କେମିତି ହେଲା ଶ୍ରମିକଙ୍କ ମୃତ୍ୟୁ ? ପୋଲିସର ଛାନଭିନ

Published By : Prameya-News7 Bureau | April 23, 2024 IST

 ପାରାଦୀପ ୨୩/୪: ବନ୍ଦର SQ ବର୍ଥ ରେ ଅଘଟଣ । ବାର୍ଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବଡମ୍ବା ନରସିଂହପୁର ଅଞ୍ଚଳର ବିଭୂତି ବାରିକ ।ସୂଚନା ଅନୁସାରେ SQ ବର୍ଥରେ Ulusoy ନାମକ ଏକ ଆଇରନ ବୋଝେଇ ଜାହାଜ ଲାଗିଥିଲା।ସେଠାରେ ବାର୍ଜ ସଫା କରିବାକୁ ବିଭୁତି ଭିତରକୁ ଯାଇଥିଲେ । ସେଠାରେ ସିଡିରେ ଗୋଡଖସିଯିବାରୁ ବିଭୂତିଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ଖବର ପାଇ ସିଆଇଏସ୍‌ଏଫ୍‌ର ଅଗ୍ନିଶମ ବିଭାଗ, ପୋର୍ଟ ଆମ୍ବୁଲାନସ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଘଟଣାକୁ ଗୁରୁତ୍ବର ସହ ନେଇ ଛାନଭିନ ଆରମ୍ଭ କରିଛି ମେରାଇନ ଥାନା ପୋଲିସ । ତେବେ ବିଭୁତିଙ୍କର ମୃତ୍ୟୁ କେମିତି ହେଲା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ନେଇ ସୂଚନା ଦେଇଛି ପୋଲିସ ।

You Can Read: ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ୍, ନିର୍ବାଚନ ଲଢିବେ କି ନାହିଁ ଏବେ ବି ଅସ୍ପଷ୍ଟ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.