ଟୁଡ଼ିବାହାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ

Published By : Prameya-News7 Bureau | September 04, 2024 IST

ବୌଦ୍ଧ ୪।୯: ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଟୁଡ଼ିବାହାଲ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ଗୋଟିଏ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି । ଯବାନଙ୍କୁ ଦେଖି କ୍ୟାମ୍ପରୁ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏହି ଅପରେସନରେ SOG ଯବାନ, DVF ଯବାନ ଓ ବମ୍‌ ସ୍କ୍ୱାଡ୍ ସାମିଲ ହୋଇଥିଲେ । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହେବା ସହିତ ମାଓ ବିସ୍ଫୋରକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । 

ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ KKBN ମାଓ ସଂଗଠନର ମାଓବାଦୀଙ୍କ ଗତିବିଧି ଜାରି ରହିଥିବା ବେଳେ ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଜଙ୍ଗଲରେ SOG ଯବାନ ମାନେ କମ୍ବିଂ ଅପରେସନ ଜାରି ରଖିଛନ୍ତି । ତେବେ ମଙ୍ଗଳବାର ଘଣ୍ଟାପଡ଼ା ଥାନା ଟୁଡ଼ି ବାହଲ ଜଙ୍ଗଲରେ ଯବାନ ମାନେ ସର୍ଚ୍ଚ ଅପରେସନ ଜାରି ରଖିଥିବା ସମୟରେ ଗୋଟିଏ ମାଓ କ୍ୟାମ୍ପ ଠାବ କରିଥିଲେ । ହେଲେ ସେଠାରେ ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡ଼ି ଫେରାର ମାରିଥିଲେ ମାଓବାଦୀ । ତେବେ ସେଠାରେ ବମ୍ ସ୍କ୍ୱାଡ୍‌ଙ୍କ ସହାୟତାରେ ମାଓ କ୍ୟାମ୍ପ ସର୍ଚ୍ଚ କରିଥିବା ବେଳେ ମାଓ କ୍ୟାମ୍ପରେ ଦୁଇଟି ଡ୍ରମ୍ ମାଟି ତଳେ ପୋତା ହୋଇଥିବା ଦେଖିବାକୁ ପାଇଥିଲେ । ସେହି ଦୁଇଟି ଡ୍ରମ୍‌କୁ ଯବାନ ମାନେ ବାହାର କରିଥିବା ବେଳେ ସେଥିରେ ବହୁ ମାଓ ସାମଗ୍ରୀ ସହିତ ବିସ୍ଫୋରକ ମଧ୍ୟ ଥିବା ଦେଖିବାକୁ ପାଇଥିଲେ । ତେବେ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରି ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏ ନେଇ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ ।

You Can Read:

ମାହାଙ୍ଗା ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ବଦଳି, ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୂତି ନେଇ ଚର୍ଚ୍ଚାରେ ଥିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.