କୋଟିପତିଙ୍କ ଦେଶଛାଡିବା ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଲେ ଜୟରାମ ରମେଶ, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | June 21, 2024 IST

ନୂଆଦିଲ୍ଲୀ ୨୧।୬: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ମାଇଗ୍ରେସନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ସରକାରଙ୍କ କରନୀତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସଂସଦରେ ସରକାର ଦେଇଥିବା ନିଜ ତଥ୍ୟରେ ୨୦୨୨ରେ ୨ଲକ୍ଷ ୨୬ ହଜାର ଭାରତୀୟ ନିଜ ଦେଶର ନାଗରିକତା ଛାଡିଥିଲେ। ଏହା ୨୦୧୧ର ତଥ୍ୟ ଠାରୁ ପ୍ରାୟ ୨ ଗୁଣା ଅଧିକ। 

ରମେଶ କହିଛନ୍ତି ଯେ ୨୦୧୧ରେ ୧ଲକ୍ଷ ୨୩ ହଜାର ଭାରତୀୟ ସେମାନଙ୍କ ନାଗରିକତା ତ୍ୟାଗ କରିଥିଲେ। ରମେଶ ଅଭିଯୋଗ କରିଛନ୍ତି ଯେ ଏକ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ମାଇଗ୍ରେସନ ଆଡଭାଇଜରୀ ଫାର୍ମଙ୍କ ଅନୁସାରେ ଗତ ୩ ବର୍ଷରେ ୧,୭୦୦୦ରୁ ଅଧିକ କୋଟିପତି ଭାରତ ଛାଡି ଦେଇଛନ୍ତି। ଏହି ଲୋକଙ୍କ ମୋଟ ସମ୍ପତ୍ତି ୧ ମିଲିୟନ ଡଲାରରୁ ବି ଅଧିକ। ଏହା କେବଳ ସରକାରଙ୍କ ଶୁଳ୍କ ନୀତି ଯୋଗୁ ହେଉଛି। ମନଇଛା କର ଆଦାୟ କରାଯାଉଥିବାରୁ ଭାରତୀୟ କର୍ପୋରେଟ୍ ଗତ ୧୦ ବର୍ଷ ହେଲା ଡର ଓ ଧମକର ସମ୍ମୁଖୀନ ହେଉଛନ୍ତି। 


କଂଗ୍ରେସ ନେତା କହିଛନ୍ତି ଯେ ଭାରତର ବଡବଡ଼ ବିଜନେସ୍ ପର୍ସନାଲିଟି ଦେଶଛାଡି ସିଙ୍ଗାପୁର, ୟୁଏଇ, ବ୍ରିଟେନ ଓ ଅନ୍ୟ ଦେଶକୁ ଯାଇ ବସବାସ କରୁଛନ୍ତି। ଏଭଳି ପଳାୟନ ଚିନ୍ତାର ବିଷୟ ବୋଲି ରମେଶ କହିଛନ୍ତି। ଇଣ୍ଟରନ୍ୟାସନାଲ ଇନଭେଷ୍ଟମେଣ୍ଟ ମାଇଗ୍ରେସନ ଆଡଭାଇଜରୀ ଫାର୍ମ ହେନଲେ ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟ ଅନୁସାରେ ୨୦୨୪ ମସିହାରେ ୪,୩୦୦ କୋଟିପତି ଭାରତ ଛାଡିବେ।  ଏମାନେ ଭାରତୀୟ ନାଗରିକତା ଛାଡି ୟୁଏଇରେ ବସବାସ କରିବେ। 


ରିପୋର୍ଟ ଅନୁସାରେ କୋଟିପତିଙ୍କ ମାଇଗ୍ରେସନ ମାମଲାରେ ଚୀନ୍‌ ଓ ବ୍ରିଟେନ ପଛକୁ ଆସୁଛି ଭାରତ। ରିପୋର୍ଟ ଅନୁସାରେ କୋଟିପତି ମାମଲାରେ ଭାରତ ବିଶ୍ୱର ଦଶମ ସ୍ଥାନରେ ରହିଛି, ଯେଉଁଠି ୩୨୬,୪୦୦ଏଚଏନଡବ୍ଲୁଆଇ ବସବାସ କରୁଛନ୍ତି। ଚୀନ୍‌ ୮୬୨,୪୦୦ ସହିତ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୩-୨୦୨୩ ମଧ୍ୟରେ ୟୁଏଇରେ ଭାରତୀୟ କୋଟିପତିଙ୍କ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.