ଜଗତସିଂହପୁରର ନୂଆ ଜିଲ୍ଲାପାଳ ଦାୟିତ୍ବ ନେଲେ ଅନୁପମ ସାହା

Published By : Prameya-News7 Bureau | April 06, 2024 IST

ଜଗତସିଂହପୁର ୬/୪: ଜଗତସିଂହପୁର ଜିଲ୍ଲାର ନୂଆ  ଜିଲ୍ଲାପାଳ ହେଲେ ଅନୁପମ ସାହା । ଆଜି ଦାୟିତ୍ବ ଗ୍ରହଣ କରିବା ସହ ଆଗାମୀ ନିର୍ବାଚନରେ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ । 

ଅତିରିକ୍ତ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ସହ ଉପସ୍ଥିତିରେ ପୁଷ୍ପଗୁ୍ଛ ଦେଇ ଜିଲ୍ଲାପାଳଙ୍କୁ ସ୍ବାଗତ କରାଯାଇଥିଲା । ୨୦୧୨ ବ୍ୟାଚର ଆଇଏସ ଅନୁପମ ସାହା ପୂର୍ବରୁ ଓସେପା ନିର୍ଦ୍ଦେଶକ ତଥା ଶ୍ରମ ଆଯୁକ୍ତ ଏବଂ ମୋ ସ୍କୁଲର ସଦସ୍ୟ ସଚିବ ଭାବରେ ଅତିରିକ୍ତ ଦାୟିତ୍ବରେ ଥିଲେ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.