ସ୍କୁଲକୁ ଯାଇ ପିଲାଦିନ କଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ, ସହପାଠୀଙ୍କୁ ଭେଟିଲେ ଓ ଫଟୋ ଉଠାଇଲେ

Published By : Prameya-News7 Bureau | June 24, 2024 IST

କେନ୍ଦୁଝର ୨୪/୦୬: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଜନ୍ମମାଟି ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ନିଜ ସ୍କୁଲକୁ ଯାଇ ପିଲାଦିନର କଥା ମନେ ପକାଇଛନ୍ତି । ରାଇକଳା ଗସ୍ତ ସମୟରେ ନିଜ ପଢୁଥିବା ସ୍କୁଲକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । 

ରାଇକଳାରୁ ଝୁମ୍ପୁରା ରୋଡ ଶୋ କରିବା ସମୟରେ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସ୍କୁଲ ପରିଦର୍ଶନ କରିବା ସହ ସହପାଠୀଙ୍କୁ ଭେଟିଥିଲେ । ସେମାନଙ୍କ ସହ କଥା ହେବା ସହ ଫଟୋ ମଧ୍ୟ ଉଠାଇଥିଲେ । ୧୯୮୭ ବ୍ୟାଚରୁ ଏହି ସ୍କୁଲରୁ ମାଟ୍ରିକ ପାସ୍ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । 

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କ ସହପାଠୀ କହିଛନ୍ତି ଯେ, ଆମେ କେବେ ଭାବିନଥିଲୁ ଯେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଆମକୁ ଏତେ ଗୁରତ୍ବ ଦେବେ, ଆମ ସହ ମିଶିବେ । ହେଲେ ସେ କାଲି ଯେମିତି ଥିଲେ ଆଜି ବି ସେମିତି  ଅଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.