ରାଜ୍ୟସଭା ନିର୍ବାଚନ ଲାଗି ପୁଣି ପ୍ରାର୍ଥୀପତ୍ର ଦାଖଲ କରିବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର, ଜାଣନ୍ତୁ କେବେ ସମାପ୍ତ ହେବ କାର୍ଯ୍ୟକାଳ?

Published By : Prameya-News7 Bureau | July 09, 2023 IST

ନୂଆଦିଲ୍ଲୀ ୯।୭: କେନ୍ଦ୍ର ବିଦେଶ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର ୧୦ ଜୁଲାଇ ସୋମବାର ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିବେ। ମୋଟ ୧୦ଟି ରାଜ୍ୟସଭା ଆସନ ନିମନ୍ତେ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଗୁଜରାଟ ୩ଟି ଆସନରେ ମଧ୍ୟ ନିର୍ବାଚନ ହେବ। ଏଥିରୁ ଗୋଟିଏ ଆସନ ଲାଗି ଜୟଶଙ୍କର ସୋମବାର ମଧ୍ୟାହ୍ନ ୧୨ ସୁଦ୍ଧା ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ଆସନ୍ତା ଅଗଷ୍ଟରେ ତାଙ୍କର ରାଜ୍ୟସଭା ସାଂସଦ କାର୍ଯ୍ୟକାଳ ସମାପ୍ତ ହେବ।

GST ସହ ଜଡିତ ମାମଲାର ତଦନ୍ତ କରିବ ED, ମନି ଲଣ୍ଡ୍ରିଂରେ ରୁଜୁ ହେବ ମାମଲା, କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ଜୟଶଙ୍କରଙ୍କ ବ୍ୟତୀତ ଗୁଜରାଟରୁ ରାଜ୍ୟସଭା ସାଂସଦ ଦିନେଶ ଜେମଲଭାଇ ଅନାଭଡିଆ ଓ ଲୋଖଣ୍ଡୱାଲା ଜୁଗଲ ସିଂହଙ୍କର ମଧ୍ୟ କାର୍ଯ୍ୟକାଳ ୧୮ ଅଗଷ୍ଟକୁ ସମାପ୍ତ ହେଉଛି। ସେପଟେ କଂଗ୍ରେସ ଗୁଜରାଟ ରାଜ୍ୟସଭା ନିର୍ବାଚନରୁ ଓହରି ଯାଇଛି। କଂଗ୍ରେସ ଏଥର ନିର୍ବାଚନରେ ଅଂଶଗ୍ରହଣ କରିବନି ବୋଲି କହିଛି। କାରଣ ବିଧାନସଭାରେ ବିଧାୟକଙ୍କ ସଂଖ୍ୟା କମ୍ ଅଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ମନିଷ ଦୋଷୀ ଗତବର୍ଷ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପାର୍ଟିକୁ ଭଲ ଭୋଟ ମିଳିନଥିବା କହିଛନ୍ତି। ଏଣୁ ଆଗାମୀ ରାଜ୍ୟସଭା ନିର୍ବାଚନରେ ପାର୍ଟି ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

{"id":814778,"width":841,"height":561,"sizeSlug":"full","linkDestination":"none"}

ଦେଶର ୩ ରାଜ୍ୟର ମୋଟ ୧୦ଟି ରାଜ୍ୟସଭା ଆସନରେ ନିର୍ବାଚନ ହେବାକୁ ଯାଉଛି। ଏଥିରେ ଗୁଜରାଟ, ଗୋଆ ଓ ପଶ୍ଚିମ ବଙ୍ଗରେ ନିର୍ବାଚନ ହେବ। ପଶ୍ଚିମବଙ୍ଗର ୬, ଗୋଆର ୧ ଓ ଗୁଜରାଟର ୩ ରାଜ୍ୟସଭା ଆସନରେ ଭୋଟ ହେବ। ଗୋଆରେ ବିନୟ ତେନ୍ଦୁଲକରଙ୍କ କାର୍ଯ୍ୟକାଳ ୧୮ଜୁଲାଇରେ ସମାପ୍ତ ହେବ। ସେହିପରି ବେଙ୍ଗଲର ଡେରିକ୍ ଓ ବ୍ରାୟନ, ଡୋଲା ସେନା, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, ପ୍ରଦୀପ ଭଟ୍ଟାଚାର୍ଯ୍ୟ ଓ ଶାନ୍ତା କ୍ଷେତ୍ରୀଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୮ରେ ସମାପ୍ତ ହୋଇଯିବ।

ଖରାପ ପାଗ ଯୋଗୁଁ ସ୍ଥଗିତ ରହିଲା ଅମରନାଥ ଯାତ୍ରା, ଫଶି ରହିଛନ୍ତି ୬ହଜାର ଶ୍ରଦ୍ଧାଳୁ

ରାଜ୍ୟସଭା ନିର୍ବାଚନରେ ଅଂଶଗ୍ରହଣ କରିବାକୁ ପ୍ରାର୍ଥୀଙ୍କୁ ଜୁଲାଇ ୧୩ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡିବ। ଏଥିରେ ଯେଦି କେହି ନିର୍ବାଚନରୁ ଓହରିବାକୁ ଚାହିଁବେ ତେବେ ଜୁଲାଇ ୧୭ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ  ଦିନ। ନିର୍ବାଚନ ଲାଗି  ଜୁଲାଇ ୬ ତାରିଖ ଦିନ ନୋଟିଫିକେସନ ଜାରି ହୋଇଥିଲା। ଜୁଲାଇ ୨୪ ତାରିଖ ଦିନ ଭୋଟ ଗ୍ରହଣ ହେବ ଓ ସେହି ଦିନ ଭୋଟ ଗଣନା ମଧ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.