ମଦ ପିଇ ସ୍କୁଲରେ ଗଡ଼ିଲେ ମାତାଲ ଶିକ୍ଷକ, ନିଲମ୍ବିତ କଲେ ଶିକ୍ଷା ଅଧିକାରୀ

Published By : Prameya-News7 Bureau | September 04, 2024 IST

ଯାଜପୁର ୪।୯: ମାତାଲ ଶିକ୍ଷକଙ୍କ ଉନ୍ମତକାଣ୍ଡ । ସ୍କୁଲ ଚାଲିଥିଲା ସମୟରେ ସ୍କୁଲ ଭିତରେ ମଦ ପିଇ ମାତାଲ ଅବସ୍ଥାରେ ଶିକ୍ଷକ ଗଡୁଥିବା ଭିଡିଓ ଭାଇରାଲ୍ ହୋଇଛି । ଭିଡିଓ ଭାଇରାଲ୍ ପରେ ମଦୁଆ ଶିକ୍ଷକ ପ୍ରଦୀପ କୁମାର ଦାସଙ୍କୁ ନିଲମ୍ୱିତ କରାଯାଇଛି । 

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜାଫରପୁର ପଂଚାୟତ ଅନ୍ତର୍ଗତ ବାଲିସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମଦ ପିଇ ମାତାଲ ହୋଇ ଖାଲି ଦେହରେ ତଳେ ଗଡୁଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭାଇରାଲ ଭିଡିଓ ଓ ପିଲାଙ୍କ ଅଭିଯୋଗ ଅନୁଯାୟୀ ଦଶରଥପୁର ବ୍ଲକ୍ ଶିକ୍ଷା ଅଧିକାରି ଭାବେ ଦାୟିତ୍ୱରେ ଥିବା ଆଲୋକ କୁମାର ବନ୍ଧ ଘଟଣାର ତଦନ୍ତ କରିଥିଲେ । ଶେଷରେ ସତ୍ୟାସତ୍ୟ ଜଣାପବା ପରେ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶିକ୍ଷା ଅଧିକାରୀ ।

You Can Read:

ଟୁଡ଼ିବାହାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.