାରରୁ କେହି ନିଖୋଜ ଅଛନ୍ତି, ତେବେ ସେମାନେ ଏମ୍ସରେ ଆସି ଡିଏନଏ ପରୀକ୍ଷା ପାଇଁ ଦେଇପାରିବେ ।

you can also read...

wp:embed {"url":"https://www.prameyanews7.com/aiims-executive-director-reaction-on-bahanaga-tragedy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aiims-executive-director-reaction-on-bahanaga-tragedy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.