ଟାରିଫ ୱାରରେ ଜୟଶଙ୍କରଙ୍କ ବଡ଼ ପ୍ରତିକ୍ରିୟା, ଭାରତର ହିତ ଆମ ପାଇଁ ସର୍ବୋପରି

Published By : Prameya-News7 Bureau | March 23, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଧମକକୁ ନେଇ ଭାରତ ପ୍ରତିକ୍ରିୟା ଦେଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଭାରତର ହିତ ଆମ ପାଇଁ ସର୍ବୋପରି । ଭାରତ ଉପରେ ଯେମିତି ଅଧିକ ଟାରିଫ ନ ଲାଗେ ସେ ଦିଗରେ ଆମେରିକା ସହ ଆଲୋଚନା ଜାରି ରହିଛି । 

ଜୟଶଙ୍କର କହିଛନ୍ତି, ଭାରତ ସରକାର ବର୍ତ୍ତମାନ ତିନି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚଳାଇଛନ୍ତି। ଏଥିରୁ ଆମେରିକା ସହ କାରବାକୁ ନେଇ ଆଲୋଚନା ସାମିଲ । ଆର୍ଥିକ ଭାଗିଦାରୀରେ ଭାରତ ସର୍ବଦା ଉଲ୍ଲେଖନୀୟ ଯୋଗଦାନ ଦେଇ ଆସିଛି । ଏବେ ଦୁନିଆକୁ ଭାରତକୁ ଠିକ୍ ଭାବେ ଚିହ୍ନିବା ଉଚିତ୍ । ବର୍ତ୍ତମାନ ତିନୋଟି ଦିଗ ପ୍ରତି ସରକାର ଅଧିକ ଫୋକସ କରୁଛନ୍ତି । ୟୁରୋପୀୟ ସଂଘ ଓ ୟୁକେ ସହିତ ଏଫଟିଏ ଓ ଆମେରିକା ସହ ଦ୍ୱିପାକ୍ଷିକ ଆଲୋଚନା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ନ୍ୟୁଜିଲାଣ୍ଡ ସହିତ ମଧ୍ୟ ଦ୍ୱିପାକ୍ଷିକ ବ୍ୟବସାୟ ଆଲୋଚନା ଚାଲିଛି । 

ସଂପ୍ରତି କାରବାରକୁ ନେଇ ବିଶ୍ୱରେ ଅନିଶ୍ଚିତା ଦେଖା ଦେଇଛି । ବିଶ୍ୱ ବଜାରରେ ଅସ୍ଥିରତା ଦେଖା ଦେଇଛି । ଆମକୁ ସ୍ଥିତିର ସଠିକ ଆକଳନ କରିବାକୁ ପଡିବ । ଯେପରିକି ଆମେରିକାର ଟାରିଫ ଉପରେ ପୁନଃ  ବିଚାର କରାଯିବ । ଭାରତ ଏହି ସଂପର୍କରେ ପୂର୍ବରୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ଆମର ଗୋଟିଏ ଲକ୍ଷ୍ୟ ଦେଶ କେମିତି ବିକଶିତ ହେବ । ତେଣୁ ଭାରତ ଏହି ନୀତି ଆଧାରରେ ଆଗକୁ ବଢିବ । ପ୍ରତିଯୋଗିତାମୂଳକ ବଜାରରେ ନିବେଶକଙ୍କୁ  ଆକର୍ଷିତ କରିବାକୁ ପଡିବ । 

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଶୁକ୍ରବାର କହିଥିଲେ ଯେ, ପରସ୍ପର ଉପକୃତ ହେବା ପାଇଁ ପରସ୍ପରର ନୀତି ସମ୍ମାନ ଦେବା ଦରକାର । ଭାରତ ଓ ଆମେରିକା ମଧ୍ୟରେ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରହିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.